ପ୍ରକାଶ ପାଇଲା ଆଇସିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ: ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ ହାର ଅଧିକ

ନୂଆଦିଲ୍ଲୀ: କାଉନସିଲ ଫର ଦି ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏକଜାମିନେସନ୍ସ(ସିଆଇଏସସିଇ) ପକ୍ଷରୁ ଆଇସିଏସଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି। ଦଶମ ଶ୍ରେଣୀ ପରୀକ୍ଷାରେ ଛାତ୍ରଙ୍କ ପାସ ହାର ୯୯.୯୭ ରହିଥିବାବେଳେ ଛାତ୍ରୀଙ୍କ ପାସ ହାର ୯୯.୯୮ ପ୍ରତିଶତ ରହିଛି।
ଆଜି କାଉନ୍ସିଲ୍ ଫର୍ ଦ ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍ ଏକଜାମିନେସନ୍ସ ପକ୍ଷରୁ ଆଇସିଏସଇ ଦଶମ ପରୀକ୍ଷା ଫଳ ପ୍ରକାଶ କରାଯାଇଛି। ଯେଉଁମାନେ ଆଇସିଏସଇ ଦଶମ ପରୀକ୍ଷା ଦେଇଥି‌ଲେ ସେମା‌ନେ ବୋର୍ଡର ଅଫିସିଆଲ୍ ୱେବସାଇଟ୍ cisce.orgକୁ ଯାଇ ସେମାନଙ୍କର ଫଳାଫଳ ଯାଞ୍ଚ କରିପାରିବେ ଏବଂ ଫଳାଫଳ ଜାଣିପାରିବେ। ଆଇସିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳାଫଳ ଯାଞ୍ଚ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ରୋଲ୍ ନମ୍ବର ଦେବାକୁ ହେବ ଏବଂ ଏହାପରେ ସେମାନେ ସେମାନଙ୍କ ପରୀକ୍ଷାଫଳ ଜାଣିପାରିବେ। ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ପରୀକ୍ଷାରେ ଭଲ ନମ୍ବର ରଖିଥିବା ଜଣାପଡ଼ିଛି। ଛାତ୍ରୀମାନଙ୍କ ପାସ୍ ହାର ୯୯.୯୮ ଥିବା ବେଳେ ଛାତ୍ରଙ୍କ ପାସ୍ ହାର ରହିଛି ୯୯.୯୭%। cisce.org ବ୍ୟତୀତ results.cisce.org, results.nic.in ୱେବସାଇଟକୁ ଯାଇ ଛାତ୍ରଛାତ୍ରୀମାନେ ସେମାନଙ୍କ ପରୀକ୍ଷାର ଫଳାଫଳ ଜାଣିପାରିବେ।

kalyan agarbati

Comments are closed.