BJD Bijuli 480×75 Mob

ସୋମବାର ରାଶିଫଳ (୦୯/୧୧/୨୦୨୦)

BJD Bijuli 480×75 Mob

ମେଷ: ନିଜ ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। ଅର୍ଥ ସହିତ ଦ୍ରବ୍ୟ ପ୍ରାପ୍ତିର ସୁଯୋଗ ଅଛି। ବନ୍ଧୁ ସୁଖ ମିଳିବ। କର୍ମ ତତ୍ପରତା ପ୍ରକାଶ ପାଇବ। ଶୁଭକର୍ମ ପାଇଁ ବାତାବରଣ ଅନୁକୂଳ ରହିଛି। ଯାନବାହନ ସୁଖ ମିଳିପାରେ।

ବୃଷ: କାର୍ଯ୍ୟରେ ସଫଳତା ଲାଭ କରିବେ। ସାଧନା ଫଳବତୀ ହେବ। ବିଭିନ୍ନ ସ୍ତରରେ ସମ୍ମାନିତ ହେବାର ସୂଚନା ମିଳୁଛି। ସମ୍ମାନିତ ହେବେ। ମନ ଫୂର୍ତ୍ତି ରହିବ। ସର୍ବତ୍ର ବିଜୟୀ ହେବେ। ଶାସ୍ତ୍ରାନୁରକ୍ତ ହୋଇପାରନ୍ତି।

ମିଥୁନ: ଶ୍ରମର ମୂଲ୍ୟାଙ୍କନ ହେବ। ଉଚ୍ଚ ସମ୍ମାନ ଲାଭ କରିପାରନ୍ତି। ଦିନସାରା ହସ ଖୁସି ଲାଗି ରହିବ। ସ୍ନେହ ଶ୍ରଦ୍ଧା ଲାଭ କରିପାରନ୍ତି। ଲୋକପ୍ରିୟତା ଅର୍ଜନ କରିବେ। ଉତ୍ସର୍ଗୀକୃତ ଜୀବନଯାପନ କରିବେ। ବିବିଧ ଧନଯୁକ୍ତ ହେବେ।

କର୍କଟ: କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିପାରନ୍ତି। ଧନବାନ୍‍ ହେବେ। ଗୁଣଯୁକ୍ତ ହୋଇପାରନ୍ତି। ଉପାର୍ଜନ ଅଧିକ ହୋଇପାରେ। ସୁସ୍ଥ ରହିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। କରିତ୍‍କର୍ମା ହେବେ। ସଞ୍ଚୟାଭିମୁଖୀ ହୋଇପାରନ୍ତି।

ସିଂହ: ନୂତନ ଯୋଜନାର ଶୁଭାଶୁଭମ୍ଭ କରିପାରନ୍ତି। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ମନଭୁଲା କଥା କହି ପରକୁ ଆପଣାର କରିପାରନ୍ତି। ପରଧନରେ ଧନୀ ହୋଇପାରନ୍ତି। ମହିଳାଗୋଷ୍ଠୀଙ୍କୁ ସହାୟତା ଦେଇ ପ୍ରଶଂସାର ପାତ୍ର ହେବେ।

କନ୍ୟା: ଯଶ ଅର୍ଜନ କରି ଆତ୍ମ ସନ୍ତୋଷ ଲାଭ କରିବେ। କାର୍ଯ୍ୟରେ ସିଦ୍ଧିପ୍ରାପ୍ତ ହେବେ। ଅନ୍ୟର ମଙ୍ଗଳ କାମନା କରି ନିଜେ ଉପକୃତ ହେବେ। ନାନାବିଧ ସମ୍ମାନର ଅଧିକାରୀ ହେବେ। ସ୍ୱ ଅର୍ଜିତ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।

ତୁଳା: ଭଲ ଆୟର ସୂଚନା ମିଳୁଛି। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ଉପକାରୀ ନିକଟରେ କୃତଜ୍ଞ ରହିବେ। କାର୍ଯ୍ୟରେ ସଫଳତା ଲାଭ କରିବେ। ପାରିବାରିକ ସୁଖ ମିଳିବ। ସରକାରଙ୍କ କୃପାର ପାତ୍ର ହୋଇପାରନ୍ତି।

ବିଛା: ମାନ ସମ୍ମାନ ବୃଦ୍ଧିର ସୂଚନା ମିଳୁଛି। କାର୍ଯ୍ୟରେ ସିଦ୍ଧିପ୍ରାପ୍ତ ହେବେ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି। ବିଭିନ୍ନ ଦିଗରୁ ଧନାଗମର ସୁଯୋଗ ଅଛି। ପାରିବାରିକ ସୁଖ ମିଳିବ। ଚିନ୍ତାଧାରା ମହତ ହେବ। ଗୁରୁକୃପା ଲାଭ କରିବେ।

ଧନୁ: ଶାରୀରିକ ସୁରକ୍ଷା ପାଇଁ ବିଶ୍ରାମ ଗ୍ରହଣ କରିପାରନ୍ତି। ପରର ମଙ୍ଗଳ କାମନା ଆପଣଙ୍କର ଧେୟ ହେବ। ଜନକଲ୍ୟାଣ କାର୍ଯ୍ୟରେ ନିୟୋଜିତ ହେବେ। ଜନପ୍ରିୟ ହୋଇପାରନ୍ତି। ବାଣିଜ୍ୟ କାରବାର ଲାଭଦାୟକ ହେବ।

ମକର: ବ୍ୟବସାୟ କ୍ଷେତ୍ରରେ ଢ଼େର ଉନ୍ନତି ଘଟିବ। ଯଶସ୍ୱୀ ହେବେ। ବନ୍ଧୁ ସହାୟତା ପାଇ ଅସାଧ୍ୟ ସାଧନ କରିପାରନ୍ତି। ପତ୍ନୀ ଆପଣଙ୍କୁ ପତନରୁ ରକ୍ଷା କରି ଉତ୍‍ଥାନ ଦେଇପାରନ୍ତି। ଦୟାଳୁ ସ୍ୱଭାବର ହେବେ। ସେବା ମନୋଭାବର ହେବେ।

କୁମ୍ଭ: ବନ୍ଧୁ ମିଳନ ଘଟିପାରେ। ଦୁଶ୍ଚିନ୍ତା ଦୂର ହେବ। ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବ। ଶତ୍ରୁ ଆପଣା ଛାଏଁ ଅପସରି ଯିବ। ସନ୍ମାର୍ଗୀ ହେବେ। ନୀତିନିଷ୍ଠ ହୋଇପାରନ୍ତି। ନିରଳସ ଜୀବନଯାପନ କରି ପ୍ରଶଂସାର ପାତ୍ର ହେବେ।

ମୀନ: ଦୁଃସାହସିକ ପଦକ୍ଷେପ ନେଇ କାର୍ଯ୍ୟ କରିପାରନ୍ତି। ଶରୀର ସୁସ୍ଥ ରହିବ। ସୁଖ ସନ୍ତୋଷ ଲାଭ କରିପାରନ୍ତି। ପ୍ରଭୂତ ବିତ୍ତର ଅଧିକାରୀ ହୋଇପାରନ୍ତି। ଜ୍ଞାନ ଗରିମାଯୁକ୍ତ ହେବେ। ସର୍ବ ଜନାନୁରକ୍ତ ହୋଇପାରନ୍ତି।

Comments are closed.