www.samajalive.in
Sunday, December 14, 2025
15.1 C
Bhubaneswar

ଦ୍ଵିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା, ଭାରତର ପ୍ରତିଦ୍ୱନ୍ଦୀ ନେଇ ଅନିଶ୍ଚିତତା

ମୁମ୍ବଇ: ଚଳିତ ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପର ସେମିଫାଇନାଲରେ ଭାରତ ସମେତ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ପହଞ୍ଚି ସାରିଥିବାବେଳେ ୪ର୍ଥ ଦଳକୁ ନେଇ ଏବେ ବି ସ୍ଥିତି ଅସ୍ପ​‌ଷ୍ଟ ରହିଛି। ନିୟମାନୁଯାୟୀ ଟେବୁଲର ଶୀର୍ଷ ସ୍ଥାନ ଦଳ ୪ର୍ଥ ସ୍ଥାନ ଦଳ ମଧ୍ୟରେ ପ୍ରଥମ ଓ ୨ୟ ଓ ୩ୟ ସ୍ଥାନ ଦଳ ମଧ୍ୟରେ ଦ୍ବିତୀୟ ସେମିଫାଇନାଲ ଖେଳାଯିବ। ୪ର୍ଥ ସ୍ଥାନକୁ ନେଇ ଏବେ ନ୍ୟୁଜିଲାଣ୍ଡ, ଆଫଗାନିସ୍ତାନ ଓ ପାକିସ୍ତାନ ୩ଟି ଦଳ ଆଶାୟୀ ରହିଛନ୍ତି। ଏହି କ୍ରମରେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ଆଗରେ ରହିଛନ୍ତି।

ମଙ୍ଗଳବାର ଅଷ୍ଟ୍ରେଲିଆ ୩ ୱିକେଟରେ ଆଫଗାନିସ୍ତାନକୁ ପରାସ୍ତ କରିବା ପରେ ନ୍ୟୁଜିଲାଣ୍ଡ ଓ ପାକିିସ୍ତାନକୁ ଆଶ୍ବସ୍ତି ମିଳିଛି। ନ୍ୟୁଜିଲାଣ୍ଡ ,ପାକିସ୍ତାନ ଓ ଆଫଗାନିସ୍ତାନ ୮ଟି ଲେଖାଏଁ ମ୍ୟାଚ ଖେଳି ୪ଟି ଲେଖାଏଁ ବିଜୟ ହାସଲ କରିଛନ୍ତି। କିନ୍ତୁ ରନରେଟ୍‌ ଆଧାରରେ ନ୍ୟୁଜିଲାଣ୍ଡ ୪ର୍ଥ, ପାକିସ୍ତାନ ୫ମ ଓ ଆଫଗାନିସ୍ତାନ ୬ଷ୍ଠ ସ୍ଥାନରେ ରହିଛନ୍ତି। ୯​‌ରେ ନ୍ୟୁଜିଲାଣ୍ଡ – ଶ୍ରୀଲଙ୍କା ସହ,୧୦ରେ ଆଫଗାନିସ୍ତାନ-ଦକ୍ଷିଣ ଆଫ୍ରିକା ଓ ୧୧ରେ ଇଂଲଣ୍ଡ- ପାକିସ୍ତାନ ସହ ଶେଷ ମ୍ୟାଚ ଖେଳିବ। ନ୍ୟୁଜିଲାଣ୍ଡ ଯଦି ଶ୍ରୀଲଙ୍କାକୁ ପରାସ୍ତ କରେ, ପାକିସ୍ତାନ – ଇଂଲଣ୍ଡ ନିକଟରୁ ଓ ଆଫଗାନିସ୍ତାନ -ଦକ୍ଷିଣ ଆଫ୍ରିକା ନିକଟରୁ ପରାଜିତ ହୁଏ ତେବେ ନ୍ୟୁଜିଲାଣ୍ଡ ୪ର୍ଥ ଦଳ ଭାବେ ସେମିଫାଇନାଲରେ ପହଞ୍ଚିବ। ଏଭଳି ସ୍ଥିତି ହେଲେ ନ୍ୟୁଜିଲାଣ୍ଡ ଟେବୁଲର ୪ର୍ଥ ସ୍ଥାନରେ ରହିବା ସହିତ ୧୫ରେ ସେମିଫାଇନାଲ ଭାରତ ସହିତ ଖେଳିବ। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ଯଦି ଶ୍ରୀଲଙ୍କା ନିକଟରୁ ଓ ଆଫଗାନିସ୍ତାନ -ଦକ୍ଷିଣ ଆଫ୍ରିକା ନିକଟରୁ ପରାଜିତ ହୁଏ ଓ ପାକିସ୍ତାନ-ଇଂଲଣ୍ଡକୁ ବଡ ବ୍ୟବଧାନରେ ପରାସ୍ତ କରେ ତେବେ ପାକିିସ୍ତାନ ୪ର୍ଥ ସ୍ଥାନ ସହ ସେମିଫାଇନାଲରେ ପହଞ୍ଚିବ। ଏଭଳି ସ୍ଥିତି ଆସିଲେ ଭାରତ ଓ ପାକିସ୍ତାନ ମଧ୍ୟ​ରେ ସେମିଫାଇନାଲ ଖେଳାଯିବା ସମ୍ଭବ ହେବ। ଅନ୍ୟପକ୍ଷରେ ଶେଷ ମ୍ୟାଚରେ ଯଦି ନ୍ୟୁଜିଲାଣ୍ଡ-ଶ୍ରୀଲଙ୍କାକୁ, ପାକିସ୍ତାନ-ଇଂଲଣ୍ଡକୁ ଓ ଆଫଗାନିସ୍ତାନ-ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରନ୍ତି ତେବେ ୩ ଦଳଙ୍କ ପଏଣ୍ଟ ସମାନ ହେବ। ଏଭଳି ସ୍ଥିତିରେ ରନରେଟ୍‌ ଆଧାରରେ ଗୋଟିଏ ଦଳ ସେମିଫାଇନାଲକୁ ଉନ୍ନୀତ ହେବ। ରନ୍‌ରେଟରେ ନ୍ୟୁଜିଲାଣ୍ଡ ଆଗରେ ରହିଥିବାରୁ ସେମିଫାଇନାଲ ପହଞ୍ଚିବାର ଯଥେଷ୍ଟ ସମ୍ଭାବନା ରହିବ।ଅନ୍ୟପକ୍ଷରେ ୧୬ରେ କଲକାତାର ଇଡେନଗାର୍ଡେନରେ ଦ୍ବିତୀୟ ସେମିଫାଇନାଲ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବା ନେଇ ଚୂଡାନ୍ତ ହୋଇଛି। କାରଣ ଦକ୍ଷିଣ ଆଫ୍ରିକା ଏବେ ସୁଦ୍ଧା ୮ଟି ମ୍ୟାଚରୁ ୬ଟି ବିଜୟ ଓ ୨ଟି ପରାଜୟ ସହ ୧୨ ପଏଣ୍ଟ ପାଇ ଟେବୁଲର ଦ୍ବିତୀୟ ଓ ଅଷ୍ଟ୍ରେଲିଆ ସମାନ ସଂଖ୍ୟକ ମ୍ୟାଚରୁ ସମାନ ବିଜୟ ସହ ସମାନ ପଏଣ୍ଟ ପାଇ ୩ୟ ସ୍ଥାନରେ ରହିଛି। ଦୁଇ ଦଳର ​‌ଶେଷ ଲିଗ୍‌ ମ୍ୟାଚ ବାକି ଅଛି। ଶେଷ ମ୍ୟାଚରେ ଦୁଇ ଦଳ ବିଜୟୀ କିମ୍ବା ପରାଜିତ ହେଲେ ମଧ୍ୟ ଉକ୍ତ ଦୁଇ ଦଳ ପ୍ରଥମ ସ୍ଥାନକୁ ଉନ୍ନୀତ ହେବା କି ୪ର୍ଥ ସ୍ଥାନକୁ ଖସିବାର ସମ୍ଭାବନା ନାହିଁ। ନିୟମାନୁଯାୟୀ ଟେବୁଲର ଦ୍ବିତୀୟ ଓ ୩ୟ ସ୍ଥାନ ଦଳ ମଧ୍ୟରେ ଦ୍ବିତୀୟ ସେମିଫାଇନାଲ ଖେଳାଯିବ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories