www.samajalive.in
Sunday, December 7, 2025
16.1 C
Bhubaneswar

କରୋନା ଯୋଦ୍ଧା ମୃତ ଆଶାକର୍ମୀଙ୍କ ପରିବାରକୁ ୫୦ ଲକ୍ଷ ଦେବାକୁ କଳାହାଣ୍ଡି ସାଂସଦଙ୍କ ଦାବି

କଲମପୁର : କରୋନା ସଚେତନତା ପାଇଁ କେବଳ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ନୁହେଁ ସମସ୍ତ କାର୍ଯ୍ୟରତ ଅଙ୍ଗନବାଡି, ଆଶାକର୍ମୀ ଓ ସର୍ବୋପରି ପୁଲିସ ପ୍ରଶାସନ ନିୟୋଜିତ ହେଇଛନ୍ତି। ଏମାନଙ୍କୁ ସରକାର କରୋନା ସଂଗ୍ରାମର ଯୋଦ୍ଧା ଭାବେ ଅବିହିତ କରିଛନ୍ତି। ଏହି ଯୋଦ୍ଧା ମାନଙ୍କ ମଧ୍ୟରୁ ଯଦି କେହି ନିଜ କର୍ତ୍ତବ୍ୟ କରୁଥିବା ସମୟରେ ଦୁର୍ଭାଗ୍ୟବଶତଃ ପରଲୋକ ହୁଅନ୍ତି ତେବେ ତାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର ସହାୟତା ଦେବା ପାଇଁ ସରକାର ଘୋଷଣା କରିଛନ୍ତି।

ଏଭଳି ସ୍ଥିତିରେ ଗତ ଅପ୍ରେଲ ମାସରେ ପ୍ରତ୍ୟେକ ପରିବାରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସ୍ଥିତି ସର୍ଭେ କରିବା ପାଇଁ ଶିକ୍ଷକ, ଅଙ୍ଗନବାଡି ଓ ଆଶାକର୍ମୀମାନଙ୍କୁ ନିୟୋଜିତ କରାଯାଇଥିଲା। ଏହି ସର୍ଭେରେ କଲମପୁର ଆଶା କର୍ମୀ ସ୍ୱର୍ଣ୍ଣଲତା ନାଏକ ମଧ୍ୟ ନିୟୋଜିତ ହେଇଥିଲେ। ନିଜ କର୍ତ୍ତବ୍ୟ ସମ୍ପାଦିତ କରିବାର ଅଳ୍ପ ଦିନ ପରେ ସେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ। ତାଙ୍କୁ ତାଙ୍କ ପରିବାର ତରଫରୁ ପ୍ରଥମେ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ମଧ୍ୟ ଅବସ୍ଥା ଅପରିବର୍ତ୍ତନ ରହିବାରୁ ତାଙ୍କୁ ବୁର୍ଲା ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜକୁ ସ୍ଥାନାନ୍ତ୍ରିତ କରିବା ସମୟରେ ଅଧିକ ଗୁରୁତର ହେବାରୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। କିଛି ଦିନ ପରେ ସେ ସୁସ୍ଥ ହୋଇଥିଲେ। ତାଙ୍କୁ କଲମପୁର ନିଆଯାଉଥିବା ବେଳେ ସେ ପୁଣି ଅସୁସ୍ଥ ହେଇ ପଡିବାରୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ପୁନଃଭର୍ତ୍ତି କରିଥିଲେ। ରକ୍ତହୀନତା ରୋଗର ଶିକାର ହେଇଥିବାରୁ ଭବାନିପାଟଣା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ଗତ ୫ ତାରିଖ ଦିନ ତାଙ୍କର ମୃତ୍ୟୁ ଘଟିଥିଲା। ସେ କରୋନା ଭଳି ମାରାମତ୍କ ସଂକ୍ରମଣରୁ ବର୍ତ୍ତିବା ପାଇଁ ଘରକୁ ଘର ବୁଲି ଲୋକଙ୍କୁ ସଚେତନ କରାଇବା କାର୍ଯ୍ୟରେ ନିୟୋଜିତ ଥିଲେ। ତେଣୁ ସେ ମଧ୍ୟ ଜଣେ କରୋନା ଯୋଦ୍ଧା। ତେଣୁ ତାଙ୍କ ପରିବାର ସରକାରଙ୍କ ଘୋଷଣା ମୁତାବକ ଆର୍ଥିକ ସହାୟତା ପାଇବା ଯୋଗ୍ୟ ବୋଲି ଯୁବ ବି.ଜେ.ପି ନେତା ଲକ୍ଷ୍ମିକାନ୍ତ ବାଗ ସାଂସଦ ବସନ୍ତ ପଣ୍ଡା, ବିରୋଧି ଦଳ ନେତା ପ୍ରଦୀପ୍କ କୁମାର ନାଏକ, ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ପ୍ରମୁଖଙ୍କ ଦୃଷ୍ଟି ଆକର୍ଷଣ କରାଇଥିଲେ। ସାଂସଦ ଶ୍ରୀ ପଣ୍ଡା ଯୁବ ନେତାଙ୍କ ଅନୁରୋଧକୁ ରକ୍ଷା କରି ତୁରନ୍ତ ଏହି ପରିବାରକୁ ସରକାରଙ୍କ ଘୋଷଣା ମୁତାବକ ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ପତ୍ର ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରେ ଦାବି କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories