www.samajalive.in
Saturday, December 6, 2025
16.1 C
Bhubaneswar

ତୁଟୁନି ହାଉସ୍ ସର୍ଜନଙ୍କ ବିବାଦ: ଆସନ୍ତା ଅଗଷ୍ଟ ୧ ପରେ ପୁଣି କାର୍ଯ୍ୟବନ୍ଦ ଚେତାବନୀ

କଟକ :କଟକ ବଡ଼ ଡାକ୍ତରଖାନାରେ ହାଉସ୍ ସର୍ଜନ୍‌ ଓ ନର୍ସିଂ ଅଫିସର ବିବାଦ ତଥାପି ଅସମାହିତ ରହିଛି। ଆସନ୍ତା ଅଗଷ୍ଟ ୧ ପରେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇ ପାରନ୍ତି ହାଉସ୍ ସର୍ଜନ୍‌। ଏନେଇ ଶୁକ୍ରବାର ପ୍ରେସ ବିଜ୍ଞପ୍ତି ଜାରି କରିଛି ଏସ୍‌ସିବି ହାଉସ୍ ସର୍ଜନ୍‌ ସଂଘ। ନର୍ସିଂ ଅଫିସରଙ୍କ ବିରୋଧରେ ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆ ନ ଗଲେ ପୁଣି ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏହି ଆନ୍ଦୋଳନକୁ ବୁର୍ଲା ମେଡିକାଲ କଲେଜ ହାଉସ୍ ସର୍ଜନ୍‌ ସଂଘ ମଧ୍ୟ ସମର୍ଥନ ଜଣାଇବେ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଅପରପକ୍ଷେ ୭ ଦିନ ପରେ କମିଟି ତଦନ୍ତ ରିପୋର୍ଟ ଦେବାପରେ ଆଗାମୀ ପଦକ୍ଷେପ ନିଆଯିବ ବୋଲି ନର୍ସିଂ ସଂଘ ପକ୍ଷରୁ କୁହାଯାଇଛି। ଗତ ରବିବାର ସନ୍ଧ୍ୟାରେ ନ୍ୟୁ ମେଡିସିନ୍‌ ୱାର୍ଡ଼ରେ ନର୍ସିଂ ଅଫିସର ଓ ହାଉସ ସର୍ଜନ ମଧ୍ୟରେ ବିବାଦ ଦେଖାଦେଇଥିଲା। ଏହାର ପ୍ରଭାବ ରୋଗୀ ସେବା ଉପରେ ପଡ଼ିବା ଆଶଙ୍କାରେ ବୁଧବାର ସ୍ବାସ୍ଥ୍ୟ ସଚିବ ଏଥିରେ ହସ୍ତକ୍ଷେପ କରି ତୁରନ୍ତ ଏହାର ସମାଧାନ ପାଇଁ କହିଥିଲେ। ପରେ ସ୍ବାସ୍ଥ୍ୟ ବିକାଶ ସମିତି ଅଧ୍ୟକ୍ଷ ତଥା ସିଏମ୍‌ସି କମିସନର ବିଜୟ ଦାଶଙ୍କ ଅଧ୍ୟକ୍ଷତାରେ ଉଭୟ ପକ୍ଷଙ୍କୁ ନେଇ ବୈଠକ ହୋଇଥିଲା। ନୂତନ କମିଟି ଗଠନ କରାଯାଇ ୭ ଦିନ ମଧ୍ୟରେ ରିପୋର୍ଟ ଦେବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଥିଲା। ଏପରିକି ଉଭୟ ପକ୍ଷର ବିବାଦ ସମାଧାନ ହୋଇଥିବା ଡାକ୍ତରଖାନାର ଜଣେ ବରିଷ୍ଠ ଡାକ୍ତର କହିଥିଲେ। ତେବେ ଏହାର ଦୁଇ ଦିନ ପରେ ହାଉସ ସର୍ଜନ ପକ୍ଷରୁ କାର୍ଯ୍ୟ ବନ୍ଦ ନେଇ ପୁଣି ଡାକରା ଦିଆଯାଇଛି। ଯାହାକୁ ନେଇ ବିବାଦ ମୁଣ୍ଡ ଟେକିଛି।

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories