www.samajalive.in
Monday, December 8, 2025
20.1 C
Bhubaneswar

ଏବେ ବି ବଞ୍ଚି ରହିଛି ଶହ ଶହ ବର୍ଷର ପରମ୍ପରା

ସୁଆଣ୍ଡୋ – ଶଗଡ଼ଗାଡ଼ିରେ ହରିଆବୁଢା ଠାକୁରଙ୍କ ପୀଠରେ ପହଞ୍ଚିଲେ ଶ୍ରଦ୍ଧାଳୁ । ଦିନଥିଲା ଶଗଡ଼ଗାଡ଼ିରେ ଲୋକମାନେ ଯିବାଆସିବା କରୁଥିଲେ । ଏବେ ଶଗଡ଼ଗାଡ଼ି ଦେଖିବା ସାତସପନ ହୋଇଯାଇଛି । କାର୍ତ୍ତିକ ମାସ ଶୁକ୍ଳପକ୍ଷ ଦଶମୀ ତିଥିରେ ଚନ୍ଦନପୁର କରଡି ଗ୍ରାମର ବାସିନ୍ଦା ମାନଙ୍କ ପକ୍ଷରୁ ଏହି ତାଟି ଶଗଡ଼ଗାଡ଼ିରେ ଯାତ୍ରା କରାଯାଇ ଥାଏ ।

ପୁରୀ ଜିଲା ସତ୍ୟ ବାଦୀ ବ୍ଲକ ଅନ୍ତର୍ଗତ ବଳପୁର ଗ୍ରାମର ପ୍ରତିଷ୍ଠିତ ହରିଆବୁଢା ଠାକୁରଙ୍କ ପିଠରେ ୬ ଟି ତାଟି ଶଗଡରେ ଗୁରୁବାର ସୁସଜ୍ଜିତ ଶଗଡ଼ଗାଡ଼ିରେ ବିପିନ ଦାସ ସୁକାନ୍ତ ବେହେରା, ନବଘନ ଦାସ, ରମେଶ ମାଝି, କାଳିଆ ବାରିକ ଓ ଅଧିକାରୀ ବେହେରା ପ୍ରମୁଖ ପହଞ୍ଚି ଥିଲେ । ମନ୍ଦିରର ପୂଜକ ସେମାନଙ୍କୁ ଠାକୁରଙ୍କ ଆଜ୍ଞା ମାଳ ଓ ପ୍ରସାଦ ଦେଇ ବରଣ କରାଯାଇ ଥିଲା । ପଟ୍ଟନାୟିକିଆ ରାସ୍ତା ରେ ଉକ୍ତ ଶଗଡ଼ଗାଡ଼ି ଆସିବା ବେଳେ ବରାଳ, ସଦାନନ୍ଦ ପୁର, ମହାବଳପଡା, ମୁନିନ୍ଦା ଆଦି ଗ୍ରାମବାସୀମାନେ ସ୍ୱାଗତ କରିଥିଲେ । ପ୍ରତିବର୍ଷ ଉକ୍ତ ଗ୍ରାମବାସୀଙ୍କ ପକ୍ଷରୁ ଏହି କାର୍ଯ୍ଯକ୍ରମ କରାଯାଇ ଆସୁଛି । ଗୋଟିଏ ଦିନ ଠାକୁରଙ୍କ ପିଠରେ ରହି ଏକାଦଶୀ ଦିନ ସେମାନେ ବାହୁଡି ଯିବେ ବୋଲି ଜଣାପଡିଛି । ବଳପୁର ଗ୍ରାମଦେଶ କୋଠ ପକ୍ଷରୁ ଶଗଡ଼ଗାଡି ଯାତ୍ରୀ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆ ଯାଇଥିଲା ।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories