ଅକ୍ଟୋବର ୫ ଯାଏ ମାଟ୍ରିକ ଫର୍ମପୂରଣ ଅବଧି ବୃଦ୍ଧି

କଟକ : ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା -୨୦୨୪ ପାଇଁ ଫର୍ମପୂରଣ ଅବିଧିକୁ ବୃଦ୍ଧି କରାଯାଇଛି । ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଫର୍ମପୂରଣ କରିପାରିବେ। ଅନଲାଇନ ମାଧ୍ୟମରେ ଏହି ଫର୍ମପୂରଣ ପ୍ରକ୍ରିୟା କରାଯାଉଥିବାବେଳେ ପରବର୍ତ୍ତୀ ସମୟରେ ଅବଧି ବୃଦ୍ଧି ହେବ ନାହିଁ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।
ସେହିଭଳି ସଂସ୍କୃତ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷାର ଫର୍ମପୂରଣ ତାରିଖ ମଧ୍ୟ ଅକ୍ଟୋବର ୫ ପର୍ଯ୍ୟନ୍ତ ବୃଦ୍ଧି ଘଟିଛି।

Comments are closed.