www.samajalive.in
Saturday, December 13, 2025
15.1 C
Bhubaneswar

ବିଶେଷଜ୍ଞଙ୍କ ମତ : ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ବରଦାନ ‘ଗୁଜୁରାତି’

ଗୁଜୁରାତିର ବିଭିନ୍ନ ପ୍ରକାର ଖାଦ୍ୟ ଓ ମିଠା ପ୍ରସ୍ତୁତିରେ ବ୍ୟବହାର କରାଯାଏ । ପୂର୍ବରୁ ଲୋକେ ପ୍ରାୟତଃ ଏହାର ଅଧିକ ସେବନ କରୁଥିଲେ । ଏହା ଗରମ ମସଲାର ଏକ ମୁଖ୍ୟ ଅଂଶ । ଏହାର ସ୍ୱାସ୍ଥ୍ୟ ଉପକାରୀ ଅନେକ ଗୁଣ ରହିଥିବା ବେଳେ ଏକ ଅଧ୍ୟୟନ ଅନୁଯାୟୀ, ଗୁଜୁରାତିରେ ଉଚ୍ଚ ରକ୍ତଚାପ କମ୍‍ କରିବାର କ୍ଷମତା ରହିଛି । ଏହାସହ ଗୁଜୁରାତି କର୍କଟ ଭଳି ମାରାତ୍ମକ ରୋଗ ସହ ଲଢେଇ କରିବାରେ ସକ୍ଷମ ହେବା ସହ ଏହାକୁ ଶରୀର ଠାରୁ ଦୂରେଇ ରଖିବାରେ ସହାୟକ ହୋଇଥାଏ ।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତାନୁଯାୟୀ, ଗୁଜୁରାତିରେ ଭିଟାମିନ୍‍, ଭିଟାମିନ ସି, ମିନେରାଲ୍ସ, କ୍ୟାଲସିୟମ, ପୋଟାସିୟମ ଓ ମେଗ୍ନେସିୟମ ଭଳି ଅନେକ ପୋଷକ ତତ୍ତ୍ୱ ରହିଛି । ଏହାସହ ଗୁଜୁରାତିରେ ଆଣ୍ଟି-ଅକ୍ସିଡାଣ୍ଟ ଥିବା ସହ ପେଟକୁ ସୁସ୍ଥ ରଖିଥାଏ ।
ଗୁଜୁରାତିର ଗୁଣକୁ ପରଖିବା ପାଇଁ କେତେକ ଅଧ୍ୟୟନ କରାଯାଇଛି । ଏହି ଅଧ୍ୟୟନ ଉଚ୍ଚ ରକ୍ତଚାପ ରୋଗୀଙ୍କ କ୍ଷେତ୍ରରେ କରାଯାଇଛି । ଏହି ରୋଗୀଙ୍କୁ ୧୨ ସପ୍ତାହ ଯାଏଁ ଗୁଜୁରାତି ସେବନ କରିବାକୁ କୁହାଯାଇଥିଲା । ଏହାପରେ ସେମାନଙ୍କ ରକ୍ତଚାପ ମପାଯାଇଥିଲା । ଯାହା ସାଧାରଣସ୍ତରରେ ରହିଥିବା ଦେଖାଯାଇଥିଲା । ଅଧ୍ୟୟନ ଅନୁଯାୟୀ, ଗୁଜୁରାତିରେ ଅତ୍ୟଧିକ ଆଣ୍ଟି-ଅକ୍ସିଡାଣ୍ଟ ଥିବା କାରଣୁ ଏହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବାରେ ବେଶ ସହାୟକ ହୋଇଥାଏ ।
ଗୁଜୁରାତି ପାଣିର ନିୟମିତ ସେବନ କରିବା ଦ୍ୱାରା ପାଚନ କ୍ରିୟା ସୁସ୍ଥ ରହିଥାଏ । ସଠିକ ଭାବେ କାର୍ଯ୍ୟ କରିଥାଏ । ମଜଭୂତ ମଧ୍ୟ ହୋଇଥାଏ । କୋଷ୍ଠକାଠିନ୍ୟ ଭଳି ସମସ୍ୟାକୁ ମଧ୍ୟ ଦୂର କରିଥାଏ । ଏହା ଓଜନ ହ୍ରାସ କରିବାରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଗୁଜୁରାତି ଶରୀରରେ ଜମାଟ ବାନ୍ଧୁଥିବା ଅତ୍ୟଧିକ ଚର୍ବିକୁ ନିର୍ଗତ କରିଥାଏ । ଏହାସହ କୋଲେଷ୍ଟେରୋଲ୍‍ ସ୍ତରକୁ ମଧ୍ୟ ଖୁବ କମ୍‍ କରିଥାଏ । ରକ୍ତ ଜମାଟ ବାନ୍ଧିବାକୁ ଦେଇନଥାଏ । ଏହା ଶରୀରକୁ ବିଭିନ୍ନ ସଂକ୍ରମଣରୁ ରକ୍ଷା କରିଥାଏ ।

 

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories