www.samajalive.in
Saturday, December 6, 2025
14.1 C
Bhubaneswar

ଦୁର୍ଘଟଣାରୁ ବର୍ତ୍ତିଲା ବାୟୁସେନାର ଜାଗୁଆର ଯୁଦ୍ଧ ବିମାନ

ଅମ୍ବାଲା: ହରିୟାଣାର ଅମ୍ବାଲାଠାରେ ଭାରତୀୟ ବାୟୁସେନା(ଆଇଏଏଫ)ର ଏକ ଜାଗୁଆର ଯୁଦ୍ଧ ବିମାନ ଗୁରୁବାର ଦୁର୍ଘଟଣାଗ୍ରସ୍ତ ହେବାରୁ ବର୍ତ୍ତିଯାଇଛି। ଯୁଦ୍ଧ ବିମାନଟି ଆକାଶରେ ଏକ ପକ୍ଷୀ ସହିତ ମାଡ଼ ହେବା ପରେ ବିମାନର ଗୋଟିଏ ଇଞ୍ଜିନ ଅଚଳ ହୋଇପଡ଼ିଥିଲା। ଦୁର୍ଘଟଣାରୁ ବର୍ତ୍ତିବା ଲାଗି ପାଇଲଟ୍‌ ଉପସ୍ଥିତ ବୁଦ୍ଧି ବଳରେ ଚତୁରତାର ସହିତ ବିମାନରେ ଥିବା ଇନ୍ଧନ ଟ୍ୟାଙ୍କ ଏବଂ ଟ୍ରେନିଂ ବୋମାକୁ ବାହାରକୁ ଫିଙ୍ଗି ଦେଇଥିଲେ। ପରେ ସେ ନିଜେ ସୁରକ୍ଷିତ ଭାବେ ବିମାନକୁ ଅମ୍ବାଲାସ୍ଥିତ ଏୟାରବେସରେ ଲ୍ୟାଣ୍ଡିଂ କରାଇଥିଲେ।

ଇନ୍ଧନ ଟ୍ୟାଙ୍କ କ’ଣ:

ପ୍ରତ୍ୟେକ ବିମାନରେ ଇନ୍ଧନ ଭରିବା ଲାଗି ଏକ ନିର୍ଦ୍ଧାରିତ କ୍ଷମତା ରହିଛି। ଏହି କ୍ଷମତାକୁ ବଢ଼ାଇବା ଲାଗି ବିମାନଗୁଡ଼ିକର ବାହାରେ ଅତିରିକ୍ତ ଇନ୍ଧନ ଟ୍ୟାଙ୍କ ଯୋଡ଼ାଯାଇଥାଏ। ଏହାଦ୍ବାରା ବିମାନର ଉଡ଼ାଣ ଭରିବା କ୍ଷମତା ବୃଦ୍ଧି ପାଇଥାଏ। ଜରୁରୀ ପରିସ୍ଥିତିରେ ପାଇଲଟ୍‌ ଚାହିଁଲେ ଏହି ଇନ୍ଧନ ଟ୍ୟାଙ୍କକୁ ବିମାନରୁ ଅଲଗା କରିପାରିବେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories