www.samajalive.in
Friday, December 5, 2025
20.1 C
Bhubaneswar

ବିବାହର ପ୍ରଥମ ଦେଖା ପାଇଁ ରାଶି ଅନୁଯାୟୀ ଜାଣନ୍ତୁ ବାର ଓ ଏହାର ପ୍ରସ୍ତୁତି

ବିବାହ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଓ ନିଷ୍ପତ୍ତି। ନିଜର ଜୀବନସାଥିକୁ ବାଛିବା ସମୟରେ କିଛି କଥା ପ୍ରତି ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ। ଆସନ୍ତୁ ଜାଣିବା ରାଶି ଅନୁଯାୟୀ, ବିବାହ ପାଇଁ ପ୍ରଥମ ଦେଖା କେଉଁ ବାର ଓ କିପରି ହେବା ଉଚିତ…
ମେଷ –
ଏହି ରାଶିର ବ୍ୟକ୍ତି ବା ମହିଳା ବିବାହ ପାଇଁ ପ୍ରଥମ ଦେଖା ସୋମବାର, ଶୁକ୍ରବାର କିମ୍ବା ମଙ୍ଗଳବାର ହେବା ଉଚିତ। ସନ୍ଧ୍ୟା ୭ଟା ପରେ ଏହି କାର୍ଯ୍ୟକ୍ରମ ରଖନ୍ତୁ ନାହିଁ। ଦେଖିବାକୁ ଆସିଥିବା ଅତିଥିଙ୍କୁ ଚାଉଳରେ ପ୍ରସ୍ତୁତ ଖାଦ୍ୟ କିମ୍ବା ଖିରୀ ନିଶ୍ଚୟ ଖାଇବାକୁ ଦିଅନ୍ତୁ। ମାତ୍ର ଶନିବାର ଓ ବୁଧବାର ଏହି କାର୍ଯ୍ୟକ୍ରମ ରଖିବା ଅନୁଚିତ।
ବୃଷ ରାଶି –
ଏହି ରାଶିର ବ୍ୟକ୍ତି ବା ମହିଳା ବିବାହ ପାଇଁ ପ୍ରଥମ ଦେଖା ବୁଧବାର, ଶୁକ୍ରବାର ଓ ଶନିବାର ଦିନ ଉତ୍ତମ ଅଟେ। ଏହି କାର୍ଯ୍ୟକ୍ରମ ୧୨ ଟା ପୂର୍ବରୁ ରଖନ୍ତୁ ନାହିଁ। ଖାଦ୍ୟରେ ଗୋଲାପ ଜାମୁ ନିଶ୍ଚୟ ଖୁଆନ୍ତୁ। ମଙ୍ଗଳବାର ଏହି କାର୍ଯ୍ୟକ୍ରମ ରଖିବା ଅନୁଚିତ।
ମିଥୁନ ରାଶି –
ଏହି ରାଶିର ବ୍ୟକ୍ତି ବା ମହିଳା ବିବାହ ପାଇଁ ପ୍ରଥମ ଦେଖା ବୁଧବାର ଓ ଶୁକ୍ରବାର ଦିନ ଉତ୍ତମ ଅଟେ। ସନ୍ଧ୍ୟା ୪ରୁ ୬ ଟା ସମୟରେ ଏହି କାର୍ଯ୍ୟକ୍ରମ ରଖନ୍ତୁ ନାହିଁ। ଖାଦ୍ୟରେ ଆଳୁରେ ପ୍ରସ୍ତୁତ ଖାଦ୍ୟ ନିଶ୍ଚୟ ଖୁଆନ୍ତୁ। ମଙ୍ଗଳବାର ଓ ରବିବାର ଏହି କାର୍ଯ୍ୟକ୍ରମ ରଖନ୍ତୁ ନାହିଁ।
କର୍କଟ ରାଶି –
ଏହି ରାଶିର ବ୍ୟକ୍ତି ବା ମହିଳା ବିବାହ ପାଇଁ ପ୍ରଥମ ଦେଖା ମଙ୍ଗଳବାର, ଗୁରୁବାର ଓ ଶୁକ୍ରବାର ଉତ୍ତମ ଅଟେ। ଗହମରେ ପ୍ରସ୍ତୁତ ମିଠା କିମ୍ବା ଚକୋଲେଟ ନିଶ୍ଚୟ ଖାଦ୍ୟରେ ରଖନ୍ତୁ। ଶନିବାର ଓ ରବିବାର ଏହି କାର୍ଯ୍ୟକ୍ରମ ରଖନ୍ତୁ ନାହିଁ।
ସନ୍ଧ୍ୟା ୭ ଟାପରେ ମଧ୍ୟ ଏହି କାର୍ଯ୍ୟକ୍ରମ ରଖନ୍ତୁ ନାହିଁ।
ସିଂହ ରାଶି –
ଏହି ରାଶିର ବ୍ୟକ୍ତି ବା ମହିଳା ବିବାହ ପାଇଁ ପ୍ରଥମ ଦେଖା ସୋମବାର, ମଙ୍ଗଳବାର ଓ ଗୁରୁବାର ରଖନ୍ତୁ। ସନ୍ଧ୍ୟା ୭ଟା ପରେ ଏହି କାର୍ଯ୍ୟକ୍ରମ ରଖନ୍ତୁ ନାହିଁ। ଖାଦ୍ୟରେ ମସଲାରେ ପ୍ରସ୍ତୁତ ଖାଦ୍ୟ ରଖନ୍ତୁ। ଖାଇବା ପରେ ଲବଙ୍ଗ ଓ ଗୁଜୁରାତି ଦିଅନ୍ତୁ। ଶନିବାର ଓ ବୁଧବାର ଏହି କାର୍ଯ୍ୟକ୍ରମ ରଖନ୍ତୁ ନାହିଁ।
କନ୍ୟା ରାଶି –
ଏହି ରାଶିର ବ୍ୟକ୍ତି ବା ମହିଳା ବିବାହ ପାଇଁ ପ୍ରଥମ ଦେଖା ଶୁକ୍ରବାର ଓ ବୁଧବାର ସର୍ବୋତ୍ତମ। ମଙ୍ଗଳବାର ଓ ରବିବାରରେ ଏହି କାର୍ଯ୍ୟକ୍ରମ ରଖନ୍ତୁ ନାହିଁ। ବେସନରେ ପ୍ରସ୍ତୁତ ଖାଦ୍ୟପଦାର୍ଥ ନିଶ୍ଚୟ ଖାଦ୍ୟରେ ରଖନ୍ତୁ।
ତୁଳା ରାଶି –
ଏହି ରାଶିର ବ୍ୟକ୍ତି ବା ମହିଳା ବିବାହ ପାଇଁ ପ୍ରଥମ ଦେଖା ଶନିବାର ଓ ଶୁକ୍ରବାର ରଖନ୍ତୁ। ଖାଦ୍ୟ ଚକୋଲେଟ ଓ ଗୋଲାପଜାମୁ ନିଶ୍ଚୟ ରଖନ୍ତୁ। ସୋମବାର ଓ ଗୁରୁବାର ଏହି କାର୍ଯ୍ୟକ୍ରମ ରଖନ୍ତୁ ନାହିଁ।
ବିଛା ରାଶି –
ଏହି ରାଶିର ବ୍ୟକ୍ତି ବା ମହିଳା ବିବାହ ପାଇଁ ପ୍ରଥମ ଦେଖା ରବିବାର, ସୋମବାର ଓ ଗୁରୁବାର ସର୍ବୋତ୍ତମ। ଖାଦ୍ୟରେ ମିଠା ଦ୍ରବ୍ୟ ଓ କ୍ଷୀରରେ ପ୍ରସ୍ତୁତ ଖାଦ୍ୟଦ୍ରବ୍ୟ ନିଶ୍ଚୟ ରଖନ୍ତୁ। ବୁଧବାର ଓ ଶନିବାର ଏହି କାର୍ଯ୍ୟକ୍ରମ ରଖନ୍ତୁ ନାହିଁ।
ଧନୁ ରାଶି –
ଏହି ରାଶିର ବ୍ୟକ୍ତି ବା ମହିଳା ବିବାହ ପାଇଁ ପ୍ରଥମ ଦେଖା ମଙ୍ଗଳବାର ଓ ରବିବାର ସର୍ବୋତ୍ତମ। ଖାଦ୍ୟରେ ମୁଗରେ ପ୍ରସ୍ତୁତ ହାଲୱା ଓ ବର୍ଫି ରଖନ୍ତୁ। ବୁଧବାର ଓ ଶନିବାର ଏହି କାର୍ଯ୍ୟକ୍ରମ ରଖନ୍ତୁ ନାହିଁ।
ମକର ରାଶି –
ଏହି ରାଶିର ବ୍ୟକ୍ତି ବା ମହିଳା ବିବାହ ପାଇଁ ପ୍ରଥମ ଦେଖା ଶୁକ୍ରବାର, ବୁଧବାର ଓ ଶନିବାର ସର୍ବୋତ୍ତମ। ପାନୀୟରେ ବିଭିନ୍ନ ଜୁସ ଓ ସରବତ ରଖନ୍ତୁ। ମଙ୍ଗଳବାର ଓ ଗୁରୁବାର ଏହି କାର୍ଯ୍ୟକ୍ରମ ରଖନ୍ତୁ ନାହିଁ।
କୁମ୍ଭ ରାଶି –
ଏହି ରାଶିର ବ୍ୟକ୍ତି ବା ମହିଳା ବିବାହ ପାଇଁ ପ୍ରଥମ ଦେଖା ଶୁକ୍ରବାର ଓ ବୁଧବାର ସର୍ବୋତ୍ତମ। ଖାଦ୍ୟରେ ଗୋଲାପଜାମୁ ନିଶ୍ଚୟ ରଖନ୍ତୁ। ରବିବାର ଓ ସୋମବାର ଏହି କାର୍ଯ୍ୟକ୍ରମ ରଖନ୍ତୁ ନାହିଁ।
ମୀନ ରାଶି –
ଏହି ରାଶିର ବ୍ୟକ୍ତି ବା ମହିଳା ବିବାହ ପାଇଁ ପ୍ରଥମ ଦେଖା ସୋମବାର, ମଙ୍ଗଳବାର ଓ ଗୁରୁବାର ସର୍ବୋତ୍ତମ। ଖୁଆରେ ପ୍ରସ୍ତୁତ ମିଠା ଖାଦ୍ୟରେ ନିଶ୍ଚୟ ରଖନ୍ତୁ। ଶୁକ୍ରବାର ଓ ଶନିବାର ଏହି କାର୍ଯ୍ୟକ୍ରମ ରଖନ୍ତୁ ନାହିଁ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories