ମାଲକାନଗିରି : କିଛିଦିନର ନୀରବତା ପରେ ପୁଣି ମାଲକାନଗିରି ଜିଲାରେ ମାଓବାଦୀ ମାନେ ପିଠା କାର୍ଯ୍ୟକ୍ରମକୁ ବିରୋଧ କରିବା ସହ ସରକାରୀ କର୍ମଚାରୀଙ୍କୁ ମାଡ ମାରିଥିବା ଜଣାପଡିଛି। ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ରେଲଗଡା ପଞ୍ଚାୟତରେ ଗୁରୁବାର ବ୍ଲକ ପକ୍ଷରୁ ସୁଲୁକୁବନ୍ଧରେ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ କିଛି ମିଡିସିଆ ମାଓବାଦୀ ଆସି ଏହି କାର୍ଯ୍ୟକ୍ରମକୁ ବନ୍ଦ କରିବା ସହ ଆୟୋଜନ କରୁଥିବା କର୍ମଚାରୀଙ୍କୁ ମାଡ ମାରିଥିବା ଜଣାପଡିଛି। ତେବେ ରାଜ୍ୟ ସରକାର ଜିଲା ପ୍ରଶାସନ ନିର୍ବାଚନ ପୂର୍ବରୁ ଭୋଟ ହାତେଇବାକୁ ଏଭଳି କାର୍ଯ୍ୟକ୍ରମ କରୁଥିବା ମାଓବାଦୀମାନେ କହିବା ସହ ଅଗାମୀ ଦିନରେ ବିଛିନ୍ନାଞ୍ଚଳରେ ପିଠାକାର୍ଯ୍ୟକ୍ରମ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି। ଏନେଇ ପୁଲିସ ନିକଟରେ କୌଣସି ସୂଚନା ନଥିବା ଜଣାପଡିଛି।
ସ୍ୱାଭିମାନ ଅଞ୍ଚଳରେ ପିଠା କାର୍ଯ୍ୟକ୍ରମକୁ ମାଓବାଦୀଙ୍କ ବିରୋଧ, ସରକାରୀ କର୍ମଚାରୀଙ୍କୁ ମାଡ
Popular Categories


