ନୂଆଦିଲ୍ଲୀ : ‘ହୁୱାଇ’ ତରଫରୁ ଭାରତରେ ପୂର୍ବମାସରେ ଦୁଇଟି ସ୍ମାର୍ଟଫୋନ୍ ‘ହୁୱେଇ ନୋଭା-୩’ ଏବଂ ‘ହୁୱେଇ ନୋଭା-୩ ଆଇ’ ଲଞ୍ଚ୍ କରାଯାଇଥିଲା। ଏହି ଦୁଇଟି ଫୋନ୍କୁ ଭାରତ ପୂର୍ବରୁ ପ୍ରଥମେ ଚୀନ୍ରେ ଲଞ୍ଚ୍ କରାଯାଇଥିଲା। ଏହି ଦୁଇଟି ଫୋନ୍ର ଖାସ କଥା ହେଉଛି ଉଭୟ ଫୋନ୍ରେ ୪ଟି କ୍ୟାମେରା ଦିଆଯାଇଛି। ଏହା ମଧ୍ୟରୁ ହୁୱେଇ ନୋଭା ୩ଆଇ ସେଲ୍ର ଆରମ୍ଭ ମଙ୍ଗଳବାର ୧୨ଟା ସମୟରୁ ହୋଇଛି। ଏହି ଫୋନ୍ ଆମାଜନ୍ରେ ଉପଲବ୍ଧ ରହିଛି।
‘ହୁୱେଇ ନୋଭା-୩ ଆଇ’ର ବିଶେଷତ୍ୱ
ଏହି ଫୋନ୍ରେ ଡୁଆଲ ସିମ୍ ସପୋର୍ଟ ରହିଛି। ଏଥିରେ ଆପଣ ୬.୩ଇଞ୍ଚ୍ର ଫୁଲ ଏଚ୍ଡି ଡିସ୍ପ୍ଲେ ପାଇପାରିବେ, ଅକ୍ଟୋକର୍ ହାଇସିଲିକନ୍ କିରିନ୍ ୭୧୦ ପ୍ରୋସେସର, ୪ଜିବି/୬ଜିବି ରାମ୍ ଏବଂ ୬୪ଜିବି/୧୨୮ଜିବି ଷ୍ଟୋରେଜ୍ ମିଳିବ, ଯାହାକୁ ୨୫୬ ଜିବି ପର୍ଯ୍ୟନ୍ତ ବଢାଇପାରିବେ। ଏହି ଫୋନ୍ରେ ୧୬+୨ମେଗାପିକ୍ସେଲର ରିୟର କ୍ୟାମେରା ଏବଂ ଏହାର ଆଗପଟ କ୍ୟାମେରା ୨୪+୨ ମେଗାପିକ୍ସେଲର ରହିଛି।
‘ହୁୱେଇ ନୋଭା-୩ ଆଇ’ର ମୂଲ୍ୟ
‘ହୁୱେଇ ନୋଭା-୩ ଆଇ’ର ୪ଜିବି ରାମ୍ ଏବଂ ୧୨୮ଜିବି ଷ୍ଟୋରେଜର ମୂଲ୍ୟ ୧,୯୯୯ ଚୀନ୍ ୟାନ୍ ଭାରତୀୟ ମୁଦ୍ରାରେ ଯାହାର ମୂଲ୍ୟ ୨୦,୩୦୦ଟଙ୍କା।
ଆରମ୍ଭ ହେଲା ‘ହୁୱେଇ’ର ପ୍ରଥମ ସେଲ୍, ଜିଓ ତରଫରୁ ୧୦୦ଜିବି ଡାଟା
Popular Categories



