ଅନୁଗୁଳ : ଅନୁଗୁଳ ଜିଲା ଜରପଡ଼ା ଥାନା ଅନ୍ତର୍ଗତ ଅମନ୍ତପୁର ଠାରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ବ୍ୟବସାୟୀଙ୍କ ହାତକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଦୁର୍ବୃତ୍ତ ଦେଢ ଲକ୍ଷ ଟଙ୍କା ଲୁଟ କରିଥିବା ଅଭିଯୋଗ ହୋଇଛି। ସୂଚନାଅନୁଯାୟୀ, ୨ଟି ବାଇକରେ ୩ ଜଣ ଲୁଟେରା ଆସି ଧାରୁଆ ଅସ୍ତ୍ରରେ ବ୍ୟବସାୟୀଙ୍କୁ ଆକ୍ରମଣ କରିଥିଲେ। ଫଳରେ ବ୍ୟବସାୟୀ ଜଣକ ଆହତ ହୋଇଥିଲେ, ଦୁର୍ବୃତ୍ତମାନେ ଲୁଟ କରି ଫେରାର ହୋଇଯାଇଥିଲେ। ଆହତ ବ୍ୟବସାୟୀଙ୍କୁ ଅନୁଗୁଳ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଘଟଣା ନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।
ବ୍ୟବସାୟୀଙ୍କୁ ଆକ୍ରମଣ କରି ଦେଢ ଲକ୍ଷ ଟଙ୍କା ଲୁଟ ଅଭିଯୋଗ
Popular Categories



