ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ସରକାରୀ କଲେଜରେ ଅଧ୍ୟୟନ କରୁଥିବା ନାବାଳିକା କଲେଜ ଛାତ୍ରୀଙ୍କୁ ଅପହରଣ ସହ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗରେ ପୁଲିସ ଅଭିଯୁକ୍ତକୁ ଚେନ୍ନାଇରୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ କୋଳଥି ଗାଁର ଦିବାକର ଦାସ (୧୯) ବୋଲି ପୁଲିସ ସୂଚନା ଦେଇଛି। ଅଭିଯୋଗ ଅନୁଯାୟୀ ନାବାଳିକା ଜଣକ ଗତ ଏକ ମାସ ତଳେ ଘରୁ କଲେଜକୁ ପଢିବାକୁ ଆସିଥିଲେ। କିନ୍ତୁ ଦିବାକର ନାବାଳିକାକୁ କଲେଜରୁ ଅପହରଣ କରି ଚେନ୍ନାଇ ନେଇଯାଇଥିଲେ। ଘଟଣା ନେଇ ନାବାଳିକାର ପରିବାର ପକ୍ଷରୁ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗକୁ ଭିତ୍ତି କରି ପୁଲିସ ପକ୍ଷରୁ ୩୯୩/୨୫ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଉଭୟଙ୍କ ଡ଼ାକ୍ତରୀ ମାଇନା ସହ ପିଡିତାଙ୍କ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ବୟାନ ରେକର୍ଡ କରାଯାଇ ନାବାଳିକାକୁ ସିଡବ୍ୟୁସି କମିଟି ଆଗରେ ହାଜର କରାଯାଇଥିଲା। ପରେ ନାବାଳିକା ଜଣକ ପରିବାର ସହ ଘରକୁ ଫେରିଥିବା ତଦନ୍ତ ଅଧିକାରୀ ସବୁ ଇନିସପେକ୍ଟର ସିଲୁ ଧଳ ସୂଚନା ଦେଇଛନ୍ତି।
Popular Categories



