www.samajalive.in
Saturday, December 6, 2025
15.1 C
Bhubaneswar

ଦାମ୍ପତ୍ତ୍ୟ ଜୀବନକୁ ସୁଖମୟ କରିବାର ସହଜ ଉପାୟ ; ଶୟନ କକ୍ଷର ସାଜସଜ୍ଜା

ବିବାହ ପରେ ଶୟନ କକ୍ଷର ଆଭ୍ୟନ୍ତରଣୀୟ ସାଜସଜ୍ଜା ବୈବାହିକ ଜୀବନକୁ ବହୁ ମାତ୍ରାରେ ପ୍ରଭାବିତ କରିଥାଏ। ସେଥିଲାଗି ବିବାହ ପରେ ବେଡ ରୁମକୁ ସଜାଇବା ପାଇଁ କିଛି ବିଶେଷ କଥା ଉପରେ ଧ୍ୟାନ ଦିଅନ୍ତୁ । ଯାହା ଫଳରେ ଆପଣଙ୍କ ବୈବାହିକ ଜୀବନ ସୁଖମୟ ହେବା ସହ ଜୀବନରେ ରୋମାନ୍ସ କେବେ କମ୍ ହେବ ନାହିଁ । ତେବେ ଆସନ୍ତୁ ଜାଣିବା ବିବାହ ପରେ କିଭଳି ଭାବେ ଶୟନ କକ୍ଷକୁ ସଜାଇବା ପାଇଁ ବିଶେଷଜ୍ଞମାନେ ମତ ଦିଅନ୍ତି ।

୧. ଶୟନ କକ୍ଷରେ ଲୁଗାପଟାକୁ ଏଣେତେଣେ ନ ପକାଇ ଆଲମିରାରେ ରଖନ୍ତୁ ।

- Advertisement -

୨. ଶୟନ କକ୍ଷର ପୂର୍ବ ବା ଦକ୍ଷିଣ ଦିଗରେ ଡ୍ରେସିଙ୍ଗ ଟେବୁଲ ରଖିନ୍ତୁ । ଯେଭଳି ଖଟ ବା ଶଯ୍ୟାର ପ୍ରତିଛବି ଡ୍ରେସିଙ୍ଗ ମିରର୍ ରେ ପଡିବ ନାହିଁ । ପୂର୍ବ ଦିଗକୁ ମୁହଁ କରି ନବବଧୂ ମିରର୍ ଦେଖିବା ଶୁଭ ଅଟେ ।

୩. କାନ୍ଥ ରଙ୍ଗକୁ ମ୍ୟାଚ କଲା ଭଳି ଘଣ୍ଟା ଟାଙ୍ଗିବା ଉଚିତ୍।

୪. ଶୟନ କକ୍ଷରେ ଦୁଇ ପରସ୍ତ ଥିବା ପର୍ଦା ଟାଣନ୍ତୁ। ଗୋଟେ ହାଲକା କପଡା ଓ ଅନ୍ୟଟି ମୋଟା କପଡା ହେବା ଉଚିତ୍। ଯାହା ଦ୍ବାରା ବାହାରର ଆଲୋକ ରୁମରେ ପଡିବ ନାହିଁ ଏବଂ ଯାହା ଦ୍ବାରା ଗୋପନୀୟତା ସୁରକ୍ଷିତ ରହିବ।

୫. ଶୟନ କକ୍ଷରେ ଗାଲିଚା ପକାନ୍ତୁ। ଏହା ଆପଣଙ୍କ ଶୟନ କକ୍ଷର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ସହ ଦାମ୍ପତ୍ତ୍ୟ ଜୀବନରେ ଭଲପାଇବା ବଢିବ ।

୬.  ଶୟନ କକ୍ଷରେ ସଂଧ୍ୟା ସମୟରେ ସୁଗନ୍ଧିତ କ୍ୟାଣ୍ଡେଲ ଜଳାନ୍ତୁ ଏବଂ କାନ୍ଥରେ ଆକର୍ଷଣୀୟ ଫଟୋ ବା ପତି-ପତ୍ନୀଙ୍କ ଫଟୋ ଲଗାନ୍ତୁ।

୭. ଶୟନ କକ୍ଷକୁ ହାଲକା ରଙ୍ଗରେ ପେଣ୍ଟ କରନ୍ତୁ ଏହା ଆପଣଙ୍କ ମାନସିକତା ଉପରେ ସକାରାତ୍ମକ ପ୍ରଭାବ ପକାଇ ଥାଏ।

୮. ଶୟନ କକ୍ଷରେ ଏକ ନିଦ୍ଧିଷ୍ଟ ସ୍ଥାନରେ ଆପଣଙ୍କର ପୁରୁଣା ସ୍ମୃତି ସମ୍ବଳିତ ଫଟୋ ରଖନ୍ତୁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories