www.samajalive.in
Sunday, December 14, 2025
19.1 C
Bhubaneswar

ଦିଲ୍ଲୀ ବିସ୍ଫୋରଣ : କେମିତି ପଶିଲେ ଦିଲ୍ଲୀ ଭିତରକୁ

ସମାଜ ଲାଇଭ୍ ଡେସ୍କ : ଦିଲ୍ଲୀ ବିସ୍ଫୋରଣ ଘଟଣା​‌ରେ​‌ ତଦନ୍ତକାରୀ ଦଳକୁ ସିସିଟିଭି ଫୁଟେଜ୍‌ରୁ ପ୍ରମାଣ ମିଳିଛି । ତଦନ୍ତ ବେଳେ ଅନେକ ଗରୁତ୍ଵପୁର୍ଣ୍ଣ ତଥ୍ୟ ସିସିଟିଭିରୁ ମିଳିଛି । ଏହାର ଖୁଲାସା କରିଛି ତଦନ୍ତକାରୀ ଦଳ । ତଦନ୍ତକାରୀ ଦଳ ଦେଇଥିବା ତଥ୍ୟ ଅନୁସାରେ ବିସ୍ଫୋରଣ କରିଥିବା ଆଇ-୨୦ କାର୍‌ରେ ଅଧା ଦିଲ୍ଲୀ ବୁଲିଥିଲା ଆତଙ୍କୀ ଡାକ୍ତର ଉମର । ବିସ୍ଫୋରଣ ପୂର୍ବରୁ ୬ଜିଲ୍ଲାର ୧୨ରୁରୁ ଅଧିକ ସ୍ଥାନରେ ଉକ୍ତ ଆଇ-୨୦ କାର୍‌ରେ ଚକ୍କର କାଟିଥିଲା ଆତଙ୍କୀ । ପ୍ରଥମେ ଫରିଦାବାଦରୁ ବାହାରି ବଦରପୁର ସୀମା ଦେଇ ଦିଲ୍ଳୀ ମଧ୍ୟକୁ ପ୍ରବେଶ କରିଥିଲା । ପରେ ଦକ୍ଷିଣ ପୂର୍ବ ଦିଲ୍ଲୀ , ପୂର୍ବ ଦିଲ୍ଳୀ ଓ କେନ୍ଦ୍ରୀୟ ଦିଲ୍ଳୀର ବିଭିନ୍ନ ଅଞ୍ଚଳ ବୁଲିଥିଲା ଆତଙ୍କୀ । ଅଶୋକ ବିହାର, ରୋହତକ ରୋଡ୍‌, କାଶ୍ମିରୀ ଗେଟ୍‌, ଦରିଆଗଞ୍ଜ ମଧ୍ୟ ଯାଇଥିବା ସିସିଟିଭିରୁ ଜଣା ପଡ଼ିଛି । ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍ ଓ୍ବେ ନିକଟ ଏକ ଢ଼ାବାକୁ ମଧ୍ୟ ଯାଇଥିବା ସିସିଟିଭିରୁ ଦେଖିବାକୁ ମିଳିଛି । ଆକ୍ରମଣ ପୂର୍ବରୁ ଦିଲ୍ଳୀର ଅଧା ଅଞ୍ଚଳ ବୁଲି ଆତଙ୍କୀ ଡାକ୍ତର ରେକି କରିଥିବା ଅନୁମାନ କରିଛି ତଦନ୍ତକାରୀ ଦଳ ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories