www.samajalive.in
Saturday, December 6, 2025
19.1 C
Bhubaneswar

ଜାଣନ୍ତୁ, କେତେ ସମୟ ପର୍ଯ୍ୟନ୍ତ ଆପଣଙ୍କୁ ସୁରକ୍ଷିତ ରଖେ ସାନିଟାଇଜର

କରୋନା ଏବେ ସାରା ବିଶ୍ୱକୁ କବଳିତ କରିଛି। ଆମ ଦେଶ ମଧ୍ୟ ଏଥିରୁ ବାଦ୍‍ ପଡ଼ିନାହିଁ। ତେବେ କରୋନା ସଂକ୍ରମଣକୁ ଏଡ଼ାଇବା ପାଇଁ ବାରମ୍ବାର ହାତ ଧୋଇବା, ସାନିଟାଇଜର ବ୍ୟବହାର କରିବା, ମାସ୍କ ପିନ୍ଧିବା, ନାକ, ମୁହଁକୁ ହାତ ନ ମାରିବା, ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ଲୋକମାନଙ୍କୁ ପରାମର୍ଶ ଦିଆଯାଉଛି। ତେବେ ବହୁ ଲୋକ ଏହା ଜାଣିବାକୁ ଚାହାନ୍ତି ଯେ, ଥରେ ସାନିଟାଇଜର ଲଗାଇବା ପରେ ତାର ପ୍ରଭାବ ହାତରେ କେତେ ସମୟ ରହିଥାଏ। ହ୍ୟାଣ୍ଡ ସାନିଟାଇଜର ଅଧିକ ସମୟ ଯାଏଁ କାମ କରେନାହିଁ। ସେଥିପାଇଁ ନିୟମିତ ସମୟ ବ୍ୟବଧାନରେ ଲୋକଙ୍କୁ ହ୍ୟାଣ୍ଡୱାଶରେ ହାତ ଧୋଇବା ଆବଶ୍ୟକ। ତେବେ ଆଲକହଲ ଯୁକ୍ତ ସାନିଟାଇଜର ଅଧିକ ଉପଯୁକ୍ତ। କିନ୍ତୁ ଏହା ମଧ୍ୟ ଅଧିକ ସମୟ ଯାଏଁ ଆପଣଙ୍କୁ ସୁରକ୍ଷିତ ରଖିନଥାଏ। ଏହାର ମୁଖ୍ୟ କାରଣ ହେଲା ଆପଣଙ୍କ କାର୍ୟ୍ୟକଳାପ। ମଣିଷ ସବୁବେକେ କିଛି ନା କିଛି କାମ କରୁଥାଏ। କାମ କରିବା ସମୟରେ ଆମେ ଅନେକ ଜିନିଷକୁ ଛୁଇଁଥାନ୍ତି, ଯାହାଫଳରେ ସାନିଟାଇଜରର ପ୍ରଭାବ କମିଯାଇଥାଏ।

ଆଉ କିଛି ଜାଣିବା କଥା :

- Advertisement -

– ହାତ ଧୋଇବା ପରେ ସଂକ୍ରମଣ ଆଶଙ୍କା କମିଯାଇଥାଏ । କିନ୍ତୁ କିଛି ବସ୍ତୁକୁ ଛୁଇଁବା ପରେ ସଂକ୍ରମଣ ଆଶଙ୍କା ରହିଥାଏ । ବିଶେଷକରି ଯେଉଁଠାରେ ଅଧିକ ଲୋକଙ୍କ ଯିବା ଆସିବା ଲାଗି ରହିଥାଏ ।
– ଖାଇବା ପୂର୍ବରୁ ଏବଂ ମୁହଁକୁ ଛୁଇଁବା ପୂର୍ବରୁ ହାତକୁ ନିଶ୍ଚୟ ଧୋଇବା ଦରକାର ।
– ହ୍ୟାଣ୍ଡୱାଶରେ ମଧ୍ୟ ଭଲ ଭାବେ ହାତ ଧୋଇବା ଆବଶ୍ୟକ ଜ୍ଝ ହାତ ଧୋଇବା ପରେ ସଫା ଗାମୁଛାରେ ପୋଛିବା ଆବଶ୍ୟକ। ଅପରିଷ୍କାର ହାତରେ ସାନିଟାଇଜର ଲଗାଇବାରେ କିଛି ଲାଭ ନାହିଁ । ସେଥିପାଇଁ ହାତକୁ ସଫା କରିବା ପରେ ସାନିଟାଇଜ କରନ୍ତୁ ।
– ସାନିଟାଇଜରର ପ୍ରଭାବ ମାତ୍ର କିଛି ମିନିଟ ପାଇଁ ରହେ । ଅଧିକ ମାତ୍ରାରେ କିମ୍ବା ବାରମ୍ବାର ସାନିଟାଇଜର ବ୍ୟବହାର କଲେ ତାହା ହାତର ଚର୍ମକୁ ଶୁଷ୍କ କରିଦେଇଥାଏ । ସେଥିପାଇଁ ହାତକୁ ସାବୁନ କିମ୍ବା ହ୍ୟାଣ୍ଡୱାସରେ ଭଲ ଭାବେ ଧୋଇବା ଦରକାର।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories