www.samajalive.in
Saturday, December 6, 2025
23.1 C
Bhubaneswar

ନୂତନ ଚାରା ଉତ୍ପାଦନ ପ୍ରସ୍ତୁତି କାର୍ଯ୍ୟ ତ୍ୱରାନ୍ୱିତ

ବାଙ୍କୀ : ଚଳିତ ବର୍ଷ ଡମପଡା ବନାଞ୍ଚଳ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳର ବ୍ୟାପକ ବୃକ୍ଷରୋପଣ କରାଯିବାର କାର୍ଯ୍ୟକ୍ରମ ରହିଛି। ଜନସାଧାରଣ ମାନେ ବ୍ୟାପକ ସହଯୋଗ ପାଇଁ ରାଜ୍ୟ ସରକାରଙ୍କର ବନ ବିଭାଗ ପକ୍ଷରୁ ସମସ୍ତଙ୍କୁ ମାଗଣାରେ ଏହି ଚାରା ଯୋଗାଇ ଦିଆଯିବାର କାର୍ଯ୍ୟକ୍ରମ ରହିଥିବା ସମ୍ପର୍କରେ ବନାଞ୍ଚଳ ଅଧିକାରୀ ଅଶୋକ କୁମାର ଦାସ ପ୍ରକାଶ କରିଛନ୍ତି। ଏଥିପାଇଁ ବନାଞ୍ଚଳ ଅଧିକାରୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଡମପଡା କାର୍ଯ୍ୟାଳୟ ପରିସରରେ ଏକ ସପ୍ତାହ ଧରି ଚାରା ଉତ୍ପାଦନ ନିମନ୍ତେ ପ୍ରାଥମିକ ପ୍ରସ୍ତୁତି କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଛି। ଅଭିଜ୍ଞତା ଥିବା ମହିଳା ଓ ପୁରୁଷ ଶ୍ରମିକ ମାନେ ଏହି କାର୍ଯ୍ୟରେ ନିୟୋଜିତ ହୋଇ ପଲିଥିନ ପ୍ୟାକେଟରେ ଚାରା ମଞ୍ଜି ରୋପଣ ପାଇଁ ମାଟି ଓ ଖତ ଭର୍ତ୍ତି ପ୍ୟାକେଟ କରିଛନ୍ତି।
ଚଳିତ ବର୍ଷ ବଉଳ,ଜାମୁ,ନିମ୍ବ,କସି,ଫାସି,ଶାଗୁଆନ,କୁମ୍ଭି,କୃଷ୍ଣଚୂଡା,ରାଧାଚୂଡା ଆଦି ୨୦ପ୍ରକାରର ଚାରା ଯତ୍ନର ସହ ଉତ୍ପାଦନ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ ରହିଛି। ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗର ଆର୍ଥିକ ସହାୟତାରେ ମାଗଣା ଚାରା ରୋପଣ କାର୍ଯ୍ୟକ୍ରମ ଜରିଆରେ ଏହି କାର୍ଯ୍ୟ ତ୍ୱରାନ୍ୱିତ ହେଉଥିବାରୁ ଆଗାମୀ ଜୁଲାଇ ଶେଷ ସପ୍ତାହ ବେଳକୁ ବିଭାଗ ଚାରା ବଣ୍ଟନ କାର୍ଯ୍ୟକ୍ରମକୁ ଆଗକୁ ନେବ। ବନ ବିଭାଗ ପକ୍ଷରୁ ଅନୁରୂପ ଭାବରେ ନିୟୋଜିତ ଶ୍ରମିକ ମାନଙ୍କୁ ଆବଶ୍ୟକୀୟ ଜ୍ଞାନ କୌଶଳ ପ୍ରଦାନ କରାଯାଇଥିବା ବନପାଳ କହିଛନ୍ତି। ପରିବେଶ ପାଇଁ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷ,ଅନୁଷ୍ଠାନ ଆଦି କାର୍ଯ୍ୟକ୍ରମରେ ଅଧିକ ମାତ୍ରାରେ ଜଡିତ ହେବା ପାଇଁ ଆହ୍ୱାନ ଦିଆଯାଇଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories