ଭୁବନେଶ୍ୱର : ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ସୋମବାର ଉତ୍ତେଜନା ଦେଖାଦେଇଥିବା ଜଣାପଡ଼ିଛି। ସକାଳ ସମୟରୁ ଟିକଟ ପଞ୍ଜୀକରଣ ହୋଇପାରୁ ନଥିବାରୁ ରୋଗୀ ଓ ରୋଗୀ ସମ୍ପର୍କୀୟ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ସୂଚନା ଅନୁଯାୟୀ, ପଞ୍ଜୀକରଣ ଦାୟିତ୍ୱରେ ଥିବା ଠିକା ସଂସ୍ଥା ଦରମା ନଦେବାରୁ କର୍ମଚାରୀମାନେ ପଞ୍ଜୀକରଣ କାର୍ଯ୍ୟରୁ ଓହରିଯାଇଛନ୍ତି ବୋଲି ଜଣାପଡ଼ିଛି। ଫଳରେ ପଞ୍ଜୀକରଣ ହୋଇପାରୁ ନଥିବାରୁ ରୋଗୀ ଏବଂ ସମ୍ପର୍କୀୟଙ୍କୁ ଟିକଟ ମିଳୁପାରୁନାହିଁ। ଫଳରେ ଡ଼ାକ୍ତରଖାନା ପରିସରରେ ଉତ୍ତେଜନା ଦେଖାଦେଇଛି।
ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ପରିସରରେ ଉତ୍ତେଜନା
Popular Categories



