www.samajalive.in
Saturday, December 6, 2025
26.1 C
Bhubaneswar

କାର ଦୁର୍ଘଟଣାରେ ୫ ମୃତ

ରାୟପୁର : ଛତିଶିଗଡର ରାୟପୁରରେ ବୁଧବାର ସକାଳେ ଏକ ବଡ ଧରଣର ସଡକ ଦୁର୍ଘଟଣା ଘଟିଥିବା ନେଇ ଖବର ମିଳିଛି। ଏହି ଦୁର୍ଘଟଣାରେ ୫ ଜଣ ମହିଳାଙ୍କର ମୃତ୍ୟୁ ଘଟିଛି। ଏହାସହ ୬ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ ସୂଚନାନୁଯାୟୀ, ଏହି ଦୁର୍ଘଟଣା ରାଷ୍ଟ୍ରୀୟ ରାଜପଥରେ ଘଟିଛି। କାରଟି ଡିଭାଇଡରରେ ଧକ୍କା ହୋଇଛି। ଧକ୍କା ଖୁବ ଜୋରରେ ହୋଇଥିବାରୁ କାରଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇ ଯାଇଛି। ଦୁର୍ଘଟଣା ଘଟିବା ମାତ୍ରେ ଖୁବ ଜୋରରେ ଚିତ୍କାର ଶୁଣାଯାଇଥିଲା। ସ୍ଥାନୀୟ ଲୋକେ ଘଟଣା ବିଷୟରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛନ୍ତି। କାରରେ ଥିବା ସମସ୍ତ ଯାତ୍ରୀ ଦୁର୍ଗ ଜିଲାର। ସଭିଏଁ ମାଘ ମେଳା ପାଇଁ ଗରିୟାବନ୍ଦ ଜିଲାରୁ ଯାଉଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଘଟଣାରେ ୪ ଜଣ ମହିଳାଙ୍କର ଘଟଣାସ୍ଥଳରେ ଓ ଜଣଙ୍କର ହସ୍ପିଟାଲ ନେବା ବାଟରେ ମୃତ୍ୟୁ ହୋଇଛି। ଘଟଣାର ତଦନ୍ତ କରାଯାଉଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories