ଆଇସିସି ଚାମ୍ପିୟନ୍ସ କ୍ରିକେଟ ଟ୍ରଫି – ପ୍ରଥମ ସେମିଫାଇନାଲରେ ଭାରତ ଓ ଅଷ୍ଟ୍ରେଲିଆ ମୁହାଁମୁହିଁ

ଡେସ୍କ: ଆଇସିସି ଚାମ୍ପିୟନ୍ସ କ୍ରିକେଟ ଟ୍ରଫିର ପ୍ରଥମ ସେମିଫାଇନାଲରେ ଆସନ୍ତାକାଲି ଦୁବାଇରେ ଭାରତ ଓ ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ। ଏହି ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ ସାଢ଼େ ୨ଟାରୁ ଆରମ୍ଭ ହେବ। ଗତକାଲି ରାତିରେ ଦୁବାଇରେ ଖେଳାଯାଇଥିବା ଶେଷ ଲିଗ୍ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ ୪୪ ରନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ଗ୍ରୁପ୍ -ଏ’ର ତିନିଟି ଯାକ ମ୍ୟାଚ୍ ଜିତି ଶୀର୍ଷରେ ରହିଛି। ବୁଧବାର ଲାହୋରରେ ଖେଳାଯିବାକୁ ଥିବା ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ଗ୍ରୁପ୍ ବି ବିଜେତା ଦକ୍ଷିଣ ଆଫ୍ରିକାକୁ ଭେଟିବ। ସେମିଫାଇନାଲର ବିଜେତା ଦଳ ରବିବାର ଫାଇନାଲରେ ମୁହାଁମୁହିଁ ହେବେ।

ଗ୍ରୁପ ଏ’ରେ ଭାରତ ୩ଟି ଯାକ ମ୍ୟାଚରେ ବିଜୟ ଲାଭ କରି ୬ ପଏଣ୍ଟ ସହ ଶୀର୍ଷରେ ରହିଥିବା ବେଳେ ନ୍ୟୁଜିଲାଣ୍ଡ ୩ଟି ମ୍ୟାଚରୁ ଗୋଟିଏରେ ପରାସ୍ତ ହୋଇ ୪ ପଏଣ୍ଟ ସହ ଦ୍ଵିତୀୟ ସ୍ଥାନରେ ରହିଛି। ବାଂଲାଦେଶ ଓ ପାକିସ୍ତାନ ୩ଟି ଲେଖାଏଁ ମ୍ୟାଚରୁ ଗୋଟିଏ ଲେଖାଏଁ ମ୍ୟାଚ ଜିତି ୧ ପଏଣ୍ଟ ସହ ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛନ୍ତି।

ସେହିପରି ଗ୍ରୁପ ବି’ରେ ଦକ୍ଷିଣ ଆଫ୍ରିକା ୩ଟି ମ୍ୟାଚରୁ ୨ଟିରେ ବିଜୟ ସହ ୫ ପଏଣ୍ଟ ପାଇ ପ୍ରଥମ ସ୍ଥାନରେ ଥିବା ବେଳେ ଅଷ୍ଟ୍ରେଲିଆ ୨ଟି ଓ ଆଫଗାନିସ୍ତାନ ୧ଟି ମ୍ୟାଚରେ ଜିତିବା ସହ ୪ ଓ ୩ ପଏଣ୍ଟ ସହ ଦ୍ଵିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। କୌଣସି ମ୍ୟାଚ ନ ଜିତି ଇଂଲଣ୍ଡ ୪ର୍ଥ ସ୍ଥାନରେ ରହିଛି।

Comments are closed.