ନୂଆଦିଲ୍ଲୀ : ଦେଶର ଦିତ୍ୱୀୟ ବଡ କାର ନିର୍ମାତା କମ୍ପାନୀ ହୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ ଗ୍ରାହକ ମାନଙ୍କ ପାଇଁ ଏକ ବଡ ଘୋଷଣା କରିଛି। ଏଚଏମଆଇଏଲଙ୍କ କହିବା ଅନୁସାରେ ନିଜର ମଡେଲରେ ୩୦ହଜାର ଟଙ୍କା ବୃଦ୍ଧି ହୋଇଛି। ଏହି ନୂଆ ମୂଲ୍ୟ ୨୦୧୯ ଜାନୁଆରୀ ପହିଲାରୁ ଲାଗୁ କରାଯିବ। ହୁଣ୍ଡାଇ ବର୍ତ୍ତମାନ ବଜାରରେ ୧୦ଟି କାର ବିକ୍ରି କରାଯାଉଛି। ନିକଟରେ ହୁଣ୍ଡାଇ ନିଜର ନୂଆ ମଡେଲ କାର କମ୍ପେକ୍ଟ ହେଚବ୍ରେକର ସେଣ୍ଟ୍ରୋର ବଜାର ପ୍ରବେଶ କରାଇଥିଲା। ଯାହାର ମୂଲ୍ୟ ୩.୮୯ ଲକ୍ଷ ଟଙ୍କା ରହିଛି। ହୁଣ୍ଡାଇ ସେଣ୍ଟ୍ରୋ ୭ଟି ବିଭିନ୍ନ ରଙ୍ଗରେ ବଜାରରେ ଉପଲବ୍ଧ ରହିଛି। କମ୍ପାନୀ କାର ମାନଙ୍କରରେ ୧.୧ଲିଟର ୪ ସିଲିଣ୍ଡର ଓ ସିଏନଜି ଇଞ୍ଜିନ ରହିଛି। କମ୍ପାନୀର ଏହି ବର୍ଦ୍ଧିତ ଦରକୁ ଗ୍ରାହକ ମାନେ ଗ୍ରହଣ କରିବେ ବୋଲି କମ୍ପାନୀ ଆଶା ରଖିଛି।
Popular Categories



