www.samajalive.in
Saturday, December 6, 2025
15.1 C
Bhubaneswar

ସ୍ତ୍ରୀକୁ ବାଇକ୍‌ ପଛରେ ବାନ୍ଧି ଘୋଷାଡ଼ିଲା ସ୍ଵାମୀ, ଭାଇରାଲ୍ ହେଲା ଭିଡିଓ

ନୂଆଦିଲ୍ଲୀ : ସ୍ତ୍ରୀକୁ ମଦ୍ୟପ ସ୍ବାମୀ ମୋଟର ସାଇକଲ ପଛରେ ବାନ୍ଧି ଘୋଷାଡି ନେବା ଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ରାଜସ୍ଥାନ ନାଗୌର ଜିଲାରେ। ମାସକ ତଳେ ଘଟିଥିବା ଏହି ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବା ପରେ ଏହା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ପୁଲିସ କହିବା ଅନୁଯାୟୀ ପ୍ରେମରାମ ମେଘୱାଲ (୩୨) ନିୟମିତ ଭାବେ ତା’ ସ୍ତ୍ରୀକୁ ମାରଧର କରିବା ସହିତ ନିର୍ଯାତନା ଦେଇଥାଏ। ଏହି କ୍ରମରେ ଗୋଟିଏ ଦିନ ପ୍ରେମରାମ ତା’ ସ୍ତ୍ରୀକୁ ମାଡ ମାରିବା ସହିତ ହାତଗୋଡ ବାନ୍ଧି ମୋଟର ସାଇକଲରେ ଘୋଷାଡି ନେଇଥିଲା। ସୋମବାର ଏହି ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ପୁଲିସ ନିଜ ଆଡୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପୁଲିସ ପ୍ରେମରାମକୁ ଗିରଫ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଏ ସମ୍ପର୍କ​‌ରେ ପୀଡିତା ମହିଳା କିମ୍ବା ତାଙ୍କ ସମ୍ପର୍କୀୟଙ୍କ ପକ୍ଷରୁ କୌଣସି ମାମଲା ଦାୟର ହୋଇନାହିଁ। ମହିଳା ଜଣଙ୍କ ଏବେ ତାଙ୍କ ସମ୍ପର୍କୀୟଙ୍କ ଘରେ ରହୁଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories