www.samajalive.in
Monday, December 15, 2025
15.1 C
Bhubaneswar

ଆଇସିସି ଦିନିିକିଆ ମାନ୍ୟତା : ୨ୟ ସ୍ଥାନରେ ଭାରତ, ୩ରେ ପାକିସ୍ତାନ

ନୂଆଦିଲ୍ଲୀ  : ଅନ୍ତର୍ଜାତୀୟ କ୍ରିକେଟ ପରିଚାଳନା ପରିଷଦ (ଆଇସିସି) ପକ୍ଷରୁ ସଦ୍ୟ ପ୍ରକାଶିତ ଦିନିକିଆ ଦଳ ମାନ୍ୟତାରେ ଭାରତ ଦ୍ବିତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ଚଳିତ ଏସିଆ କପ୍‌ରେ ଦୁଇଟି ପରାଜୟ ପରେ ପାକିସ୍ତାନ ଏକ ନମ୍ବର ସ୍ଥାନରୁ ୩ୟ ସ୍ଥାନକୁ ଖସି ଆସିଛି  । ଏସିଆ କପ୍‌ ପୂର୍ବରୁ ପାକିସ୍ତାନ ଏକ ନମ୍ବର, ଭାରତ ୩ୟ ସ୍ଥାନରେ ରହିଥିଲେ। ଏସିଆ କପ୍‌ ସୁପର-୪ର ମ୍ୟାଚରେ ପାକିସ୍ତାନ ୨୨୮ରନରେ ଭାରତ ନିକଟରୁ ଓ ୨ ୱିକେଟରେ ଶ୍ରୀଲଙ୍କା ନିକଟରୁ ପରାଜିତ ହେବା ପରେ ୧୧୫ ପଏଣ୍ଟ ସହ ୩ୟ ସ୍ଥାନକୁ ଖସି ଆସିଛି। ଅନ୍ୟପକ୍ଷରେ ଚଳିତ ଏସିଆ କପ୍‌ରେ ଏପର୍ଯ୍ୟନ୍ତ ଅପରାଜୟ ରହିଥିବା ଭାରତ ୩ୟ ସ୍ଥାନରୁ ୧୧୬ ପଏଣ୍ଟ ସହ ୨ୟ ସ୍ଥାନକୁ ଉନ୍ନୀତ ହୋଇଛି। ଭାରତ ଏସିଆ କପ୍‌ରେ ନେପାଳକୁ ୧୦ ୱିକେଟରେ, ସୁପର-୪ରେ ପାକିସ୍ତାନକୁ ୨୨୮ରନରେ ଓ ଶ୍ରୀଲଙ୍କାକୁ ୪୧ରନରେ ପରାସ୍ତ କରିଛି।
ଅଷ୍ଟ୍ରେଲିଆ ୧୧୮ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ରହିଛି । ବିଶ୍ବକପ ପୂର୍ବରୁ ଭାରତ ନିକଟରେ ଶୀର୍ଷ ସ୍ଥାନ ହାସଲ କରିବା ନେଇ ବଡ ସୁଯୋଗ ରହିଛି। ଅଷ୍ଟ୍ରେଲିଆ ଠାରୁ ଭାରତ ଆଉ ମାତ୍ର ଦୁଇ ପଏଣ୍ଟ ପଛରେ ରହିଛି। ଭାରତ ଶୁକ୍ରବାର ବାଂଲା​‌େ​‌ଦଶ ବିପକ୍ଷରେ ଚଳିତ ଏସିଆ କପ୍‌ର ଶେଷ ସୁପର-୪ ମ୍ୟାଚ ଓ ୧୭ରେ ଶ୍ରୀଲଙ୍କା ସହିତ ଫାଇନାଲ ଖେଳିବ। ଉକ୍ତ ଦୁଇ ମ୍ୟାଚରେ ଯଦି ଭାରତ ବିଜୟୀ ହୁଏ ତେବେ ଶୀର୍ଷ ସ୍ଥାନକୁ ଉନ୍ନୀତ ହେବାରେ ଯଥେଷ୍ଟ ସମ୍ଭାବନା ରହିଛି। ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଶୃଙ୍ଖଳାର ପ୍ରଥମ ଦୁଇ ମ୍ୟାଚ ଜିତିଥିବାବେଳେ ୩ୟ ମ୍ୟାଚରେ ପରାଜିତ ହୋଇଥିଲା ଅନ୍ୟପକ୍ଷରେ ବିଶ୍ବକପ ପୂର୍ବରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଖେଳାଯିବ। ଉକ୍ତ ଶୃଙ୍ଖଳା ବିଜୟୀ ଦଳ ହିଁ ଶୀର୍ଷ ସ୍ଥାନ ହାସଲ ନେଇ ସୁଯୋଗ ରହିବ।
ଅନ୍ୟମାନଙ୍କ ମଧ୍ୟରେ ଇଂଲଣ୍ଡ ୧୦୩ ପଏଣ୍ଟ ସହ ୪ର୍ଥ, ନ୍ୟୁଜିଲାଣ୍ଡ ୧୦୨ ପଏଣ୍ଟ ସହ ୫ମ, ଦକ୍ଷିଣ ଆଫ୍ରିକା ୧୦୧ ପଏଣ୍ଟ ସହ ୬ଷ୍ଠ, ଶ୍ରୀଲଙ୍କା ୯୩ ପଏଣ୍ଟ ସହ ୭ମ, ବାଂଲାଦେଶ ୯୨ ପଏଣ୍ଟ ସହ ୮ମ, ଆଫଗାନିସ୍ତାନ ୮୦ ପଏଣ୍ଟ ସହ ୯ମ ଓ ୱେଷ୍ଟଇଣ୍ଡିଜ୍‌ ୬୮ ପଏଣ୍ଟ ସହ ୧୦ତମ ସ୍ଥାନରେ ରହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories