www.samajalive.in
Saturday, December 6, 2025
17.1 C
Bhubaneswar

୪ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ପ୍ରଭାରୀ ନିଯୁକ୍ତ କଲା ବିଜେପି

ନୂଆଦିଲ୍ଲୀ : ବିଧାନସଭା ନିର୍ବାଚନ ହେବାକୁ ଥିବା ମହାରାଷ୍ଟ୍ର, ଝାଡ଼ଖଣ୍ଡ, ହରିୟାଣା ଏବଂ ଦିଲ୍ଲୀ ପାଇଁ ବିଜେପି ପକ୍ଷରୁ ନିର୍ବାଚନ ପ୍ରଭାରୀ ନିଯୁକ୍ତ କରାଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଶୁକ୍ରବାର ଉପରୋକ୍ତ ୪ ରାଜ୍ୟ ପାଇଁ ନିଯୁକ୍ତ ନିର୍ବାଚନ ପ୍ରଭାରୀଙ୍କ ନାମ ଘୋଷଣା କରିଛନ୍ତି।

ଏହି କ୍ରମରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ବିଜେପିର ସାଧାରଣ ସମ୍ପାଦକ ଭୂପେନ୍ଦ୍ର ଯାଦବଙ୍କୁ ନିର୍ବାଚନ ପ୍ରଭାରୀ ଭାବେ ନିଯୁକ୍ତି ଦିଆଯାଇଥିବାବେଳେ ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ କର୍ଣ୍ଣାଟକର ପୂର୍ବତନ ବିଧାୟକ ଲକ୍ଷ୍ମଣ ସାଭାଦିଙ୍କୁ ନିର୍ବାଚନ ସହପ୍ରଭାରୀ ନିଯୁକ୍ତ କରାଯାଇଛି। ପ୍ରଦେଶ ସଂଗଠନ ପ୍ରଭାରୀ ଭାବେ ସାଧାରଣ ସମ୍ପାଦକ ସରୋଜ ପାଣ୍ଡ୍ୟା କାର୍ଯ୍ୟ କରିବେ। ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଓମ ପ୍ରକାଶ ମାଥୁରଙ୍କୁ ନର୍ବାଚନ ପ୍ରଭାରୀ ଏବଂ ବିହାର ମନ୍ତ୍ରୀ ନନ୍ଦ କିଶୋର ଯାଦବଙ୍କୁ ନିର୍ବାଚନ ସହପ୍ରଭାରୀ ଭାବେ ନିଯୁକ୍ତି ଦିଆଯାଇଛି। ହରିୟାଣା ବିଧାନସଭା ନିର୍ବାଚନ ପାଇଁ କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ନିର୍ବାଚନ ପ୍ରଭାରୀ ଏବଂ ଉତ୍ତରପ୍ରଦେଶ ମନ୍ତ୍ରୀ ଭୂପେନ୍ଦ୍ର ସିଂହଙ୍କୁ ନିର୍ବାଚନ ସହପ୍ରଭାରୀ ଭାବେ ନିଯୁକ୍ତି ଦିଆଯାଇଛି। ପ୍ରଦେଶ ସଂଗଠନ ପ୍ରଭାରୀ ଭାବେ ସାଧାରଣ ସମ୍ପାଦକ ଅନୀଲ ଜୈନ କାର୍ଯ୍ୟରତ ରହିବେ। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ନିର୍ବାଚନ ପ୍ରଭାରୀ, କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀ ଏବଂ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କୁ ନିର୍ବାଚନ ସହପ୍ରଭାରୀ ଭାବେ ନିଯୁକ୍ତି ଦିଆଯାଇଛି। ଏଠାରେ ପ୍ରଦେଶ ସଂଗଠନ ପ୍ରଭାରୀ ଭାବେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ୟାମ ଜାଜୁ ଏବଂ ସହପ୍ରଭାରୀ ଭାବେ ସାଧାରଣ ସମ୍ପାଦକ ତରୁଣ ଚୁଧ କାର୍ଯ୍ୟରତ ରହିବେ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories