ଚିକେନ ତରକାରୀ ନ କରିବାରୁ ସ୍ତ୍ରୀକୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ଚିକେନ ତରକାରୀ ନ କରିବାରୁ ସ୍ତ୍ରୀକୁ ହତ୍ୟା। ଏଭଳି ଏକ ଅଭାବନୀୟ ହତ୍ୟାକାଣ୍ଡ ଘଟିଛି ଢେଙ୍କାନାଳ ଜିଲା ଗଁଦିଆ ଥାନା ଅନ୍ତର୍ଗତ ଧନିଆନାଳି ଗ୍ରାମର ମୁଣ୍ଡାସାହିରେ। ପୁଲିସ ଅଭିଯୁକ୍ତ ସ୍ବାମୀକୁ ଅଟକ ରଖିବା ସହିତ ମୃତଦେହ ଜବତ କରି ତଦନ୍ତ ଚଳାଇଛି। ସୂଚନା ଅନୁସାରେ, ଅଭିଯୁକ୍ତ ସ୍ବାମୀ ତା’ର ସ୍ତ୍ରୀଙ୍କୁ ଚିକେନ ତରକାରୀ ରୋଷେଇ କରିବାକୁ କହିଥିଲା। ହେଲେ ସ୍ତ୍ରୀ ତାହା କରି ନ ଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ସ୍ବାମୀ ତାଙ୍କୁ ଶକ୍ତ ଚାପୁଡ଼ା ମାରିଥିଲେ। ଯାହାଫଳରେ ଘଟଣାସ୍ଥଳରେ ହିଁ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିଲା।

Comments are closed.