www.samajalive.in
Saturday, December 13, 2025
21.1 C
Bhubaneswar

୧୨ ଦିନରେ ସରିବ ସମ୍ମେଟିଭ୍‌-୨ ମୂଲ୍ୟାୟନ

କଟକ: ଏପ୍ରିଲ ୩ତାରିଖରୁ ଦଶମ ଶ୍ରେଣୀ ସମ୍ମେଟିଭ୍‌-୨ ପରୀକ୍ଷା ଉତ୍ତର ଖାତା ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହେବ। ରାଜ୍ୟର ୫୫ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ନିମନ୍ତେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ସମସ୍ତ କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥା ସହ ଅନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ମଙ୍ଗଳବାର ବୋର୍ଡ ପକ୍ଷରୁ ସବୁ ଜିଲାର ଜିଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କୁ ଚିଠି ଲେଖାଯାଇଛି।

ମୂଲ୍ୟାୟନ କେନ୍ଦ୍ରରେ ଉତ୍ତରଖାତା ପହଞ୍ଚିବା ଦିନରୁ ଖାତା ଦେଖା ଶେଷ ହେବା ପର୍ଯ୍ୟନ୍ତ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ସ୍ଥାନୀୟ ଜିଲା ପ୍ରଶାସନ ସହ ଏ ଦିଗରେ ଆଲୋଚନା କରି ବୋର୍ଡକୁ ଅବଗତ କରିବାକୁ ଚିଠି ମାଧ୍ୟମରେ ଜିଲା ଶିକ୍ଷାଧିକାରୀଙ୍କୁ କୁହାଯାଇଛି। ଯେଉଁ ଶିକ୍ଷକ ମାନେ ଖାତା ଦେଖିବା ପାଇଁ ନିୟୋଜିତ ହେବେ ସେମାନଙ୍କର ତାଲିକା ବୋର୍ଡ ୱେବସାଇଟରେ ଉପଲବ୍ଧ ହେବ। ତେଣୁ ନିୟୋଜିତ ହେବାକୁ ଥିବା ଶିକ୍ଷକମାନଙ୍କୁ ସେମାନଙ୍କ କାର୍ଯ୍ୟରୁ ମୁକ୍ତ କରିବା ସହ ମାର୍ଚ୍ଚ ୨ ତାରିଖ ୧୦ଟା ସୁଦ୍ଧା ମୂଲ୍ୟାୟନ କେନ୍ଦ୍ରରେ ଯୋଗଦେବା ନିମନ୍ତେ ନିର୍ଦେଶ ଦେବାକୁ ଦର୍ଶାଯାଇଛି। ଏପ୍ରିଲ ୨ ତାରିଖ ଅପରାହ୍ଣ ୨ଟାରେ ସବୁ ଜିଲା ଶିକ୍ଷାଧିକାରୀଙ୍କ ଅଧ୍ୟକ୍ଷତାରେ ସମସ୍ତ ମୂଲ୍ୟାୟନ କେନ୍ଦ୍ରଗୁଡିକରେ ବୈଠକ ହେବ। ଯଦି କୌଣସି କେନ୍ଦ୍ରରେ ଖାତା ଦେଖା ପାଇଁ ଶିକ୍ଷକଙ୍କ ଆବଶ୍ୟକତା ରହେ ତୁରନ୍ତ ପଦକ୍ଷେପ ନେବାକୁ ଜିଲା ଶିକ୍ଷାଧିକାରୀଙ୍କୁ ନିର୍ଦେଶ ରହିଛି। ଏପ୍ରିଲ ୩ ତାରିଖ ସକାଳ ୧୦ ଟାରୁ ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହେବ। ୧୨ ଦିନରେ ସବୁ ବିଷୟରେ ମୂଲ୍ୟାୟନ ଶେଷ ହେବ ବୋଲି ବୋର୍ଡ ପକ୍ଷରୁ ସ୍ଥିର ହୋଇଥିବା ବୋର୍ଡ ସମ୍ପାଦକ ସୁମିତା ସରକାର କହିଛନ୍ତିି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories