www.samajalive.in
Wednesday, December 10, 2025
23.1 C
Bhubaneswar

ଦିଲ୍ଲୀ ବିସ୍ଫୋରଣ : କେମିତି ପଶିଲେ ଦିଲ୍ଲୀ ଭିତରକୁ

ସମାଜ ଲାଇଭ୍ ଡେସ୍କ : ଦିଲ୍ଲୀ ବିସ୍ଫୋରଣ ଘଟଣା​‌ରେ​‌ ତଦନ୍ତକାରୀ ଦଳକୁ ସିସିଟିଭି ଫୁଟେଜ୍‌ରୁ ପ୍ରମାଣ ମିଳିଛି । ତଦନ୍ତ ବେଳେ ଅନେକ ଗରୁତ୍ଵପୁର୍ଣ୍ଣ ତଥ୍ୟ ସିସିଟିଭିରୁ ମିଳିଛି । ଏହାର ଖୁଲାସା କରିଛି ତଦନ୍ତକାରୀ ଦଳ । ତଦନ୍ତକାରୀ ଦଳ ଦେଇଥିବା ତଥ୍ୟ ଅନୁସାରେ ବିସ୍ଫୋରଣ କରିଥିବା ଆଇ-୨୦ କାର୍‌ରେ ଅଧା ଦିଲ୍ଲୀ ବୁଲିଥିଲା ଆତଙ୍କୀ ଡାକ୍ତର ଉମର । ବିସ୍ଫୋରଣ ପୂର୍ବରୁ ୬ଜିଲ୍ଲାର ୧୨ରୁରୁ ଅଧିକ ସ୍ଥାନରେ ଉକ୍ତ ଆଇ-୨୦ କାର୍‌ରେ ଚକ୍କର କାଟିଥିଲା ଆତଙ୍କୀ । ପ୍ରଥମେ ଫରିଦାବାଦରୁ ବାହାରି ବଦରପୁର ସୀମା ଦେଇ ଦିଲ୍ଳୀ ମଧ୍ୟକୁ ପ୍ରବେଶ କରିଥିଲା । ପରେ ଦକ୍ଷିଣ ପୂର୍ବ ଦିଲ୍ଲୀ , ପୂର୍ବ ଦିଲ୍ଳୀ ଓ କେନ୍ଦ୍ରୀୟ ଦିଲ୍ଳୀର ବିଭିନ୍ନ ଅଞ୍ଚଳ ବୁଲିଥିଲା ଆତଙ୍କୀ । ଅଶୋକ ବିହାର, ରୋହତକ ରୋଡ୍‌, କାଶ୍ମିରୀ ଗେଟ୍‌, ଦରିଆଗଞ୍ଜ ମଧ୍ୟ ଯାଇଥିବା ସିସିଟିଭିରୁ ଜଣା ପଡ଼ିଛି । ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍ ଓ୍ବେ ନିକଟ ଏକ ଢ଼ାବାକୁ ମଧ୍ୟ ଯାଇଥିବା ସିସିଟିଭିରୁ ଦେଖିବାକୁ ମିଳିଛି । ଆକ୍ରମଣ ପୂର୍ବରୁ ଦିଲ୍ଳୀର ଅଧା ଅଞ୍ଚଳ ବୁଲି ଆତଙ୍କୀ ଡାକ୍ତର ରେକି କରିଥିବା ଅନୁମାନ କରିଛି ତଦନ୍ତକାରୀ ଦଳ ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories