ଶୁକ୍ରବାର ରାଶିଫଳ (୦୪.୦୮.୨୦୨୩)

ମେଷ : ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଏପରିକି ରାଜ ଦରବାରରୁ ଅର୍ଥ ସହିତ ସମ୍ମାନ ପ୍ରାପ୍ତିର ସୂଚନା ମିଳୁଛି।

ବୃଷ : କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ବିବାଦୀୟ ଘଟଣାରେ ବିଜୟୀ ହେବେ। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ସେବାପୂଜାକୁ ଆଦରି ନେବେ।

ମିଥୁନ : କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। କ୍ଷମତାଧାରୀ ହୋଇପାରନ୍ତି। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିବେ। ଘାତଚନ୍ଦ୍ର ଯୋଗଁୁ ଅତିମାତ୍ରାରେ ସତର୍କତାର ସହ ଚଳିବାକୁ ପଡ଼ିବ।

କର୍କଟ :  ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ସାବଧାନତାର ସହ ଚଳିଲେ ଆଘାତରୁ ବର୍ତ୍ତିଯିବେ। ଅପଯଶ ଯେପରି ମୁଣ୍ଡ ଉପରକୁ ନ ଆଣିବେ। ସେଥିପ୍ରତି ସତର୍କ ରହିବେ। ବନ୍ଧୁଙ୍କ ସହାୟତାରେ ଆଶ୍ବସ୍ତ ହେବେ।

ସିଂହ : ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ହେବ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଭୋଜନାଦିରେ ତୃପ୍ତି ଲାଭ କରିବେ ଓ ଆନନ୍ଦ ଉପଭୋଗ କରିବେ। ଏକଲା ନରହି ଗହଳିରେ ସମୟ ବିତାଇବେ।

କନ୍ୟା : ଆୟ ଊଣା ହେବନି। ଦ୍ରବ୍ୟ ଲାଭର ସୂଚନା ମିଳୁଛି। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ଋଣ ପରିଶୋଧ କରିବେ। ଆତ୍ମବଡ଼ିମା ଦେଖାଇ ପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

prayash

ତୁଳା : ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। ଆୟବ୍ୟୟ ପ୍ରାୟ ସମାନ୍ତରାଳଭାବେ ଗତିକରିବେ। ବାଣିଜ୍ୟ କାରବାର ଲାଭଦାୟକ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। କୀର୍ତ୍ତିମାନ୍‌ ହୋଇପାରନ୍ତି।

ବିଛା : ପରିଶ୍ରମ ଯେତେ କଠିନ ହେଉ ନା କାହିଁକି, ତା’ର ମୂଲ୍ୟ ମିଳିବ। ଭ୍ରାତୃପ୍ରୀତି ଅକ୍ଷୁଣ୍ଣ ରହିବ। ଦୃଢ଼ ସଂକଳ୍ପ ନେଇ କାର୍ଯ୍ୟ କରିପାରନ୍ତି। ନାନା ସୁଖର ଅଧିକାରୀ ହେବେ। ଅର୍ଥଲାଭର ସୂଚନା ମିଳୁଛି।

ଧନୁ : ଆଜି ଦିନ ଭିତରେ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଲାଭ କରିବେ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ଦେବଦର୍ଶନର ସୁଯୋଗ ଅଛି। ଉପୁଜିଥିବା ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭବାନ୍‌ ହେବେ।

ମକର : ତ୍ୟାଗଶୀଳ ମନୋବୃତ୍ତିର ହେବେ। ମତିଜ୍ଞ ହୋଇପାରନ୍ତି। ବିବିଧ ଧନଯୁକ୍ତ ହେବେ। ଅତି ସୁଖୀ ଓ କୀର୍ତ୍ତିଶାଳୀ ହେବେ। ସହିଷ୍ଣୁ ହୋଇପାରନ୍ତି। ମନ ପ୍ରଫୁଲ୍ଲ ରହିବ। ଖୁସ ମିଞ୍ଜାସର ହେବେ।

କୁମ୍ଭ : ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ। ସୁଖସମ୍ମାନ ଲାଭ କରିବେ। ଶକ୍ତିମାନ୍‌ ହୋଇପାରନ୍ତି। ସମ୍ବର୍ଦ୍ଧିତ ହେବେ। ଏକାଧାରରେ ସର୍ବଦର୍ଶୀ, ବିମୁକ୍ତାତ୍ମା, ସର୍ବୋଜ୍ଞ ଓ ଶୁଭମନା ହେବେ। ସୁଖୀ ଜୀବନ ବିତାଇବେ।

ମୀନ : ବିବାଦୀୟ ବିତର୍କରୁ ଓହରି ଯାଇପାରନ୍ତି। ମନ ଭୁଲା କଥାରେ ପରକୁ ଆପଣାର କରି କାର୍ଯ୍ୟହାସଲ କରିବେ। ବନ୍ଧୁ ବିରୋଧର ସମ୍ମୁଖୀନ ହୋଇପାରନ୍ତି। ଚକ୍ଷୁପୀଡ଼ା ଉପସମ ପାଇଁ ଧନ ବ୍ୟୟ କରିବେ।

Comments are closed.