ସମାଜଲାଇଭ ଡେସ୍କ: ପଞ୍ଜାବରେ ଗ୍ରେନେଡ ଆକ୍ରମଣ କରିବାକୁ ଯୋଜନା କରିଥିଲା ଆଇଏସଆଇ। ମାଲେସିଆରୁ ଆକ୍ରମଣର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା, ଯାହାକୁ ପଣ୍ଡ କରିଛି ପଞ୍ଜାବର ଲୁଧିଆନା ପୁଲିସ। ଏହି ଘଟଣାରେ ୧୦ ଜଣ ସନ୍ଦିଗ୍ଧଙ୍କୁ ମଧ୍ୟ ଗିରଫ କରାଯାଇଛି।
ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ଏହି ଆକ୍ରମଣ ପଛର ମାଷ୍ଟରମାଇଣ୍ଡ ବୋଲି ଜଣାପଡ଼ିଛି। ପଞ୍ଜାବ ଡିଜିପି ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରି ଲେଖିଛନ୍ତି, ପଞ୍ଜାବର ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଗ୍ରେନେଡ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରାଯାଇଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଗିରଫ ହୋଇଥିବା ୧୦ ସନ୍ଦିଗ୍ଧ ପାକିସ୍ତାନୀ ହ୍ୟାଣ୍ଡଲରଙ୍କ ସହିତ ସମ୍ପର୍କରେ ରହିଥିଲେ। ମାଲେସିଆରେ ସକ୍ରିୟ ଥିବା ୩ ସନ୍ଦିଗ୍ଧଙ୍କ ଜରିଆରେ ସେମାନେ ଯୋଗାଯୋଗ କରୁଥିଲେ। ରାଜ୍ୟରେ ଅଶାନ୍ତ ବାତାବରଣ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଆକ୍ରମଣ ଯୋଜନା ହୋଇଥିବା ଡିଜିପି କହିଛନ୍ତି।



