www.samajalive.in
Sunday, December 14, 2025
26.1 C
Bhubaneswar

କରୋନା ମହାମାରୀ ଏକ ରାଜନୈତିକ ବିଷୟବସ୍ତୁ ହେବା ଉଚିତ ନୁହେଁ – ମୋଦୀ

କରୋନା ମହାମାରୀ ମାନବ ସମାଜ ପାଇଁ ଏକ ଚିନ୍ତାର ବିଷୟ ହେବା ଉଚିତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ସନ୍ଧ୍ୟାରେ ଉଭୟ ଲୋକସଭା ଓ ରାଜ୍ୟସଭାରେ ଥିବା ବିଭିନ୍ନ ରାଜନୈତିକ ଦଳର ସଦସ୍ୟମାନଙ୍କ ସହ ଦେଶରେ କରୋନା ମହାମାରୀ ପରିସ୍ଥିତି ଏବଂ ଏଥି।ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ଆଲୋଚନା କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ସମସ୍ତ ନେତାମାନଙ୍କୁ ବୈଠକରେ ଭାଗ ନେଇଥିବାରୁ ଏବଂ ବିଭିନ୍ନ ପ୍ରସ୍ତାବ ଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି କରୋନା ମହାମାରୀର ମୁକାବିଲା ପାଇଁ ଯୋଜନା ରୂପରେଖ ଦିଗରେ ରାଜନୈତିକ ଦଳଗୁଡ଼ିକର ପ୍ରସ୍ତାବ ଅତ୍ୟନ୍ତ ସହାୟକ ହେବ। ଶ୍ରୀ ମୋଦୀ କହିଛନ୍ତି କରୋନା ମହାମାରୀ ଏକ ରାଜନୈତିକ ବିଷୟବସ୍ତୁ ହେବା ଉଚିତ ନୁହେଁ, ଏହା ମାନବ ସମାଜ ପାଇଁ ଏକ ଚିନ୍ତାର ବିଷୟ ହେବା ଉଚିତ।

- Advertisement -

ସେ କହିଛନ୍ତି ବିଗତ ଶହେବର୍ଷ ମଧ୍ୟରେ ଏଭଳି ମହାମାରୀ ଦେଖାଯାଇ ନଥିଲା। ଏହାର ମୁକାବିଲା ନିମନ୍ତେ ଦେଶର ପ୍ରତ୍ୟେକ ଜିଲ୍ଲାରେ ଅମ୍ଳଜାନ ପ୍ଳାଣ୍ଟ ସ୍ଥାପନ କରାଯିବ ବୋଲି ସେ କହିଛନ୍ତି। ବୈଠକରେ ଉପସ୍ଥିତ ନେତାମାନଙ୍କୁ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି, ଦେଶରେ ଟିକାକରଣ କାର୍ଯ୍ୟକ୍ରମ ଶୃଙ୍ଖଳିତ ଭାବରେ ଆଗେଇ ଚାଲିଛି ଏବଂ ଟିକାକରଣ ଆରମ୍ଭ ହେବାର ପ୍ରଥମ ୮୫ ଦିନରେ ୧୦କୋଟି ଲୋକଙ୍କୁ ଟିକା ଦିଆଯାଇଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ମାତ୍ର ୨୪ ଦିନରେ ୧୦ କୋଟି ଲୋକଙ୍କୁ ଟିକା ଦିଆଯାଇ ପାରିଛି। ଏହି ଅବସରରେ ଜିଲ୍ଲାସ୍ତରରେ କିଭଳି ଟିକାକରଣ ପ୍ରକ୍ରିୟାକୁ ଆହୁରି ସ୍ୱଚ୍ଛ ଏବଂ ଶୃଙ୍ଖଳିତ କରାଯାଇ ପାରିବ, ସେ ନେଇ ସଠିକ୍‍ ଯୋଜନା କାର୍ଯ୍ୟାନ୍ୱୟନର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ଏପର୍ଯ୍ୟନ୍ତ ଟିକାକରଣର ୬ ମାସ ବିତିଯାଇଥିଲେ ମଧ୍ୟ ବହୁ ସଂଖ୍ୟାରେ ସ୍ୱାସ୍ଥ୍ୟକର୍ମୀ ଏବଂ ସମ୍ମୁଖ ଯୋଦ୍ଧା ଟିକା ନେଇନଥିବାରୁ ଉଦବେଗ ପ୍ରକାଶ କରିଛନ୍ତି। ଶ୍ରୀ ମୋଦୀ କହିଛନ୍ତି ରାଜ୍ୟଗୁଡ଼ିକ ଏ କ୍ଷେତ୍ରରେ ଅଧିକ ସଜାଗ ହେବାର ଆବଶ୍ୟକତା ରହିଛି ଏବଂ କରୋନା ମହାମାରୀ ମୁକାବିଲା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ ସ୍ୱତନ୍ତ୍ର ଟିକାକରଣ ଅଭିଯାନ ମାଧ୍ୟମରେ ଟିକା ଦେବାର ଆବଶ୍ୟକତା ରହିଛି। ବୈଠକରେ ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ଅନ୍ୟ ଦେଶର କରୋନା ମହାମାରୀ ଜନିତ ପରିସ୍ଥିତି ଉପରେ ନଜର ରଖିବାକୁ କହିଛନ୍ତି। କରୋନା ମହାମାରୀ କାଳରେ କିଭଳି ଭାରତରେ କୋ-ୱିନ୍‍ ଏବଂ ଆରୋଗ୍ୟ ସେତୁ ଭଳି ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯାଇ ଚିକିତ୍ସା ବ୍ୟବସ୍ଥାକୁ ଶୃଙ୍ଖଳିତ କରାଯାଇ ପାରିଛି, ତାହା ପ୍ରଧାନମନ୍ତ୍ରୀ ବ୍ୟକ୍ତ କରିଛନ୍ତି।

ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‍.ଡି. ଦେବେଗୌଡ଼ା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କରୋନା ମହାମାରୀ ମୁକାବିଲା ଦିଗରେ ଅକ୍ଳାନ୍ତ ପରିଶ୍ରମ ଏବଂ ସୁଦୃଢ଼ ନିରୀକ୍ଷଣ ବ୍ୟବସ୍ଥା ପାଇଁ ପ୍ରଶଂସା କରିଛନ୍ତି। ଏହି ଭୂତାଣୁ ସଂକ୍ରମଣ ଜନିତ କେତେକ ପରିସ୍ଥିତି ସଂପର୍କରେ ବୈଠକରେ ଉପସ୍ଥିତ ନେତାମାନେ ପ୍ରକାଶ କରିଛନ୍ତି। ଆଲୋଚନା କାଳରେ ବିଭିନ୍ନ ରାଜ୍ୟରେ କରୋନା ଜନିତ ପରିସ୍ଥିତି ଏବଂ ଟିକାକରଣର ଅଗ୍ରଗତି ସଂପର୍କରେ ନେତାମାନେ ମନ୍ତବ୍ୟ ଦେଇଛନ୍ତି। ବୈଠକରେ ଉପସ୍ଥାପିତ ସୂଚନା ସେମାନଙ୍କୁ ଦେଶରେ କରୋନା ସ୍ଥିତି ଓ ନିଆଯାଇଥିବା ପଦକ୍ଷେପ ସଂପର୍କରେ ଯଥେଷ୍ଟ ତଥ୍ୟ ଦେଇଥିବା ଉପସ୍ଥିତ ନେତାଗଣ ପ୍ରକାଶ କରିଛନ୍ତି।

ବୈଠକରେ ଉପସ୍ଥିତ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କରୋନା ସଂପର୍କିତ ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ। ସେ ସୂଚନା ଦେଇଛନ୍ତି ଯେ ଏବେ ଦେଶରେ କେବଳ ୮ଟି ରାଜ୍ୟରେ ୧୦ ହଜାରରୁ ଅଧିକ ସଂକ୍ରମଣ ରହିଛି ଏବଂ ମହାରାଷ୍ଟ୍ର ଓ କେରଳରେ ଏହି ସଂଖ୍ୟା ତା’ଠାରୁ ଅଧିକ। ସେ କହିଛନ୍ତି ୫ଟି ରାଜ୍ୟରେ କରୋନା ପଜିଟିଭ୍‍ ହାର ୧୦ ପ୍ରତିଶତରୁ ଅଧିକ ରହିଛି।

Hot this week

ନୀତିନ ନବୀନ ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି  ଭାବରେ ନୀତିନ ନବୀନ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

Related Articles

Popular Categories