ଗୁରୁବାର ରାଶିଫଳ (୦୪/୦୮/୨୦୨୨)
ମେଷ : ପବିତ୍ର ଭାବନାର ବଶବର୍ତ୍ତୀ ହୋଇ ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ। ବ୍ୟବସାୟ ଲାଭଜନକ ହେବ। ପତ୍ନୀଙ୍କ ଇଙ୍ଗିତରେ ପରିଚାଳିତ ହେବେ। ଅହଂଭାବ ନାଶ ହେବ।
ବୃଷ : ଆଧ୍ୟାତ୍ମିକ ଜିଜ୍ଞାସା ପରିପୂର୍ଣ୍ଣ କରିପାରନ୍ତି। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ସୁସ୍ଥ ଓ ନିରାମୟ ରହିବେ। ଶତ୍ରୁ ଦମନ କରି ମାନସିକ ଶାନ୍ତି ଫେରିପାଇବେ। ଚତୁର ଓ ଧନଯୁକ୍ତ ହେବେ।
ମିଥୁନ : ଯତ୍ନ, ଅଧ୍ୟବସାୟ, ଉଦ୍ୟମ ଓ ନିଷ୍ଠାର ଫଳ ସ୍ବରୂପ ପ୍ରଚୁର ଅର୍ଥାଗମ ହେବ। କର୍ମଚଞ୍ଚଳ ରହିବେ। ପତ୍ନୀ ସୁଶୀଳା ଓ ଆଜ୍ଞାକାରିଣୀ ହେବେ। ହଠାତ୍ କିଛି ଧନ ଲାଭ ହୋଇପାରେ। ଉତ୍ତମ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ।
କର୍କଟ : ନିଜର କୃଷି ଅଭିଜ୍ଞତାରୁ କୃଷକମାନଙ୍କୁ ଦିଗ୍ଦର୍ଶନ ଦେବେ। ଉଦାର ସ୍ବଭାବ ସମ୍ପନ୍ନ ହୋଇପାରନ୍ତି। ଦାନ-ଧର୍ମକୁ ଶ୍ରେୟ ମଣିବେ। ସୁସ୍ଥ ରହିବେ। ଜ୍ୟୋତର୍ମୟ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ଯଶ୍ବସୀ ହେବେ।
ସିଂହ : ଈଶ୍ବରଙ୍କ ନିକଟରେ ମଧୁର ପ୍ରେମ ଭକ୍ତି ଅର୍ପଣ କରିପାରନ୍ତି। ମନ ପ୍ରସନ୍ନ ରହିବ। ଭାଷା ମଧୁର ଓ ବ୍ୟବହାର ଭଦ୍ରୋଚିତ ହେବ। ପ୍ରେମୀ ଓ ସାହସୀ ହେବେ। ଧାର୍ମିକ, ବନ୍ଧୁସ୍ନେହୀ ଓ ବିଦ୍ବାନ୍ ହେବେ।
କନ୍ୟା : ଲକ୍ଷ୍ମୀ ବରଦାୟିକା ଅଛନ୍ତି। ଧନ-ଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ ହୋଇପାରେ। ଆଦର୍ଶ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାର ଚରିତ ଓ ବିଦ୍ୟାପ୍ରେମୀ ହେବେ।
Related Posts
Comments are closed.