www.samajalive.in
Saturday, December 6, 2025
26.1 C
Bhubaneswar

ଉଷୁମ ପାଣିର ଉପକାରିତା; ଏକ ଗ୍ଲାସ ଉଷୁମ ପାଣି ଶରୀରକୁ ଦିଏ ଅନେକ ଲାଭ

ପାଣି ଆମ ଶରୀର ପଇଁ ଅତ୍ୟନ୍ତ ଜରୁରୀ ଅଟେ । ସାଧାରଣତଃ ଲୋକେ ଥଣ୍ଡା ପାଣି ପିଇବାକୁ ପସନ୍ଦ କରନ୍ତି । କିନ୍ତୁ ଯଦି ଆପଣ ନିଜ ସ୍ବାସ୍ଥ୍ୟକୁ ନେଇ ଯତ୍ନବାନ୍ ତେବେ ଆଜି ଠୁ ଉଷୁମ ପାଣି ପିଇବା ଆରମ୍ଭ କରି ଦିଅନ୍ତୁ । ତା’ ପରେ ଏହାର ଲାଭ ଆପଣ ନିଜେ ହିଁ ଜାଣି ପାରିବେ । ଚାଲନ୍ତୁ ଜାଣିବା ଉଷୁମ ପାଣି ପିଇଲେ ଶରୀରକୁ କି ଲାଭ ମିଳେ ।

୧. ସକାଳେ ଖାଲି ପେଟରେ ଏକ ଗ୍ଲାସ ଉଷୁମ ପାଣି ପିଇବା ଦ୍ବାରା ପେଟ ସମସ୍ୟା ଦୂର ହୋଇଥାଏ। ଯେପରି କୋଷ୍ଠ କାଠିନ୍ୟ, ଗ୍ୟାସ୍, ଏସିଡିଟି, ବଦହଜମୀ ଓ ପେଟରେ କଷ୍ଟ ଅନୁଭବ ହେବା ଆଦି ଦୂର ହୋଇଥାଏ ।

- Advertisement -

୨. ଉଷୁମ ପାଣି ଶରୀରର ଭିତର ଅଂଶକୁ ସଫା ରଖିବାରେ ସାହାଯ୍ୟ କରେ । ଶରୀର ମଧ୍ୟରେ ଥିବା ଆବର୍ଜନାକୁ ଦୂର କରିଥାଏ । ଫଳରେ ଶରୀର ସୁସ୍ଥ ରହେ ।

୩. ସକାଳେ ଖାଲି ପେଟରେ ଉଷୁମ ପାଣିରେ ଲେମ୍ବୁ ବା ମହୁ ମିଶାଇ ପିଇବା ଦ୍ବାରା ପେଟ ବାହାରିବା କମ୍ ହେବା ସହ ଓଜନ ହ୍ରାସ ଘଟିଥାଏ ।

୪. ଭୋକ ହେଉ ନ ଥିଲେ ଏକ ଗ୍ଲାସ ଉଷୁମ ପାଣି ସହ ଲେମ୍ବୁ ଏବଂ କଳା ଲୁଣ ପକାଇ ପିଇବା ଦ୍ବାରା ଏହି ସମସ୍ୟା ଦୂର ହୋଇଥାଏ । ଏହାକୁ ଆପଣ ଏକ ମାସ ପର୍ଯ୍ୟନ୍ତ ପିଇ ପାରିବେ ।

୫. ଉଷୁମ ପାଣି ପିଇବା ଦ୍ବାରା କାଶ ଓ ଗଳା ସମସ୍ୟା ଦୂର ହୋଇଥାଏ।

୬. ଉଷୁମ ପାଣି ପିଇବା ଦ୍ବାରା ଶରୀରରୁ ଆର୍ବଜନା ଦୂର ହେବା କାରଣରୁ ଚେହେରା ବା ତ୍ଵଚାରେ ଚମକ ଆସିଥାଏ । ଏହା ସହ ସହ କେଶ ମୁଲାୟମ ଓ ମଜଭୁତ ହୋଇଥାଏ ।

୭. ଉଷୁମ ପାଣି ଥକ୍କାପଣ ମଧ୍ୟ ଦୂର କରିବା ସହ ରକ୍ତ ସଞ୍ଚାଳନ ପ୍ରକ୍ରିୟା ସଠିକ୍ କରିଥାଏ ।

ସୂଚନା: ଗ୍ରୀଷ୍ମ ଋତୁରେ ଉଷୁମ ପାଣି ପିଇବାକୁ ବିଶେଷଜ୍ଞ ବାରଣ କରିଛନ୍ତି ।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories