ଲୁଟେରାକୁ ଧରାଇଦେଲା ୧୦ ଟଙ୍କିଆ ଫ୍ରୁଟି : ସ୍ବାମୀଙ୍କ ସହିତ କେଦାରନାଥ ଦର୍ଶନରେ ଯାଇଥାନ୍ତେ
ଲୁଧିଆନା : ମାତ୍ର ୧୦ ଟଙ୍କାର ଫ୍ରୁଟି ପାଇଁ ଧରାପଡ଼ିଲେ ସାଢ଼େ ଆଠ କୋଟି ଲୁଟ୍ର ମାଷ୍ଟର ମାଇଣ୍ଡ ଡାକୁ ହସିନା। ଦୀର୍ଘ ଦିନ ହେବ ଡାକୁ ହସିନା ପଞ୍ଜାବ ପୁଲିସକୁ ନାକେଦମ୍ କରୁଥିଲା। ଶେଷରେ ୧୦ ଟଙ୍କିଆ ଫ୍ରୁଟି ପାଇଁ ପୁଲିସ ପଞ୍ଝାରେ ଏବେ ଡାକୁ ହାସିନା। ସୂଚନା ଅନୁସାରେ, ପଞ୍ଜାବର ଲୁଧିଆନାର ଏକ କ୍ୟାସ୍ ଭ୍ୟାନ୍ରୁ ଗତ ୧୦ ତାରିଖରେ ସାଢେ ୮ କୋଟି ଲୁଟ୍ ହୋଇଥିଲା। ଏହାର ମାଷ୍ଟର ମାଇଣ୍ଡ ଥିଲେ ଡାକୁ ହସିନା। ଏହି ଘଟଣାରେ ପୁଲିସ୍ ପୂର୍ବରୁ ଡାକୁ ହସିନାଙ୍କ ଗ୍ୟାଙ୍ଗର ୫ ଜଣଙ୍କୁ ଗିରଫ କରିଥିଲେ ମଧ୍ୟ ତାଙ୍କ ପତ୍ତା ପାଇ ପାରୁ ନ ଥିଲା। ଏଥିନିମନ୍ତେ ପଞ୍ଜାବ ପୁଲିସ୍ ନିମନ୍ତେ ଅପରେସନ ଆରମ୍ଭ କରିଥିଲା। ଡାକୁ ହସିନାଙ୍କ ମୂଳ ନାମ ମନଦୀପ କୌର ହୋଇଥିବାବେଳେ କିଛି ମାସ ପୂର୍ବେ ସେ ଯଶବିନ୍ଦର ସିଂଙ୍କୁ ବିବାହ କରିଥିଲେ। ଏହି ଲୁଟ୍ରେ ଉଭୟ ପତିପତ୍ନୀ ସାମିଲ ଥିଲେ। ସେମାନେ ବିଦେଶ ଫେରାଇ ହୋଇଯିବାକୁ ଚାହୁଁଥିଲେ । କିନ୍ତୁ ପୁଲିସ୍ ସେମାନଙ୍କ ନାଁରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଥିବାରୁ ସେମାନେ ଦେଶ ଛାଡ଼ି ଯାଇ ପାରୁ ନ ଥିଲେ। ମାତ୍ର ଫଳରେ ଠିକଣା ବଦଳାଇ ବିଭିନ୍ନ ସ୍ଥାନରେ ରହୁଥିଲେ। ମନଦୀପ କୌର ନିଜ ସ୍ୱାମୀଙ୍କ ସହ ଉତ୍ତରାଖଣ୍ଡର ଚମୋଲିସ୍ଥିତ ହେମକୁଣ୍ଡ ସାହିବା ଯିବା ନିମନ୍ତେ ଯୋଜନା କରିଥିବା ପୁଲିସ୍ କୌଣସି ସୂତ୍ରରୁ ଜାଣିବାକୁ ପାଇଥିଲା। ଏହା ପରେ ଆରମ୍ଭ ହୋଇଥିଲା ପୁଲିସର ଅପରେସନ । ହେମକୁଣ୍ଡ ଯିବା ବାଟରେ ପୁଲିସ୍ ପକ୍ଷରୁ ଏକ କ୍ୟାମ୍ପ କରାଯାଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ମାଗଣା ଫ୍ରୁଟି ବଣ୍ଟାଗଲା। ଏହାମଧ୍ୟରେ ମାଗଣା ଫ୍ରୁଟି ପାଇଁ ମନଦୀପ କୌର ଓ ସ୍ୱାମୀ ଯଶବିନ୍ଦର ସିଂ ମଧ୍ୟ ଉକ୍ତ କ୍ୟାମ୍ପକୁ ଆସିଥିଲେ। ସେମାନଙ୍କ ମୁହଁ ଘୋଡ଼ା ଯାଇଥିବାରୁ ପୁଲିସ୍ ପ୍ରଥମେ ସେମାନଙ୍କୁ ଚିହ୍ନଟ କରି ପାରି ନ ଥିଲେ। ମାତ୍ର ପରେ ସେମାନେ ମୁହଁରୁ କପଡ଼ା ବାହାର କରି ଫ୍ରୁଟି ପିଇଥିଲେ। ଉକ୍ତ ସମୟରେ ପୁଲିସ୍ ସେମାନଙ୍କୁ ଚିହ୍ନଟ କରିବାକୁ ସକ୍ଷମ ହେଲା। ସେମାନଙ୍କୁ ତୁରନ୍ତ ଗିରଫ ନ କରି ହେମକୁଣ୍ଡ ଦର୍ଶନ କରି ଫେରିବା ପରେ ପ୍ରସ୍ତୁତ ହୋଇ ରହିଥିବା ପୁଲିସ୍ ଟିମ୍ ସେମାନଙ୍କୁ କାବୁ କରିଥିଲା। ସେମାନଙ୍କ ନିକଟରୁ ୨୧ ଲକ୍ଷ ଟଙ୍କା ଜବତ କରିଛି। ତେବେ ହେମକୁଣ୍ଡ ପରେ ସେମାନେ କେଦାରନାଥ ଯାଇଥାନ୍ତେ। କିନ୍ତୁ ତା ପୂର୍ବରୁ ପୁଲିସ ସେମାନଙ୍କୁ ଗିରଫ କରିଛି। ଏହି ଘଟଣାରେ ସମୁଦାୟ ୯ ଜଣଙ୍କୁ ଗିରଫ କରାଯାଇଛି।
Comments are closed.