www.samajalive.in
Saturday, December 6, 2025
15.1 C
Bhubaneswar

ବଣାଇଁଗଡ଼ ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗ୍ରହଣ

ବଣାଇଁ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟରେ ବଣାଇଗଡ଼ ବ୍ଲକରେ ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ କରାଯାଇଛି। ବ୍ଲକରେ ଥିବା ୧୭୨ଟି ବୁଥରେ ସକାଳ ୭ଟାରୁ ମଧ୍ୟାହ୍ନ ଗୋଟାଏ ପର୍ୟ୍ୟନ୍ତ ମତଦାତାମାନେ ମତଦାନ କରିଛନ୍ତି। ବ୍ଲକରେ ସମୁଦାୟ ଦୁଇଟି ଜିଲ୍ଲାପରିଷଦ ଜୋନ କ ଓ ଖ, ୧୩ଟି ସରପଞ୍ଚ, ୧୩ଟି ସମିତି ସଭ୍ୟ ଏବଂ ୭୮ଟି ୱାର୍ଡ ନିମନ୍ତେ ପ୍ରାର୍ଥୀଙ୍କ ଭଗ୍ୟ ନିର୍ଦ୍ଧାରଣ ହେବ।

ପ୍ରକାଶ ଯୋଗ୍ୟ ଯେ, ୧୭୨ଟି ୱାର୍ଡ ମଧ୍ୟରୁ ୯୩ ଟି ୱାର୍ଡ ପ୍ରାର୍ଥୀ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିବା ବେଳେ ଗୋଟିଏ ୱାର୍ଡ ପାଇଁ କେହି ପ୍ରାର୍ଥୀପତ୍ର ଦାଖଲ କରି ନଥିବାରୁ ଏହା ଖାଲି ରହିଛି। ଏହି ୧୭୨ ଟି ବୁଥକୁ ନିର୍ବାଚନ ପରିଚାଳନା କରିବା ପାଇଁ ୫୧୬ ଜଣ ପୋଲିଂ କର୍ମଚାରୀଙ୍କୁ ପଠାଯାଇଥିବା ବେଳେ ୧୬ ଜଣ ସେକ୍ଟର ଅଫିସର ତଦାରଖ ପାଇଁ ନିଯୁକ୍ତ ହୋଇଛନ୍ତି। ବଣାଇଗଡ଼ ‘କ’ ଜିଲ୍ଲାପରିଷଦ ଜୋନରେ ପିଠାଚୋର, ଭାଲୁପାଣି, ସରସରା ବଲାଙ୍ଗ, କଷଡା, ଝିର୍ଡାପାଲି, କେନାଭେଟା ଓ ଗୋବିନ୍ଦପୁର ପଞ୍ଚାୟତର ୮୭ଟି ୱାର୍ଡ ଏବଂ ବଣାଇଗଡ଼ ‘ଖ’ ଜୋନରେ ଥିବା କେନ୍ଦ୍ରୀକଳା, ବଣାଇଗଡ଼, ଜକୈକଳା ବଡ ଗୋଗୁଆ, ରୁଗୁଡ଼ା ଓ ବନୈକଳା ପଞ୍ଚାୟତରେ ୮୫ ଟି ୱାର୍ଡରେ ବୁଥ୍ ଖୋଲାଯାଇ ମତଦାତାମାନେ ମତଦାନ କରିଛନ୍ତି। ମତଦାତାମାନେ ମତଦାନ କେନ୍ଦ୍ରରେ ପ୍ରଥମରେ ସରପଞ୍ଚ ପ୍ରାର୍ଥୀ, ତାପରେ ୱାର୍ଡ ମେମ୍ବର ପ୍ରାର୍ଥୀ, ତାପରେ ସମିତି ସଭ୍ୟ ଏବଂ ପରିଶେଷରେ ଜିଲ୍ଲାପରିଷଦ ପ୍ରାର୍ଥୀଙ୍କୁ ମତଦାନ କରିବା ନିୟମ ରହିଛି। ମତଦାତାମାନେ ଚାରିଥର ବେଲଟ ପେପର ନେଇ ଏହି ମତଦାନ କରିଛନ୍ତି। ମତ ଗ୍ରହଣ ପରେ ସମସ୍ତ ଭୋଟ ବାକ୍ସକୁ ବଣାଇଗଡ଼ ବ୍ଲକ କାର୍ୟ୍ୟାଳୟ ପରିସରରେ ଥିବା ଷ୍ଟ୍ରଙ୍ଗ ରୁମରେ କଡା ସୁରକ୍ଷା ବ୍ୟବସ୍ଥାରେ ରଖାଯାଇ ଆସନ୍ତା ୨୬ ଓ ୨୭ ତାରିଖ ଦୁଇଦିନ ଧରି ଭୋଟ ଗଣତି କରାଯିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories