www.samajalive.in
Saturday, December 6, 2025
14.1 C
Bhubaneswar

କରନ୍ତୁ ନାହିଁ ଏପରି ଭୁଲ୍‌, ଖାଲି ହୋଇଯିବ ବ୍ୟାଙ୍କ୍‌ ଆକାଉଣ୍ଟ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ବୈଷୟିକ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଆମେ ବହୁତ ଆଗକୁ ବଢିଛେ। ଅର୍ଥାତ୍‌ ଏବେ ଘରେ ବସି ସମସ୍ତ କାମ ମୋବାଇଲ୍‌ କିମ୍ବା ଲାପଟପ୍‌ ଜରିଆରେ କରିପାରୁଛେ। ସେ କୌଣସି ଜିନିଷ କିଣା ବିକା ହେଉ ବା ଘ​‌ରେ ବସି ଖାଇବା ମଗାଇବା ହେଉ, ମୋବାଇଲ ଦ୍ବାରା ପ୍ରାୟତଃ ଏବେ ସବୁକିଛି ସମ୍ଭବ ହୋଇପାରୁଛି। ସେହିପରି ବ୍ୟାଙ୍କିଂ ସମ୍ବନ୍ଧୀୟ କାର୍ଯ୍ୟ ମଧ୍ୟ ଆମେ ଇଣ୍ଟରନେଟ୍‌ ସାହାଯ୍ୟରେ ମୋବାଇଲ କିମ୍ବା କମ୍ପ୍ୟୁଟର ଦ୍ବାରା କରିପାରୁଛେ। ଟଙ୍କା ନେଣଦେଣ, ଏଟିଏମ୍‌ କାର୍ଡ଼ ପାଇଁ ଆବେଦନ କରିବା ଆଦି ସମସ୍ତ କାର୍ଯ୍ୟ ମାତ୍ର ଗୋଟିଏ କ୍ଲିକ୍‌ରେ ​‌ସମ୍ଭବପର ହୋଇପାରୁଛି। ତେବେ ଏସବୁ ମଧ୍ୟରେ ସାଇବର ଅପରାଧ ମଧ୍ୟ ବହୁତ ବଢିଚାଲିଛି। ବିଶ୍ବର ଅନେକ ବ୍ୟାଙ୍କ୍‌ ଲଗାତାର ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେହିପରି ଫିଶିଂ ଇ-ମେଲ୍‌ ରୂପରେ ଆପଣଙ୍କର ବ୍ୟାଙ୍କିଙ୍ଗ ସୂଚନା ଚୋରୀ କରିବାକୁ ଚେଷ୍ଟା କରାଯାଉଛି। ଏହି କାରଣରୁ ଅନେକ ଲୋକ ଠକାମୀର ଶିକାର ହୋଇ ବଡ଼ ଧରଣରୁ କ୍ଷତି ସହୁଛନ୍ତି। ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ଯେ, କେଉଁ ସବୁ ଭୁଲ୍‌ ଯୋଗୁଁ ଆପଣ ଏପରି ଠକାମୀର ଶିକାର ହୁଅନ୍ତି ଓ ଆପଣଙ୍କ ଆକାଉଣ୍ଟ ଖାଲି ହୋଇଯାଏ। ଆସନ୍ତୁ ଜାଣିବା କେଉଁ ସବୁ ଭୁଲ୍‌ କରିବା ଆଦୌ ଉଚିତ ନୁହେଁ –

ପ୍ରଥମ ଭୁଲ୍‌:

- Advertisement -

ଭୁଲରେ ବି କୌଣସି ସ୍ପାମ୍ ମେଲ୍‌କୁ ଖୋଲନ୍ତୁ ନାହିଁ। ଏଭଳି ଇମେଲ୍‌କୁ ତୁରନ୍ତ ଡିଲିଟ୍‌ କରନ୍ତୁ। ଅପରପକ୍ଷେ, ଯଦି ଆପଣଙ୍କୁ ବ୍ୟକ୍ତିଗତ କିମ୍ବା ଆର୍ଥିକ ସୂଚନା ନିଶ୍ଚିତ କରିବାକୁ କିମ୍ବା ପୂରଣ କରିବାକୁ କୁହାଯାଉଛି, ତେବେ ସତର୍କ ରୁହନ୍ତୁ । ଏହାଦ୍ବାରା ଆପଣ ଠକାମୀର ଶିକାର ହୋଇପାରନ୍ତି।

ଦ୍ବିତୀୟ ଭୁଲ୍‌:

ଯଦି କେହି ଅଜଣା ବ୍ୟକ୍ତି ଆପଣଙ୍କୁ ଏକ ଇମେଲ୍ ପଠାଉଛି ଏବଂ ଏଥିରେ ସେ ଆପଣଙ୍କୁ ଲଟେରୀ କିମ୍ବା କୌଣସି ଲିଙ୍କରେ କ୍ଲିକ୍ କରିବାକୁ କହୁଛି ତେବେ ସାବଧାନ ରୁହନ୍ତୁ। ଲିଙ୍କ୍‌ କ୍ଲିକ୍‌ କରିବା କ୍ଷଣି ଆପଣଙ୍କ ତଥ୍ୟ ଅନ୍ୟ ବ୍ୟକ୍ତି ବା ଠକ ପାଖକୁ ଯାଇପାରେ।

ତୃତୀୟ ଭୁଲ୍‌:

ଯଦି କେହି ଆପଣଙ୍କୁ ହ୍ବାଟ୍ସଆପ୍‌, ଇମେଲ କିମ୍ବା ମେସଜ୍‌ ଜରିଆରେ କୌଣସି ଆପ୍‌ର ଲିଙ୍କ୍‌ ପଠାଉଛି ଓ ଏହାକୁ ଡାଉନଲୋଡ଼୍‌ କରିବାକୁ କହୁଛି, ତେବେ ଏପରି ଭୁଲ୍‌ ଆଦୌ କରନ୍ତୁ ନାହିଁ। କାରଣ ଆପଣଙ୍କ ବ୍ୟାଙ୍କିଂ ସୂଚନା ଚୋରାଇବା ପାଇଁ ଏଭଳି ଆପ୍ ପ୍ରସ୍ତୁତ କରାଯାଇଥାଏ।

ଚତୁର୍ଥ ଭୁଲ୍‌:

ନିଜ ମୋବାଇଲ ଫୋନ୍‌ କିମ୍ବା ବ୍ୟକ୍ତିଗତ କମ୍ପ୍ୟୁଟର ବ୍ୟତୀତ ଅନ୍ୟ କୌଣସି ସିଷ୍ଟମରେ ଅନଲାଇନ ବ୍ୟାଙ୍କିଂର ବ୍ୟବହାର କରନ୍ତୁ ନାହିଁ। ଏପରି କରିବା ଦ୍ବାରା ଆପଣଙ୍କ ତଥ୍ୟ ସେହି ସିଷ୍ଟମରେ ରହିପାରେ ଓ କେହି ଏହାର ଅପବ୍ୟବହାର କରିପାରେ। ଅନ୍‌ଲାଇନ୍‌ ନେଣଦେଣ କରିବା ପୂର୍ବରୁ ପ୍ରଥମେ ୱେବସାଇଟର ସତ୍ୟତା ଯାଞ୍ଚ କରନ୍ତୁ।

ପଞ୍ଚମ ଭୁଲ୍‌:

ଅନେକ ଲୋକ କୌଣସି ଆପ୍‌ ଇନ୍‌ଷ୍ଟଲ କରିବା ସମୟରେ କିମ୍ବା କଲ୍‌ରେ ନିଜ ବ୍ୟାଙ୍କିଂ ତଥ୍ୟ ଯେପରିକି,- ଏଟିଏମ୍‌ କାର୍ଡ଼ ନମ୍ବର, ପିନ୍‌ ନମ୍ବର, ସିଭିଭି ଏବଂ ଓଟିପି ଆଦି ଶେୟାର କରିଥାଆନ୍ତି। କିନ୍ତୁ ଏଠାରେ ଜାଣିବା ଜରୁରୀ ଯେ, ବ୍ୟାଙ୍କ କିମ୍ବା ବ୍ୟାଙ୍କ କର୍ମଚାରୀ କୌଣସି ପରିସ୍ଥିତିରେ ଆପଣଙ୍କଠାରୁ ଏଭଳି ଗୁପ୍ତ ତଥ୍ୟ ମାଗନ୍ତି ନାହିଁ। ତେଣୁ ଏହି ତଥ୍ୟ ଆଦୌ ଶେୟାର କରନ୍ତୁ ନାହିଁ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories