www.samajalive.in
Saturday, December 6, 2025
17.1 C
Bhubaneswar

କେଶରୁ ହୋଲି ରଙ୍ଗ ଛଡାଇବାର ଉପାୟ

ରଙ୍ଗର ପର୍ବ ହୋଲି ଆଉ ଅଳ୍ପ କିଛି ଦିନ ବାକି ଅଛି। ଏଥିପାଇଁ ସମସ୍ତଙ୍କ ମଧ୍ୟରେ ଅନେକ ଉତ୍କଣ୍ଠା ରହିଛି। ସମସ୍ତଙ୍କ ମଧ୍ୟରେ ଉତ୍ସାହ ମଧ୍ୟ ଭରି ରହିଛି। ହୋଲିରେ ଲୋକମାନେ ଭିନ୍ନ ଭିନ୍ନ ରଙ୍ଗରେ ​ହୋଲି ଖେଳିଥାଆନ୍ତି। ରଙ୍ଗରେ ଥିବା କେମିକାଲ ଯୋଗୁଁ ଆପଣଙ୍କ ମୁହଁ ଓ କେଶରେ ଅନେକ ଖରାପ ପ୍ରଭାବ ପଡିଥାଏ। ତେଣୁ କିଛି ଲୋକ ହୋଲି ଖେଳିବା ପାଇଁ ପଛଘୁଞ୍ଚା ଦେଇଥାଆନ୍ତି। ଆସନ୍ତୁ ଜାଣିବା କିଛି ଉପାୟ ସମ୍ବନ୍ଧରେ, ଯାହାଦ୍ବାରା ହୋଲିର ରଙ୍ଗରୁ କେଶକୁ ରକ୍ଷା କରିପାରିବେ ..

୧. ହୋଲି ଖେଳିବା ପୂର୍ବରୁ ପ୍ରଥମେ କେଶକୁ ସଫା ସ୍କାର୍ଫରେ ବାନ୍ଧି ଦିଅନ୍ତୁ। ଏପରି କରିବା ଦ୍ବାରା ଶୁଖିଲା ରଙ୍ଗ ଆପଣଙ୍କ କେଶରେ ଜମା ହେବାରୁ ରକ୍ଷା ପାଇବ। ସ୍କାର୍ଫ ପିନ୍ଧିବା ବର୍ତ୍ତମାନ ଏକ ଫ୍ୟାଶନ ହୋଇଯାଇଛି। ଏହାକୁ ମୁଣ୍ଡରେ ବାନ୍ଧିବା ଦ୍ବାରା କେଶ ସୁରକ୍ଷିତ ରହିଥାଏ।

- Advertisement -

୨. ହୋଲି ଖେଳିବା ପୂର୍ବରୁ ଚର୍ମ ପରି କେଶରେ ମଧ୍ୟ ତେଲ ଲଗାନ୍ତୁ। ସବୁଠାରୁ ଉତ୍ତମ ହେବ ଯେ, ହୋଲିର ପୂର୍ବ ଦିନରୁ କେଶରେ ତେଲ ମାଲିସ କରନ୍ତୁ। ଏପରି କରିବା ଦ୍ବାରା କେଶରେ ଏକ ସୁରକ୍ଷିତ ସ୍ତର ରହିବ। ଯାହାଦ୍ବାରା କେଶରେ ରଙ୍ଗର କୌଣସି ପ୍ରଭାବ ପଡିବ ନାହିଁ।

୩. କେଶରୁ ରଙ୍ଗ ଭଲ ଭାବେ ଛଡାଇବା ପାଇଁ ତେଲରେ ଲେମ୍ବୁ ରସ ମିଶାଇ ଲଗାଇପାରିବେ। ଏପରି କରିବା ଦ୍ବାରା ରଙ୍ଗର କ୍ଷତିକାରକ ପ୍ରଭାବ କେଶରେ ପଡିବ ନାହିଁ।

୪. ହୋଲିରେ ସର୍ବଦା ମହିଳାମାନେ କେଶକୁ ଭଲ ଭାବେ ବାନ୍ଧି ରଖିବା ଉଚିତ। ଏପରି କରିବା ଦ୍ବାରା କେଶ ମଧ୍ୟକୁ ରଙ୍ଗ ସହଜରେ ଯାଇପାରିବ ନାହିଁ।

ହୋଲି ଖେଳିବା ପରେ ରଙ୍ଗ ଛଡାଇବାର ଉପାୟ :

୧. ହୋଲିର ଖେଳି ସାରିବା ପରେ କେଶକୁ କେବେ ବି ଗରମ ପାଣିରେ ଧୁଅନ୍ତୁ ନାହିଁ। ସାଧା ଓ ଥଣ୍ଡା ପାଣିରେ କେଶ ଧୁଅନ୍ତୁ। ଏପରି କରିବା ଦ୍ବାରା କେଶ ସୁରକ୍ଷିତ ରହିଥାଏ।

୨. କେଶରେ କେମିକାଲ ଯୁକ୍ତ ସାମ୍ପ୍ୟୁର ବ୍ୟବହାର କରନ୍ତୁ ନାହିଁ। ତେଣୁ ରଙ୍ଗ ଛଡାଇବା ପାଇଁ କେଶରେ ଆୟୁର୍ବେଦିକ ସାମ୍ପ୍ୟୁ ଲଗାଇ ଆସ୍ତେ ଆସ୍ତେ ପାଣିର ବ୍ୟବହାର କରିବା ଉଚିତ। ଏପରି କରିବା ଦ୍ବାରା କେଶରୁ ସଠିକ ଭାବେ ରଙ୍ଗ ଛାଡିଯାଇଥାଏ।

୩. କେଶରୁ ରଙ୍ଗ ଛଡାଇବା ପରେ ଘିକୁଆଁରୀ ରସ ମାଲିସ କରନ୍ତୁ। ତାପରେ ୧୦ରୁ ୧୫ମିନିଟ ପରେ କେଶକୁ ଧୋଇ ଦିଅନ୍ତୁ।

 

 

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories