www.samajalive.in
Saturday, December 6, 2025
15.1 C
Bhubaneswar

ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା, ସ୍ୱାମୀ ଗିରଫ

ଧାମନଗର : ଭଦ୍ରକ ଜିଲ୍ଲା  ଧାମନଗର ବ୍ଲକ ଧୁଷୁରୀ ଥାନା ଅନ୍ତର୍ଗତ କୋଠର ଗ୍ରାମରରେ ଗରୁବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି । ଗାଁର ସଂଜୟ ଦାସ ତାଙ୍କ ସ୍ତ୍ରୀ ରଶ୍ମମିତାକୁ ଟାଙ୍ଗୀଆରେ ହାଣି ହତ୍ୟାକରିଛନ୍ତି । ଏହି ଘଟଣାରେ ପୁଲିସ ଅଭିଯୁକ୍ତ ସ୍ୱାମୀ ସଂଜୟ ଦାସକୁ ଗିରଫ କରିଛି । ସଂଜୟ ସ୍ତ୍ରୀଙ୍କ ଚରିତ୍ରକୁ ସନ୍ଦେହ କରି ହତ୍ୟାକରିଥିବା ପୁଲିସ ନିକଟରେ ସ୍ୱୀକାର କରିଛି । ଅନ୍ୟ ପକ୍ଷରେ ଝିଅକୁ ଯୌତୁକ ନିର୍ଯ୍ୟାତନା ଦେଆଯାଇ ହତ୍ୟା କରାଯାଇଥିବା ରଶ୍ମିତାଙ୍କ ମା ଥାନାରେ ଏତଲା ଦେଇଛନ୍ତି ।

ମିଳିଥିବା ତଥ୍ୟ ଅନୁସାରେ ୯ ବର୍ଷ ତଳେ ଭଦ୍ରକ ଥାନା ଅନ୍ତର୍ଗତ ଅର୍ଣ୍ଣପାଳ ଅଞ୍ଚଳର ରବିନ୍ଦ୍ର ମହାଳିଙ୍କ ବଡଝିଅ ରଶ୍ମିତା କୋଠାର ଗ୍ରାମର ସଂଜୟଙ୍କ ସହ ଅସୁରାଳ ମନ୍ଦିରରେ ବାହାଘର ହୋଇଥିଲା । ତାଙ୍କର ୪ବର୍ଷ ଝିଅ ଓ ୩ ବର୍ଷର ପୁଅ ଅଛି । ସଂଜୟ ଅଧିକାଂଶ ଦିନ ବାହାର ରାଜ୍ୟର କାମ କରି ଗୁଜୁରାଣ ମେଣ୍ଟାଇଥାଏ । ଗତ କାଲି ରାତିରେ ସେହି ଘଟଣାକୁ କେନ୍ଦ୍ରକରି  ଉଭୟ ସ୍ୱମୀ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତ୍ୟକ୍ତ  ହୋଇ ସ୍ୱାମୀ ଏକ ଟାଙ୍ଗିଆରେ ରଶ୍ମିତାକୁ ହାଣି ଗୁରୁତର କରିଥିଲା । ତୁରନ୍ତ ରଶ୍ମିତାଙ୍କୁ  ଭଦ୍ରକ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ  ମୃତ ଘୋଷଣା କରିଥିଲେ   ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories