ମେଷ : ଭାଗ୍ୟନିୟନ୍ତାଙ୍କ ଆଶୀର୍ବାଦ ଲାଭ କରି କର୍ମ ପଥରେ ଅଗ୍ରସର ହେବେ। ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ। ପତ୍ନୀଙ୍କ ପ୍ରେରଣା ଆପଣଙ୍କୁ କାର୍ଯ୍ୟ ଦକ୍ଷ କରିପାରେ। ମହାବୁଦ୍ଧିବାନ୍ ଓ ମହାଶକ୍ତିସମ୍ପନ୍ନ ହେବେ। ସୁଖୀ ହେବେ।
ବୃଷ : ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ବିପଦର ମୁକାବିଲା କରିପାରନ୍ତି। ପରିସ୍ଥିତିକୁ ଡରିଲେ ସେ ଡରାଇବ; ମାତ୍ର ତା’ର ସାମନା କଲେ ସେ ଲୁଚିଯିବ। ସ୍ବାଭିମାନୀ ହେବେ। ସାରାଦିନ ସତର୍କରେ ଚଳିବାକୁ ପଡ଼ିବ।
ମିଥୁନ : ପବିତ୍ର ଭାବନା ନେଇ ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି। ସମ୍ବେଦନା ସହିତ ଯୋଡ଼ି ହେଲେ ସେବାର ମହତ୍ତ୍ବ ଉପଲବ୍ଧ ହେବ। ରକ୍ଷା କବଚ ସାଜିଥିବା ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ।
କର୍କଟ : ପରିବାର ରୂପୀ ସଂସ୍କାର ଶାଳାରେ ଭ୍ରାତୃତ୍ବ ବନ୍ଧନ ସ୍ନେହ ସୌହାର୍ଦ୍ୟପୂର୍ଣ୍ଣ ହେବ। ସରକାରୀ ପଦପଦବୀଯୁକ୍ତ ହେବା ପାଇଁ ପ୍ରଶଂସନୀୟ ହେବେ। ଶତ୍ରୁତା ଆଚରଣ କରୁଥିବା ବିରୋଧୀ ଗୋଷ୍ଠୀର ପତନ ଘଟିବ।
ସିଂହ : ଧନ-ଜନ-ଗୋପ-ଲକ୍ଷ୍ମୀରେ ଭଣ୍ଡାର ପରିପୂର୍ଣ୍ଣ ହେବ। ଆତ୍ମ ମୂଲ୍ୟାଙ୍କନ ଦ୍ବାରା ବ୍ୟକ୍ତିତ୍ବର ବିକାଶ ଘଟାଇ ପ୍ରଶଂସାର ପାତ୍ର ହେବେ। ଜଣେ ଦାତା ଓ ଗ୍ରହୀତାଭାବେ ସେବା ଭାବନାର ଅଗ୍ରଗଣ୍ୟ ସାରଥି ହେବେ।
କନ୍ୟା : ଜଣେ ଆଦର୍ଶ କୃଷକର ଭୂମିକା ନିର୍ବାହ କରି ପଡ଼ୋଶୀ କୃଷକଙ୍କ ହିତ ସାଧନାରେ ବ୍ରତୀ ହୋଇପାରନ୍ତି। କର୍ମ ଫଳ ବିଧାନ ଅଟଳ ଓ ଅକାଟ୍ୟ ହୋଇଥିବାରୁ କର୍ମ ଯୋଗାଇ ଉପାସନା ମଣ୍ଡପକୁ ଯାଇପାରନ୍ତି।
ତୁଳା : ବାକ୍ ସଂଯମତା ପ୍ରାଣଶକ୍ତି ଓ ସ୍ମରଣ ଶକ୍ତିକୁ ଉଦ୍ଜୀବିତ କରି ରଖିବା ଈଶ୍ବରଙ୍କ ଭକ୍ତିର ଶକ୍ତିସମ୍ପନ୍ନ ହୋଇପାରନ୍ତି। ମନରେ ଲଗାମ ଦେଇ ସମର୍ପିତ ଜୀବନଯାପନ କରିବେ। ଶାସ୍ତ୍ରାନୁରକ୍ତ ହେବେ।
ବିଛା : ସକଳ ସୃଜନୀକୁ ଲୋକଲୋଚନକୁ ଆଣିପାରନ୍ତି। ସଂଯମ ପୂର୍ଣ୍ଣ ସତ୍ଚରିତ୍ରତାର ନିଦର୍ଶନ ହୋଇପାରନ୍ତି। ନିଜ କର୍ତ୍ତବ୍ୟ ପଥରେ ଆରୁଢ଼ ହୋଇ ଜୀବନକୁ ଯଜ୍ଞମୟ କରିପାରନ୍ତି। ଧନାଗମ ହେବ।
ଧନୁ : ଗୁରୁ, ଗୁରୁଜନ, ଆତ୍ମୀୟସ୍ବଜନଙ୍କ ଆଶୀର୍ବାଦ ପାଇ ତେଜସ୍ମର ହୋଇପାରନ୍ତି। ଐଶ୍ବର୍ଯ୍ୟଯୁକ୍ତ ହେବେ। ପଦମର୍ଯ୍ୟାଦା ରକ୍ଷା କରିବାରେ ପାରଙ୍ଗମ ହେବେ। ପୁଣ୍ୟାର୍ଜନରେ ଦ୍ବାରକୁ ଉନ୍ମୁକ୍ତ ରଖିପାରନ୍ତି।
ମକର : ମଧୁର କଥାରେ ଶତ୍ରୁକୁ ବଶ କରିବାର କଳା ଆପଣଙ୍କଠାରେ ଅଛି । ଲୋଭାସକ୍ତ ସୁସ୍ବାଦୁ ଭୋଜନ ଅଗ୍ନିମାନ୍ଦାର କାରଣ ହୋଇପାରେ। ଏକାନ୍ତ ସାଧନାରେ ସିଦ୍ଧିପ୍ରାପ୍ତ କରି ଲୋକଙ୍କ ସେବାରେ ମଗ୍ନ ହେବେ।
କୁମ୍ଭ : ଧନର ଅନ୍ତଃ ପ୍ରବାହ ରାଜକୋଷରୁ ପ୍ରବାହିତ ହୋଇ ଆପଣଙ୍କ ରତ୍ନ ଭଣ୍ଡାରକୁ ପରିପୂର୍ଣ୍ଣ କରିପାରେ। ଉଚ୍ଚ ସମ୍ମାନରେ ସମ୍ମାନିତ ହେବେ। ସ୍ଥିତପ୍ରଜ୍ଞ ହେବେ। ସଦାଚାରୀ ହୋଇପାରନ୍ତି। ନମ୍ର ହେବେ।
ମୀନ : କାୟ ମନୋବାକ୍ୟରେ କର୍ତ୍ତବ୍ୟ ରୂପକ ଧର୍ମ ଅର୍ଜନ କରିପାରନ୍ତି। କର୍ମକ୍ଷେତ୍ର ସଂଘର୍ଷମୟ ହେଲେ ବି ପାର ଉଭାର ହୋଇଯିବେ। ସ୍ବକୀୟ ଗୁଣକୁ ନେଇ ପୂଜିତ ହେବେ। ଅହଂଭାବକୁ ପରିତ୍ୟାଗ କରିବେ।