www.samajalive.in
Monday, December 15, 2025
26.1 C
Bhubaneswar

୧୭ ଜିଲାପାଳଙ୍କ ସହ ବଦଳିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଭୁବନେଶ୍ବର: ଭାରତୀୟ ପ୍ରଶାସନିକ ସେବା(ଆଇଏଏସ) ସ୍ତରରେ ବଡ଼ ଧରଣ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ୧୭ ଜିଲାପାଳଙ୍କ ସହିତ ପୁରୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ବଦଳି ହୋଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସଙ୍କୁ କେନ୍ଦ୍ରାଞ୍ଚଳ ଆରଡିସି ଭାବେ ବଦଳି କରାଯାଇଛି। ଅପରପକ୍ଷରେ ପୁରୀ ଜିଲାପାଳ ସମର୍ଥ ବର୍ମାଙ୍କୁ ଶ୍ରୀମନ୍ଦିର ଅତିରିକ୍ତ ମୁଖ୍ୟ ପ୍ରଶାସକ ଭାବେ ଅବସ୍ଥାପିତ କରାଯାଇଛି। ଏହାସହିତ ଶ୍ରୀକାନ୍ତ ପୃଷ୍ଟିଙ୍କୁ ଉତ୍ତରାଞ୍ଚଳ ଆରଡିସି ଭାବେ ନିଯୁକ୍ତି ଦିଆଯାଇଛି।

ଆଜି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ତେମଜେଙ୍ଗ ୱାପଙ୍ଗ ଆଓଙ୍କୁ ପବ୍ଲିକ ଏଣ୍ଟରପ୍ରାଇଜେସ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି କେନ୍ଦୁଝର ଜିଲାପାଳ ଆଶିଷ ଠାକରେ ହେଲେ ମୟୁରଭଞ୍ଜ ଜିଲାପାଳ। କେ.ସୁଦର୍ଶନ ଚକ୍ରବର୍ତ୍ତି ହେଲେ ଲଘୁ ଖଣିଜ ବିଭାଗ ନିର୍ଦେଶକ। ମୟୁରଭଞ୍ଜ ଜିଲାପାଳ ବୀନିତ ଭରଦ୍ବାଜ ହେଲେ କଟକ ଜିଲାପାଳ। ନିଖିଳ ପବନ କଲ୍ୟାଣ ହେଲେ ଗ୍ରାମ୍ୟ ଉନ୍ନୟନ ନିର୍ଦେଶକ। ବିଜୟ କୁମାର ଦାସ ହେଲେ ପୁରୀ ଜିଲାପାଳ। ମୋନିଷା ବାନାର୍ଜୀ ହେଲେ ସାମାଜିକ କଲ୍ୟାଣ ବିଭାଗ ନିର୍ଦେଶକ। ଚଞ୍ଜଲ ରଣା ହେଲେ ଖୋର୍ଦ୍ଧା ଜିଲାପାଳ। ସ୍ବଧାଦେବ ସିଂ ହେଲେ ନୟାଗଡ଼ ଜିଲାପାଳ, ସିଦ୍ଧାର୍ଥ ଶଙ୍କର ସ୍ବାଇଁ ହେଲେ କଟକ ମହାନଗର ନିଗମ ଆୟୁକ୍ତ, ଅବଦାଲ ଅଖତାର ହେଲେ ଅନୁଗୁଳ ଜିଲାପାଳ, ସମବାୟ ପଣ୍ଡା ହେଲେ ସମବାୟ ବିଭାଗ ଯୁଗ୍ମ ସଚିବ, ଅମୃତ ଋତୁରାଜ ହେଲେ ଶ୍ରମ ଆୟୁକ୍ତ, ବିଶାଲ ସିଂହ ହେଲେ ମୟୁରଭଞ୍ଜ ଜିଲପାଳ, ଶୁଭଙ୍କର ମହାପାତ୍ର ହେଲେ ଯାଜପୁର ଜିଲାପାଳ,କୀର୍ତ୍ତି ଭାସନ ଭି ହେଲେ କୋରାପୁଟ ଜିଲାପାଳ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories