ମଙ୍ଗଳବାର ରାଶିଫଳ (୦୨/୧୧/୨୦୨୧)

ମେଷ : ଅନାବଶ୍ୟକ ଖର୍ଚ୍ଚ କରିପାରନ୍ତି। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ରହିବେ। ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ସୁନାମ ଅର୍ଜନ କରିପାରନ୍ତି।

ବୃଷ : କର୍ମଚଞ୍ଚଳ ରହିବେ। ଆକସ୍ମିକ ଧନ ଲାଭର ସୂଚନା ମିଳୁଛି। ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟା ପ୍ରତି ରୁଚି ରହିବ। ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ଆସିବ। ଧାର୍ମିକ ଓ ତେଜସ୍ବୀ ହେବେ।

ମିଥୁନ : ଉଦାର ସ୍ବଭାବର ହୋଇପାରନ୍ତି। ଦାନ-ଧର୍ମରେ ଦୀକ୍ଷିତ ହେବେ। ଆଦର୍ଶ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। କୃଷି କର୍ମକାରୀ ହୋଇପାରନ୍ତି। ଦଳ ପ୍ରତି ଆଦର ଓ ସମ୍ମାନ ବଢ଼ିବ। ପ୍ରେମୀ ଓ ବୁଦ୍ଧିମାନ ହେବେ।

କର୍କଟ : କାର୍ଯ୍ୟରେ ସଫଳତା ଲାଭ କରିବେ। ମନ ପ୍ରସନ୍ନ ରହିବ। ଆତ୍ମବିଶ୍ବାସୀ ହେବେ। ମଧୁରଭାଷୀ ହେବେ। ଥଣ୍ଡା-କଫଜନିତ ସାମାନ୍ୟ କ୍ଲେଶ ଭୋଗ କରିପାରନ୍ତି । ପ୍ରେମୀ ଓ ସାହସୀ ହେବେ। ଭ୍ରାତୃ ସ୍ନେହ ମିଳିବ।

ସିଂହ : ଆଶାବାଦୀ ହୋଇପାରନ୍ତି। ଭାଗ୍ୟଶାଳୀ ହେବେ। ଉତ୍ତମ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ମଧୁରଭାଷୀ, ସହନଶୀଳ ଓ ଶାନ୍ତିପ୍ରିୟ ହେବେ। ବିଦ୍ୟାପ୍ରେମୀ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

କନ୍ୟା : ସୁଖ-ସମ୍ମାନ ଲାଭ କରିପାରନ୍ତି। ଐଶ୍ବର୍ଯ୍ୟାଯୁକ୍ତ ହେବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ମାଲିମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ। ବିଦ୍ବାନ୍‌ ଓ ଶାସ୍ତ୍ରଜ୍ଞ ହୋଇପାନ୍ତି।

ତୁଳା : କର୍ମଚଞ୍ଚଳ ରହିବେ। ଥଣ୍ଡା-କଫରେ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। ଏକାନ୍ତ ପ୍ରିୟ ହେବେ। ମଧୁର କଥା କହି ପରକୁ ଆପଣାର କରିପାରନ୍ତି। ରାଜଯୋଗ ଅଛି। ଧାର୍ମିକ ପ୍ରବୃତ୍ତିର ହେବେ।

ବିଛା : ସୁସ୍ଥ ଓ ନିରାମୟ ରହିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ସରକାରୀ ସ୍ତରରେ ସମ୍ମାନିତ ହେବେ। ରାଜକୋଷ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବ୍ୟବସାୟ ଲାଭଜନକ ହେବ।

ଧନୁ : ସୁଖୀ ହେବେ। ସମ୍ମାନିତ ହୋଇପାରନ୍ତି। କୁଳପ୍ରଦୀପ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହେବେ। ପାରିବାରିକ ସ୍ନେହ ରହିବ।

ମକର : ଉଚ୍ଚ ଆଶା ଫଳବତୀ ହୋଇପାରେ। ଭାଗ୍ୟଶାଳୀ ହେବେ। ଭୋଗୀ ଓ ବିଳାସୀ ହେବେ। ଦିନଟି ସୁଖ-ସମୃଦ୍ଧିପୂର୍ଣ୍ଣ ହେବ। ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

କୁମ୍ଭ : ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ। ଧର୍ମମାର୍ଗରେ ମନୋନିବେଶ କରିପାରନ୍ତି। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କରେ ଚଳିବାକୁ ପଡ଼ିବ।

ମୀନ : ବ୍ୟବସାୟ ଲାଭଜନକ ହେବ। ଆତ୍ମସନ୍ତୋଷ ଲାଭକରିବେ। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହୋଇପାରନ୍ତି। ପତ୍ନୀଙ୍କ ପରାମର୍ଶରେ ପରିଚାଳିତ ହେବେ। ମନରେ ଗର୍ବଭାବ ବହନ କରିପାରନ୍ତି।

Comments are closed.