www.samajalive.in
Monday, December 15, 2025
16.1 C
Bhubaneswar

‘ମଦ୍ୟପାନ କରି ଗାଡ଼ି ଚଳାଉଥିବା ବ୍ୟକ୍ତି ଆତଙ୍କବାଦୀ’

ହାଇଦ୍ରାବାଦ, ୨୬ା୧୦: ହାଇଦ୍ରାବାଦ ପୁଲିସ କମିସନର ଭି ସି ସଜ୍ଜନାର କହିଛନ୍ତି ଯେ ମଦ୍ୟପାନ କରି ଗାଡି ଚଲାଉଥିବା ଚାଳକ ଆତଙ୍କବାଦୀ ଏବଂ ସଡ଼କରେ ସେମାନେ ଆତଙ୍କ ଖେଳାଇଥାନ୍ତି। କୁରନୁଲ ବସ୍ ଦୁର୍ଘଟଣା ମାମଲାରେ ସେ ଏହି ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ଏହା କୌଣସି ସାଧାରଣ ସଡ଼କ ଦୁର୍ଘଟଣା ନୁହେଁ, ବରଂ ଜଣେ ମଦ୍ୟପ ବାଇକ ଚାଳକର ଅବହେଳା ଯୋଗୁଁ ଅନେକ ନିରୀହ ପ୍ରାଣ ହରାଇଛନ୍ତି। ଦୁର୍ଘଟଣା ସମୟରେ ମଟର ସାଇକଲ ଚାଳକ ବି. ଶିବ ମଦ୍ୟପାନ କରି ଚଳାଉଥିଲା। ସିସିଟିଭି ଫୁଟେଜରେ ସେ ୨.୨୪ ମିନିଟ୍ ସମୟରେ ନିଜ ବାଇକରେ ପେଟ୍ରୋଲ ପକାଉଥିବାର ଦେଖିବାକୁ ମିଳୁଛି। କିଛି ସମୟ ପରେ ୨.୩୯ ମିନିଟରେ ସେ ନିୟନ୍ତ୍ରଣ ହରାଇବା ଫଳରେ ଭୟଙ୍କର ସଡ଼କ ଦୁର୍ଘଟଣା ହୋଇଥିଲା। କମିସନର କହିଛନ୍ତି ଯେ ହାଇଦ୍ରାବାଦରେ ମଦ୍ୟପ ଗାଡି ଚାଳକଙ୍କ ପାଇଁ ଶୂନ୍ୟ ସହନଶୀଳତା ନିୟମ ଲାଗୁ କରାଯିବ। ଖିଲାପକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହା କେବଳ ଏକ ଭୁଲ୍ ନୁହେଁ, ଗୁରୁତର ଅପରାଧ। ସେମାନଙ୍କ ପାଇଁ ଦଣ୍ଡ ବାଧ୍ୟତାମୂଳକ ବୋଲି ସେ କହିଛନ୍ତି।

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories