www.samajalive.in
Monday, December 15, 2025
26.1 C
Bhubaneswar

ଗୁରୁବାର ରାଶିଫଳ (୦୩.୦୮.୨୦୨୩)

ମେଷ : ନାନା ସୁଖର ଅଧିକାରୀ ହେବେ। ବିଶାଳ ଯଶ ଅର୍ଜନ କରିପାରନ୍ତି। ଦାନୀ ପଣରେ ସୁଖ୍ୟାତି ଅର୍ଜନ କରିବେ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ। ଆଦର୍ଶ ବ୍ୟକ୍ତିତ୍ବସମ୍ପନ୍ନ ହେବେ।

ବୃଷ : ବହୁମିତ୍ରଙ୍କ ସାନ୍ନିଧ୍ୟ ପାଇ ଦେଶ ଓ ରାଜ୍ୟ ପାଇଁ ନୂତନ ପ୍ରକଳ୍ପର ଚିନ୍ତା କରିପାରନ୍ତି। ପ୍ରଥିତ ପ୍ରତାପୀ ହେବା ଆଶା କରାଯାଏ। ଦ୍ବିଜାନୁରକ୍ତ ଓ ଦୃଢ଼ ପୌରୁଷସମ୍ପନ୍ନ ହେବେ।

ମିଥୁନ : ଦାନକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ସଦାସର୍ବଦା ସନ୍ମାର୍ଗୀ ହେବେ। ପୁତ୍ର ଓ ସୁଖଦା ପତ୍ନୀଙ୍କ ପାଇଁ ଜୀବନ ଚର୍ଯ୍ୟା ସରସ ସୁନ୍ଦର ହେବ। ଧନୀ ଓ ଜ୍ଞାନୀ ହେବା ଆଶା କରାଯାଏ।

କର୍କଟ : ଭ୍ରମଣ ବ୍ୟର୍ଥ ହେବାର ସୂଚନା ମିଳୁଛି। ସର୍ବ ସୁଖ ପାଇବା ପାଇଁ ଉପୁଜିଥିବା ବ୍ୟଥାକୁ ସାଧ୍ୟମତେ ଦୂର କରିପାରନ୍ତି। ପତ୍ନୀ ଆନମନା ହୋଇପାରନ୍ତି। ବର୍ଜ୍ୟବସ୍ତୁ ଓ କୁସଙ୍ଗ ପରିତ୍ୟାଗ କରିବାକୁ ପଡ଼ିବ।

ସିଂହ : ସୁସ୍ଥ ଓ ନିରାମୟ ଜୀବନ ବିତାଇବେ। ସେବକ ମନୋଭାବ ଓ ଦୟାର୍ଦ୍ରଚିତ୍ତ ହୋଇପାରନ୍ତି। ଅନୁଜମାନଙ୍କୁ ସ୍ନେହ ବନ୍ଧନରେ ରଖିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁଖୀ ହେବେ।

କନ୍ୟା : ଶତ୍ରୁ ଉପରେ ବିଜୟ ହାସଲ କରିପାରନ୍ତି। କର୍ମତତ୍ପର ରହିବେ। ପରୋପକାରରେ ଉତ୍ସର୍ଗୀକୃତ ମନୋଭାବର ହୋଇପାରନ୍ତି। ଭ୍ରାତୃଭାବ ସ୍ନେହପୂର୍ଣ୍ଣ ହେବ। ସମ୍ମାନ ପ୍ରାପ୍ତ କରିବେ।

ତୁଳା : ପୁତ୍ର ସୁଖରେ ସୁଖୀ ହେବେ। ବ୍ୟବସାୟରୁ ପ୍ରଚୁର ଧନାଗମ ହେବାର ସୂଚନା ମିଳୁଛି। ସେବା ଓ ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ।

ବିଛା : ପ୍ରତ୍ୟେକ କାର୍ଯ୍ୟରେ ଯଶସ୍ବୀ ହେବେ। ଖାନ୍‌ଦାନୀରେ ଚଳିବେ। ଭଲ କାମକରି ସୁନାମ ଅର୍ଜନ କରିବେ। ଦୃଢ଼ ପୌରୁଷର ଅଧିକାରୀ ହେବେ। ସୁଗୁଣସମ୍ପନ୍ନ ହେବେ। ସୁସ୍ଥ ଓ ନିରାମୟ ରହିବେ।

ଧନୁ : ନିରୀହ ସ୍ବଭାବସମ୍ପନ୍ନ ହୋଇପାରନ୍ତି। ପ୍ରମାଦହୀନ ଅବସ୍ଥାରେ କାର୍ଯ୍ୟ ସମ୍ପାଦନ କରିବେ। ସାଧୁସେବା ଓ ସୁମିତ୍ର ଅର୍ଜନ ଉପରେ ପ୍ରାଧାନ୍ୟ ଦେବେ। ଦୁର୍ଜନଙ୍କ ପାଇଁ ଘୃଣାଭାବ ଜାତ ହେବ।

ମକର : ବିବାଦୀୟ ହେଲେ ବି ଗୁରୁ ଭକ୍ତ, କଠିନ ପରିଶ୍ରମୀ ଓ ପୈତୃକ ସମ୍ପତ୍ତି ଭୋଗକାରୀ ହେବେ। ଉତ୍ତମ ବନ୍ଧୁମାନେ କରଛଡ଼ା ଦେବେ। ନ୍ୟାୟ ପ୍ରିୟ ହେବେ। କଥାବାର୍ତ୍ତା ଓଜନଦାର ହେବ। ସୁଖୀ ହେବେ।

କୁମ୍ଭ : ଧନବାନ ଓ ଗୁଣଜ୍ଞ ହେବେ। ଶାନ୍ତିପ୍ରିୟ ଓ ଆୟୁଷ୍ମାନ୍‌ ହେବେ। ଶତ୍ରୁ ବିନାଶକ ଓ କଠିନ ପରିଶ୍ରମୀ ହେବେ। ରାଜନୀତିଜ୍ଞଙ୍କୁ ଦିଗ୍‌ଦର୍ଶନ ଦେଇ ଅମଡ଼ା ବାଟରୁ ଫେରାଇ ଆଣିବେ।

ମୀନ : ପୁତ୍ରଙ୍କ ପାଇଁ ପୌରୁଷ ପଣିଆରେ କଳଙ୍କ ଲାଗିପାରେ। ଏସବୁ ସତ୍ତ୍ବେ ପ୍ରଭାବଶାଳୀ ହୋଇପାରନ୍ତି। ଗୁପ୍ତ ବିଦ୍ୟା ପ୍ରତି ଆସକ୍ତ ହେବେ। ପତ୍ନୀ ସୁଶ୍ରୀ ଓ ସୌଭାଗ୍ୟବତୀ ହେବେ।

Hot this week

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

Related Articles

Popular Categories