www.samajalive.in
Saturday, December 6, 2025
26.1 C
Bhubaneswar

ଡମପଡା ଅଭୟାରଣ୍ୟରେ ବ୍ୟାଘ୍ର ଗଣନା ପାଇଁ ପ୍ରସ୍ତୁତି ବୈଠକ

ବାଙ୍କୀ : ଜଙ୍ଗଲ ଓ ପରିବେଶ ବିଭାଗ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଚଳିତ ମାସ ଶେଷ ସପ୍ତାହରେ ଡମପଡା ଅଭୟାରଣ୍ୟ ମଧ୍ୟରେ ବ୍ୟାଘ୍ର ଗଣନା କାର୍ଯ୍ୟକ୍ରମ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବନାଞ୍ଚଳ ଅଧିକାରୀ ଅଶୋକ କୁମାର ଦାସଙ୍କ ଆହ୍ୱାନ କ୍ରମେ ସଞ୍ଚାଳିତ ବୈଠକରେ ଡମପଡା ବନାଞ୍ଚଳ ଅଧିନ କାର୍ଯ୍ୟରତ ବନରକ୍ଷି,ବନପାଳ ଓ ଜଙ୍ଗଲ ଜଗୁଆଳ ମାନେ ଉପସ୍ଥିତ ରହି ଆବଶ୍ୟକ କୌଶଳ ସମ୍ପର୍କରେ ବନାଞ୍ଚଳ ଅଧିକାରୀଙ୍କ ଠାରୁ ଜ୍ଞାନକୌଶଳ ଶିକ୍ଷା କରିଛନ୍ତି। ବ୍ୟାଘ୍ର ଗଣନା କାର୍ଯ୍ୟକ୍ରମକୁ ଅନଲାଇନ ଏବଂ ମୋବାଇଲ ଆପ ମାଧ୍ୟମରେ ସହାୟତା କରାଯିବ। ସମସ୍ତ କର୍ମଚାରୀ କିଭଳି ଆପରେ ସମସ୍ତ ଅଞ୍ଚଳ ଏବଂ ଜନ୍ତୁଙ୍କ ଗମନାଗମନ ସ୍ଥଳରେ ଛକି ରହି ଅନୁକ୍ଷଣ କରିବେ ସେଥିପାଇଁ ଆବଶ୍ୟକ ଆଲୋଚନା କରାଯାଇଛି। ପ୍ରକୃତି ଏବଂ ପରିବେଶର ସୁରକ୍ଷା,ଜୀବେଦୟା ଏବଂ ଜଙ୍ଗଲଜାତ ଦ୍ରବ୍ୟର ସୁରକ୍ଷା ନିମନ୍ତେ ସମସ୍ତେ ନିଷ୍ଠାର ସହ କାର୍ଯ୍ୟ କରିବା ପାଇଁ ବୈଠକରେ ଅନୁରୂପ ଆହ୍ୱାନ ଦିଆଯାଇଛି। ବନପାଳ ସଞ୍ଜିବ ବେହେରା,ଦୁଃଖିଶ୍ୟାମ ପ୍ରଧାନ ଏବଂ ବାଲେଶ୍ୱର କଅଁର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories