www.samajalive.in
Friday, December 5, 2025
26.1 C
Bhubaneswar

ପିଲାଙ୍କ ନାଁ ସଣ୍ଡେ, ଇଟାଲୀ, ପ୍ଳୁଟୋ

ମେଘାଳୟର ଖାସି ପାହାଡ ଜିଲାରେ ଅବସ୍ଥିତ ଏକ ଗାଁ ହେଉଛି ଉମନିୟୁ-ତାମର ଏଲାକା। ଏଠାକାର ଲୋକମାନେ ନିଜ ପିଲାଙ୍କ ପାଇଁ ଏପରି ନାମ ରଖିଛନ୍ତି, ଯାହା ଶୁଣିବା ମାତ୍ରେ ହସ ଲାଗେ। ସେଠିକା ପିଲାଙ୍କ ନାଁ ହେଉଛି ଇଟାଲୀ, ଆର୍ଜେଣ୍ଟିନା, ସ୍ବିଡେନ, ଇଣ୍ଡୋନେସିଆ, ଫ୍ରାନ୍ସ ଏବଂ ଆମେରିକା ଭଳି ଦେଶ। ପ୍ରୋମିସ୍‌ଲ୍ୟାଣ୍ଡ, ହୋଲିଲ୍ୟାଣ୍ଡ ଏବଂ ଜେରୁଜେଲମ ନାମରେ ଲୋକମାନେ ମଧ୍ୟ ଅଛନ୍ତି। କେବଳ ଦେଶ ନାମକୁ ଅନୁକରଣ କରି ନୁହେଁ, ସ୍ଥାନୀୟ ଲୋକମାନେ ନିଜ ପିଲାମାନଙ୍କ ପାଇଁ ସଣ୍ଡେ, ମଣ୍ଡେ, ଟ୍ୟୁଜ୍‌ଡେ୍‌ଠାରୁ ଆରମ୍ଭ କରି ଜ୍ୟୁପିଟର, ପ୍ଲୁଟୋ ଏବଂ ମାର୍ସ ଭଳି ଗ୍ରହର ନାମ ମଧ୍ୟ ରଖିଛନ୍ତି। ବାଂଲାଦେଶ ସୀମାବର୍ତ୍ତୀ ଏହି ଗାଁ କେବଳ ଲୋକମାନଙ୍କ ନାମକୁ ନେଇ ବେଶ ପ୍ରସିଦ୍ଧ। ସେଠି ବସବାସ କରୁଥିବା ଅନେକ ଲୋକ ଅଛନ୍ତି ଯେଉଁମାନେ ଆଦୌ ଇଂରାଜୀ ଜାଣନ୍ତିନି, ସେମାନେ ବାହାରୁ ଆସୁଥିବା ପର୍ୟ୍ୟଟକଙ୍କ କଥା ଶୁଣିବା ପରେ ନିଜ ପିଲାଙ୍କର ନାମକୁ ଇଂରାଜୀ ଶବ୍ଦରେ ରଖିଛନ୍ତି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories