www.samajalive.in
Monday, December 8, 2025
14.1 C
Bhubaneswar

ଶନିବାର ରାଶିଫଳ (୦୩.୦୬.୨୦୨୩)

ମେଷ : ପ୍ରବଳ ମାତ୍ରାରେ ଧନାଗମ ହେବାର ମାର୍ଗ ଉନ୍ମୁକ୍ତ ରହିଛି। ନାନା ସୁନ୍ଦର, ମୂଲ୍ୟବାନ୍‌, ବସ୍ତୁ-ରତ୍ନ ଲାଭ ହେବାର ସୂଚନା ମିଳୁଛି। ମାତ୍ର ଅଷ୍ଟମ ଚନ୍ଦ୍ର ଭୋଗ ଯୋଗୁଁ ସତର୍କରେ ଚଳିବାକୁ ପଡ଼ିବ।

ବୃଷ : ଆପଣଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭଦାୟକ ହେବ। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ନୀତିଯୁକ୍ତ ଓ ବିନୀତ ସ୍ବଭାବସମ୍ପନ୍ନ ହୋଇପାରନ୍ତି। ସ୍ବାଦିଷ୍ଟ ଭୋଜନରେ ଆପ୍ୟାୟିତ ହେବେ।

ମିଥୁନ : କ୍ଷୀଣ ପୁଣ୍ୟ ହୋଇ ଅଧୋଗତି ଲାଭ କରୁଥିବାବେଳେ; ପୁଣି ଧର୍ମ ରକ୍ଷା କରି ଓ ରାଜ୍ୟ ଭୋଗ କରି ଏହି ଉନ୍ମୁକ୍ତ ସଫଳ କରିପାରନ୍ତି। ଶତ୍ରୁତାର ଅବସାନ ଘଟାଇ ଧାର, ଉଦ୍ଧାରରୁ ମୁକ୍ତ ହେବେ।

କର୍କଟ : ସବୁ କାର୍ଯ୍ୟକୁ ପଛରେ ପକାଇ ପଢ଼ାପଢ଼ିରେ ମନୋନିବେଶ କରିବେ। ବାଣିଜ୍ୟ କାରବାର ଅର୍ଥଦାୟକ ହେବ। ବୈବାହିକ ଜୀବନ ମଧୁମୟ ହେବ। କେତେକ କ୍ଷେତ୍ରରେ ଆଳସ୍ୟ ପରାୟଣ ହୋଇପାରନ୍ତି।

ସିଂହ : ପତ୍ନୀ ଆଜ୍ଞାକାରିଣୀ ତଥା ସେବାକାରିଣୀ ହେବେ। ସରକାରୀ ସ୍ତରରୁ ଧନଲାଭ ଓ ଶତ୍ରୁ ବିଜୟୀ ହୋଇପାରନ୍ତି। ଅବିବାହିତମାନଙ୍କର ବିବାହ ବିଳମ୍ବ ହୋଇପାରେ। କୃଷି ଓ ଯାନବାହନ ସୁଖ ମିଳିବ।

କନ୍ୟା : ଧନୀ ଓ ଦୀର୍ଘାୟୁ ହେବେ। ମୋକଦ୍ଦମା ଓ ନିର୍ବାଚନ ଲଢୁଥିଲେ ବିଜୟୀ ହେବେ। ଭାଇଙ୍କ ସହଯୋଗ ମିଳିବ। ଆତ୍ମଜ୍ଞାନ ଶକ୍ତିସମ୍ପନ୍ନ ହେବେ। ଅଶାନ୍ତି ଦୂର ହେବ। ଦେବଦର୍ଶନର ସୁଯୋଗ ଅଛି। ସୁଖୀ ହେବେ।

ତୁଳା : ଅନୁସନ୍ଧାନକାରୀ ହୋଇପାରନ୍ତି। ପୁତ୍ର ସନ୍ତାନ ସୁଖ ମିଳିପାରେ। ସ୍ବାଭିମାନୀ ହେବେ। ଦେବୀ ଭକ୍ତ ହୋଇପାରନ୍ତି। ପ୍ରଭାବଶାଳୀ ହେବେ। ବିବିଧ ଉପାୟରେ ଧନ ସଞ୍ଚୟ କରିପାରନ୍ତି। ସହିଷ୍ଣୁ ହେବେ।

ବିଛା : ପୈତୃକ ଧନ ପ୍ରାପ୍ତିର ସୂଚନା ମିଳୁଛି। ଯଶସ୍ବୀ ହେବେ। ବହୁ ସୁନାମର ଅଧିକାରୀ ହୋଇପାରନ୍ତି। କାୟ ମନୋବାକ୍ୟରେ ସେବାମୂଳକ କାର୍ଯ୍ୟକୁ ଆଦରି ନେଇପାରନ୍ତି। ଆୟ ଭଲ ହେବ। ସୁଖୀ ହେବେ।

ଧନୁ : ଭାଇମାନଙ୍କଠାରୁ ସହଯୋଗ ମିଳିବ। କୂଟନୀତିଜ୍ଞ ହେବେ। ସଂଯମୀ ହୋଇପାରନ୍ତି। କାର୍ଯ୍ୟର ଅଗ୍ରଗତି ପାଇଁ ସର୍ବଦା ପ୍ରଯତ୍ନଶୀଳ ହେବେ। ଧର୍ମଜ୍ଞାନୀ ହେବେ। ଧର୍ମକାର୍ଯ୍ୟରେ ଧନ ବ୍ୟୟ କରିପାରନ୍ତି।

ମକର : ଗୁରୁଭକ୍ତ ହେବେ। ପୈତୃକ ସମ୍ପତ୍ତି ଭାଗକାରୀ ହୋଇପାରନ୍ତି। ପାପପୁଣ୍ୟର ବ୍ୟାଖ୍ୟାକାରକ ହେବେ। କଠିନ ପରିଶ୍ରମୀ ହେବେ। ସରକାରୀ ସ୍ତରରୁ ସମ୍ମାନ ସହିତ ଧନଲାଭର ସୂଚନା ମିଳୁଛି।

କୁମ୍ଭ : ଧନବାନ୍ ହେବେ। ଶାନ୍ତିପ୍ରିୟ ହୋଇପାରନ୍ତି। ଅତ୍ୟଧିକ ଶ୍ରମ ସ୍ବୀକାର କରି ଧନ ଅର୍ଜନ କରିପାରନ୍ତି। ରାଜନୀତିଜ୍ଞ ହେବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ସରକାରୀ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ତ୍ୟାଗଶୀଳ ହେବେ।

ମୀନ : ପ୍ରଭାବଶାଳୀ ହେବେ। ଗୁପ୍ତ ବିଦ୍ୟାରେ ଜ୍ଞାନୀ ହୋଇପାରନ୍ତି। ପତ୍ନୀ ରୂପବତୀ ଓ ସୌଭାଗ୍ୟବତୀ ହେବେ। କୃଷି କର୍ମରେ ଲାଭବାନ୍‌ ହେବେ। କ୍ଷମତାଧାରୀ ହେବେ। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିବେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories