ସରିଲା ନବ ଯୌବନ ଦର୍ଶନ
ପୁରୀ: ମହାପ୍ରଭୁଙ୍କର ପବିତ୍ର ନବଯୌବନ ଦର୍ଶନ ସରିଛି। ୩ ଘଣ୍ଟା ଦର୍ଶନ ବ୍ୟବସ୍ଥା ରହିଥିବାରୁ ଆଜି ସକାଳ ୮ଟାରୁ ଏକ ଘଣ୍ଟା ଧରି ପାରମାଣିକ ଟିକେଟ ଦର୍ଶନ ହୋଇଥିଲା । ପରେ ଦିନ ୧୧ଟା ପର୍ଯ୍ୟନ୍ତ ସର୍ବସାଧାରଣ ବା ସାହାଣମେଲା ଦର୍ଶନ ହୋଇଥିଲା । ଶ୍ରୀମନ୍ଦିର ଦକ୍ଷିଣ ଦ୍ବାର ଦେଇ ପରିମାଣିକ ଟିକେଟ ଦର୍ଶନ ପାଇଁ ଭକ୍ତ ଯିବାକୁ ନିଷ୍ପତି ହୋଇଥିଲା । ସର୍ବସାଧାରଣ ବା ସାହାଣମେଲା ଦର୍ଶନରେ ଭକ୍ତ ସିଂହଦ୍ବାର ଦେଇ ପ୍ରବେଶ କରି ଉତ୍ତର ଦ୍ବାର ଦେଇ ପ୍ରସ୍ଥାନ କରିଥିଲେ ।
Comments are closed.