www.samajalive.in
Saturday, December 6, 2025
26.1 C
Bhubaneswar

ଉତ୍ତମ ନିଦ ସହ ଜଡିତ ଏହି ଖାଦ୍ୟ

ରାତିରେ ନିଜ ଖାଦ୍ୟରେ ଏପରି କିଛି ଖାଦ୍ୟଦ୍ରବ୍ୟ ସାମିଲ କରନ୍ତୁ ଯେଉଁଥିରେ ଥିବା ପୋଷକ ତତ୍ତ୍ୱ ଭଲ ନିଦ ହେବାରେ ସାହାଯ୍ୟ କରେ। ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭକାରୀ ଅଟେ। ଜାଣନ୍ତୁ ଏ ବିଷୟରେ…..
ଅଖରୋଟ –
ଅଖରୋଟରେ ପ୍ରୋଟିନ, ମ୍ୟାଗ୍ନେସିୟମ, ଫସଫରସ ଆଦି ରହିଛି। ଯାହା ମେଲାଟୋନିନ ନାମକ ହରମୋନକୁ କ୍ଷରଣ କରିଥାଏ। ଫଳରେ ଆପଣଙ୍କୁ ସହଜରେ ନିଦ ହୋଇଥାଏ।
କ୍ଷୀର –
ନିୟମିତ ଶୋଇବା ପୂର୍ବରୁ କ୍ଷୀର ପିଇବା ଦ୍ୱାରା ଏଥିରେ ଥିବା ପୋଷକ ତତ୍ତ୍ୱ ଉତ୍ତମ ନିଦ ହେବାକୁ ସାହାଯ୍ୟ କରିବା ସହ ଅନିଦ୍ରା ସମସ୍ୟାକୁ ଦୂର କରେ।
ବାଦାମ –
୨୮ ଗ୍ରାମ ବାଦାମରେ ପ୍ରାୟ ୩୨ ଭାଗ ମ୍ୟାଗ୍ନେସିୟମ, ୧୭ ପ୍ରତିଶତ ରାଇବୋଜିୟମ, ୧୪ ପ୍ରତିଶତ ଫସଫରସ ରହିଛି। ଏହି ସମସ୍ତ ତତ୍ତ୍ୱ ଶରୀରରେ ମେଲାଟୋନିନ ନାମକ ହରମୋନକୁ କ୍ଷରଣ କରିଥାଏ। ଫଳରେ ଆପଣଙ୍କୁ ଭଲ ଭାବେ ନିଦ ହୋଇଥାଏ।
କିୱି –
ଏକ ମଧ୍ୟମ ଧରଣର କିୱିରେ ପ୍ରାୟ ୫୦ କ୍ୟାଲୋରୀ ଓ ୩୮ ପ୍ରତିଶତ ଭିଟାମିନ କେ ରହିଛି। ଏହାଦ୍ୱାରା ଆପଣଙ୍କୁ ଭଲ ନିଦ ହୋଇଥାଏ। ତେଣୁ ଶୋଇବା ପୂର୍ବରୁ ଗୋଟିଏ କିୱି ଖାଇବା ଦ୍ୱାରା ଅନିଦ୍ରା ସମସ୍ୟା ଦୂର ହୋଇଥାଏ।
ଫେଟି ମାଛ –
ଫେଟି ମାଛରେ ଓମେଗା ୩, ଫେଟି ଏସିଡ଼, ଡ଼ିଏଚ୍‍ଏ ରହିଛି। ଯାହା ମାନସିକ ଅବସ୍ଥାକୁ ସୁସ୍ଥ ରଖେ। ମାନସିକ ସୁସ୍ଥ ରହିବା କାରଣରୁ ଆପଣଙ୍କୁ ଭଲ ନିଦ ହୋଇଥାଏ।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories