ରାମ ମନ୍ଦିର ଫଟୋ ଏଡିଟ୍ କରି ଲଗାଇଲେ ପାକିସ୍ତାନୀ ପତାକା, ଯୁବକଙ୍କୁ ଗିରଫ କଲା ପୁଲିସ
ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ସାରା ଦେଶରେ ଉତ୍ସାହ ଦେଖିବାକୁ ମିଳିଛି । କେଉଁଠି ଦୀପ ଜାଳି ଦୀପାବଳି ପାଳନ କରାଯାଉଛି ତ ଆଉ କେଉଁଠି ଆତସବାଜିରେ ଚାରିଦିଗ ପ୍ରକମ୍ପିତ ହେଉଛି । ତେବେ ଏହି ଅବସରରେ କର୍ଣ୍ଣାଟକର ଗଡଗ ଜିଲ୍ଲାରେ ଜଣେ ଯୁବକ ସୋସିଆଲ ମିଡିଆରେ ଏକ ଆପତ୍ତିଜନକ ପୋଷ୍ଟ କରିଛନ୍ତି ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଛି । ଫେସବୁକରେ ଭାଇରାଲ ହେଉଥିବା ଏହି ପୋଷ୍ଟକୁ ନେଇ ୟୁଜର୍ସ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ଜଣେ ଯୁବକ ରାମ ମନ୍ଦିରର ଫଟୋ ଏଡିଟ୍ କରି ସେଥିରେ ପାକିସ୍ତାନର ପତାକା ଲଗାଇଛନ୍ତି । କେବଳ ଏତିକି ନୁହେଁ, ଏଥିରେ ବାବ୍ରି ମସଜିଦ୍ ବୋଲି ମଧ୍ୟ ଲେଖାଯାଇଛି । ସୋସିଆଲ ମିଡିଆରେ ଏହି ପୋଷ୍ଟଟି ଅପଲୋଡ୍ ହେବା ପରେ ଭାଇରାଲ ହୋଇଯାଇଛି ।
ସୋସିଆଲ ମିଡିଆରେ ପୋଷ୍ଟ ଭାଇରାଲ ହେବା ପରେ ବିବାଦ ତେଜିବାରେ ଲାଗିଛି । ଏହା ହିନ୍ଦୁଙ୍କ ଭାବନାକୁ ଆଘାତ ପହଞ୍ଚାଇଥିବା ସୋସିଆଲ ମିଡିଆରେ କୁହାଯାଉଛି । ସେହି ଯୁବକଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଉଛି । ଅନ୍ୟପଟେ ଘଟଣାକୁ ଗୁରୁତ୍ବର ସହ ନେଇ ଆକ୍ସନ ନେଇଛି ପୋଲିସ । ଅଭିଯୁକ୍ତକୁ ଚିହ୍ନଟ କରି ଗିରଫ କରିବା ସହ ତୁରନ୍ତ ପୋଷ୍ଟ ଡିଲିଟ୍ କରାଯାଇଛି । ସମ୍ପୃକ୍ତ ଯୁବକକୁ ଅଟକ ରଖି ପଚରାଉଚରା ଜାରି ରଖିଛି ପୋଲିସ ।
Comments are closed.