www.samajalive.in
Sunday, December 7, 2025
13.1 C
Bhubaneswar

ବିନେଶଙ୍କ ପାଇଁ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି କେନ୍ଦ୍ର ସରକାର ?

ସମାଜ ଡିଜିଟାଲ ଡେସ୍କ: ପ୍ୟାରିସ ଅଲିମ୍ପିକ୍ସରେ ସ୍ଵର୍ଣ୍ଣ ପଦକ ପାଇଁ ଫାଇନାଲ ପ୍ରତିଯୋଗିତା ପୂର୍ବରୁ ଅଯୋଗ୍ୟ ଘୋଷିତ ହୋଇଛନ୍ତି ଭାରତୀୟ କୁସ୍ତିଯୋଦ୍ଧା ବିନେଶ ଫୋଗଟ। ଚୂଡ଼ାନ୍ତ ମ୍ୟାଚ ପୂର୍ବରୁ ବିନେଶଙ୍କ ଓଜନ ୧୦୦ ଗ୍ରାମ ଅଧିକ ହୋଇଯିବାରୁ ତାଙ୍କୁ ଖେଳରୁ ବାହାର କରିଦିଆଯାଇଛି। ଏହାକୁ ନେଇ ସାରା ଦେଶବାସୀଙ୍କୁ ନିରାଶ ହେବାକୁ ପଡ଼ିଛି। କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡଭିୟ ବୁଧବାର ଏ ସମ୍ପର୍କରେ ଲୋକ ସଭାରେ ଦୁଃଖ ପ୍ରକାଶ କରିବା ସହିତ ଏଭଳି ନିଷ୍ପତ୍ତିର ଦୃଢ଼ ପ୍ରତିବାଦ କରିଛନ୍ତି।

ମାଣ୍ଡଭିୟ କହିଛନ୍ତି, ବିନେଶଙ୍କୁ ପ୍ରତିଯୋଗିତାରୁ ବାହାର କରିଦିଆଯିବା ପରେ ଭାରତୀୟ ଅଲିମ୍ପିକ୍ସ ସଂଘ ଅନ୍ତର୍ଜାତୀୟ ଅଲିମ୍ପିକ ସଂଘ ନିକଟରେ ଅଭିଯୋଗ ଦାଖଲ କରିଛି। ଅନ୍ତର୍ଜାତୀୟ କୁସ୍ତି ସଂଘ ନିକଟରେ ବି ପ୍ରତିବାଦ ଦାଖଲ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ଭାରତୀୟ ଅଲିମ୍ପିକ ସଂଘ ପ୍ରମୁଖ ପି.ଟି. ଉଷାଙ୍କ ସହିତ ଆଲୋଚନା କରିଛନ୍ତି। ଉଷା ଏବେ ପ୍ୟାରିସରେ ଅଛନ୍ତି। ଆମକୁ ନ୍ୟାୟ ମିଳିବ ବୋଲି ଆଶା ଅଛି। ଏହି ଅବସରରେ ମାଣ୍ଡଭିୟ ସରକାରଙ୍କ ପକ୍ଷରୁ ବିନେଶଙ୍କ ପାଇଁ ଯାହା ସବୁ ବ୍ୟବସ୍ଥା କରାଯାଇଛି ସେ ସମ୍ପର୍କରେ ଗୃହରେ ତଥ୍ୟ ପ୍ରଦାନ କରିଛନ୍ତି।

- Advertisement -

ମାଣ୍ଡଭିୟ କହିଛନ୍ତି, ବିନେଶ ଫୋଗଟଙ୍କୁ ସହାୟତା କରିବା ଲାଗି ସରକାର ଯଥାସମ୍ଭବ ପ୍ରୟାସ କରିଛନ୍ତି। ବିନେଶଙ୍କ ପାଇଁ ବ୍ୟକ୍ତିଗତ କର୍ମଚାରୀ ନିଯୁକ୍ତ କରଯାଇଛି। ହଙ୍ଗେରୀର ପ୍ରସିଦ୍ଧ ପ୍ରଶିକ୍ଷକ ବୋଲେର ଅକୋସ ଏବଂ ଫିଜିଓ ଅଶ୍ଵିନୀ ପାଟିଲଙ୍କୁ ନିଯୁକ୍ତ କରାଯାଇଛି। ଏହା ସହିତ ଏକାଧିକ ବିଶେଷଜ୍ଞଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି। ପ୍ରଶିକ୍ଷଣ ପାଇଁ ତାଙ୍କୁ ବିଦେଶ ପଠାଯାଇଛି। ବିନେଶଙ୍କ ଅଲିମ୍ପିକ୍ସ ପ୍ରସ୍ତୁତି ପାଇଁ ସରକାର ମୋଟ ୭୦ ଲକ୍ଷ ୪୫ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି ମାଣ୍ଡଭିୟ କହିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories