www.samajalive.in
Saturday, December 6, 2025
17.1 C
Bhubaneswar

ବିଧାନସଭାରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ: ଅପରାହ୍ନ ୪ଟା ଯାଏଁ ମୁଲତବୀ

ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନର ଆଜି ଦ୍ୱିତୀୟ ଦିନରେ ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିଛନ୍ତି । ବାଚସ୍ପତିଙ୍କ ପୋଡିୟମ ସାମ୍ନାରେ ଆସି ବିରୋଧୀ ବିଜେଡି ଦଳର ବିଧାୟକମାନେ ହୋହାଲ୍ଲା କରିଥିଲେ ।

ବିରୋଧୀ ଦଳ ଅଭିଯୋଗ କରିଥିଲେ ଯେ ରାଜ୍ୟରେ ଚାଷ ଉପଯୋଗୀ ସମୟରେ ଚାଷୀମାନେ ସାର ପାଉନାହାଁନ୍ତି । ଚାଷୀମାନେ ସାର ପାଇଁ ହନ୍ତସନ୍ତ ହେଉଥିବାରୁ ବିଜେଡି ଏହି ପ୍ରସଙ୍ଗ ବିଧାନସଭାରେ ଆଜି ଉଠାଇଛି । ଚାଷୀ ପ୍ରସଙ୍ଗରେ ଗୃହରେ ଆଲୋଚନା କରିବାକୁ ବିଜେଡି ଦାବି କରିଛି । ଆଜି ପ୍ରଶ୍ନକାଳ ମାତ୍ର ୪ମିନିଟ ଚାଲିବା ପରେ ପ୍ରବଳ ହୋହାଲ୍ଲା ଯୋଗୁ ବାଚସ୍ପତି ସୁରମା ପାଢୀ ଗୃହ କାର୍ଯ୍ୟକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories